ଗାଧୋଇବାକୁ ଯାଇ ଭାସିଗଲେ ଛାତ୍ର
ଜଳେଶ୍ୱର : ଗାଧୋଇବାକୁ ଯାଇ ନଦୀରେ ଭାସିଗଲେ ଛାତ୍ର । ଶୁକ୍ରବାର ସକାଳେ ସୁବର୍ଣ୍ଣରେଖା ନଦୀକୁ ଗାଧୋଇବାକୁ ଯାଇ ଜଣେ ଦଶମ ଶ୍ରେଣୀ ଛାତ୍ର ଭାସିଯାଇଛନ୍ତି । ନିଖୋଜ ଛାତ୍ରଙ୍କ ନାଁ ସାହିଲ ଦାସ । ତାଙ୍କ ଘର ଜଳେଶ୍ବର ବ୍ଲକ ଗଡସାହି ବାଲିଆପାଳ ପଞ୍ଚାୟତରେ ହୋଇଥିବା ସୂଚନା ମିଳିଛି । ସେ ତାଙ୍କ ସାଙ୍ଗଙ୍କ ସହିତ ଗାଧୋଇବାକୁ ଯାଇଥିବାବେଳେ ଭାସି ଯାଇଛନ୍ତି । ଖବର ପାଇ ସ୍ଥାନୀୟଲୋକେ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର […]
ଜଳେଶ୍ୱର : ଗାଧୋଇବାକୁ ଯାଇ ନଦୀରେ ଭାସିଗଲେ ଛାତ୍ର । ଶୁକ୍ରବାର ସକାଳେ ସୁବର୍ଣ୍ଣରେଖା ନଦୀକୁ ଗାଧୋଇବାକୁ ଯାଇ ଜଣେ ଦଶମ ଶ୍ରେଣୀ ଛାତ୍ର ଭାସିଯାଇଛନ୍ତି । ନିଖୋଜ ଛାତ୍ରଙ୍କ ନାଁ ସାହିଲ ଦାସ । ତାଙ୍କ ଘର ଜଳେଶ୍ବର ବ୍ଲକ ଗଡସାହି ବାଲିଆପାଳ ପଞ୍ଚାୟତରେ ହୋଇଥିବା ସୂଚନା ମିଳିଛି । ସେ ତାଙ୍କ ସାଙ୍ଗଙ୍କ ସହିତ ଗାଧୋଇବାକୁ ଯାଇଥିବାବେଳେ ଭାସି ଯାଇଛନ୍ତି । ଖବର ପାଇ ସ୍ଥାନୀୟଲୋକେ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ବର୍ତ୍ତମାନ ସୁଦ୍ଧା ସାହିଲ ନିଖୋଜ ରହିଛନ୍ତି ।




