ଗାଧୋଇବାକୁ ଯାଇ ଭାସିଗଲେ ଛାତ୍ରୀ

ମହାକାଳପଡ଼ା : ଲୁଣା ନଦୀକୁ ଗାଧୋଇବାକୁ ଯାଇ ଭାସି ଗଲେ ୨ ଛାତ୍ରୀ I ଏମାନଙ୍କ ମଧ୍ୟରୁ ଜଣକୁ ସୁରକ୍ଷିତ ଭବରେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଆସିଛନ୍ତି I ୨ ନାବାଳିକା ଛାତ୍ରୀ ହେଲେ ଅଭିଲିପ୍ସା ବେହେରା (୧୪) ଏବଂ ରାଜଲକ୍ଷ୍ମୀ ସେଠି I ଉଭୟଙ୍କ ଘର ମଙ୍ଗଳପୁର ପଞ୍ଚାୟତ ବନ୍ଧପଡା ଗାଁରେ I ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ମଙ୍ଗଳପୁର ଲୁଣା ନଦୀରେ I ନିଖୋଜ ଛାତ୍ରୀଙ୍କୁ ଉଦ୍ଧାର କରିବାକୁ […]

Samaya Live Picture
Published On

ମହାକାଳପଡ଼ା : ଲୁଣା ନଦୀକୁ ଗାଧୋଇବାକୁ ଯାଇ ଭାସି ଗଲେ ୨ ଛାତ୍ରୀ I ଏମାନଙ୍କ ମଧ୍ୟରୁ ଜଣକୁ ସୁରକ୍ଷିତ ଭବରେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଆସିଛନ୍ତି I ୨ ନାବାଳିକା ଛାତ୍ରୀ ହେଲେ ଅଭିଲିପ୍ସା ବେହେରା (୧୪) ଏବଂ ରାଜଲକ୍ଷ୍ମୀ ସେଠି I ଉଭୟଙ୍କ ଘର ମଙ୍ଗଳପୁର ପଞ୍ଚାୟତ ବନ୍ଧପଡା ଗାଁରେ I ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ମଙ୍ଗଳପୁର ଲୁଣା ନଦୀରେ I ନିଖୋଜ ଛାତ୍ରୀଙ୍କୁ ଉଦ୍ଧାର କରିବାକୁ ନଦୀରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ଅଗ୍ନିଶମ ବାହିନୀ।

ଆଜି ସକାଳ ୮ ଟା ବେଳେ ଅଭିଲିପ୍ସା ଓ ରାଜଲକ୍ଷ୍ମୀ ଲୁଣା ନଦୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ଉଭୟ ପାଣିରେ ବୁଡ଼ି ଯାଉଥିବା ବେଳେ ନଦୀ ଘାଟରେ ଗାଧୋଉଥିବା ମହିଳାମାନେ ରାଜଲକ୍ଷ୍ମୀଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ଅଭିଲିପ୍ସା ଭାସିଯାଇଥିଲେ I ଘଟଣାର ଖବର ପାଇ ଅଗ୍ନିଶମ ବାହିନୀ ଓ ଗ୍ରାମବାସୀ ନିଖୋଜ ଛାତ୍ରୀଙ୍କୁ ମିଳିତ ଭାବେ ନଦୀରେ ଖୋଜାଖୋଜି ଜାରି ରଖିଛନ୍ତି।

Tags: