ଶକ୍ତି ମନ୍ତ୍ରୀଙ୍କ ଘର ଆଗରେ ଲଣ୍ଠନ ଓ ବିଞ୍ଚଣା ପ୍ରଦର୍ଶନ କରିବା ସହ ଟମାଟୋ ମାଡ଼ କଲା ଛାତ୍ର କଂଗ୍ରେସ

ଭୁବନେଶ୍ୱର : ରାଜ୍ୟରେ ଅସହ୍ୟ ହେଲାଣି ଅଘୋଷିତ ବିଦ୍ୟୁତ କାଟ I ଆଜି ଶକ୍ତି ମନ୍ତ୍ରୀ ପ୍ରତାପ ଦେବଙ୍କ ଘର ଆଗରେ ଅଭିନବ ଢଙ୍ଗରେ ପତିବାଦ କରିଛି ଛାତ୍ର କଂଗ୍ରେସ । ପ୍ରତାପ ଦେବଙ୍କ ଭୁବନେଶ୍ବରସ୍ଥିତ ସରକାରୀ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ହାତରେ ଲଣ୍ଠନ ଓ ବିଞ୍ଚଣା ଧରି ପ୍ରତିବାଦ ପ୍ରଦର୍ଶନ କରିବା ସହ ଟମାଟୋ ମାଡ଼ କରିଛି ଛାତ୍ର କଂଗ୍ରେସ। ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି। ଏବେ ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ […]

Samaya Live Picture
Published On

ଭୁବନେଶ୍ୱର : ରାଜ୍ୟରେ ଅସହ୍ୟ ହେଲାଣି ଅଘୋଷିତ ବିଦ୍ୟୁତ କାଟ I ଆଜି ଶକ୍ତି ମନ୍ତ୍ରୀ ପ୍ରତାପ ଦେବଙ୍କ ଘର ଆଗରେ ଅଭିନବ ଢଙ୍ଗରେ ପତିବାଦ କରିଛି ଛାତ୍ର କଂଗ୍ରେସ । ପ୍ରତାପ ଦେବଙ୍କ ଭୁବନେଶ୍ବରସ୍ଥିତ ସରକାରୀ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ହାତରେ ଲଣ୍ଠନ ଓ ବିଞ୍ଚଣା ଧରି ପ୍ରତିବାଦ ପ୍ରଦର୍ଶନ କରିବା ସହ ଟମାଟୋ ମାଡ଼ କରିଛି ଛାତ୍ର କଂଗ୍ରେସ। ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି।

ଏବେ ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ବାରମ୍ବାର ବିଦ୍ୟୁତ କାଟ ହେଉଛି। ଆଉ ସରକାରଙ୍କ ପକ୍ଷରୁ ଶକ୍ତିମନ୍ତ୍ରୀ ପ୍ରତାପ ଦେବ ଏହାକୁ ସ୍ବୀକାର କରିବାକୁ ନାରାଜ। ତେବେ ଭିତ୍ତିଭୂମୀ ଦୁର୍ବଳ ହୋଇଛି ବୋଲି ଶକ୍ତିମନ୍ତ୍ରୀ ସ୍ବୀକାର କରିଥିଲେ। ଅସହ୍ୟ ଗରମରେ ସାରା ରାଜ୍ୟ ଆଉଟୁପାଉଟୁ ହେଉଥିବା ବେଳେ ଅଘୋଷିତ ବିଜୁଳି କାଟ ଲୋକଙ୍କ କଷ୍ଟ ବଢ଼ାଉଛି। ମନ ଇଛା ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କାଟ କରୁଛନ୍ତି ବିତରଣ କମ୍ପାନି। ଏନେଇ ।ଆଜି ବିଦ୍ୟୁତ ବିତରଣ କମ୍ପାନୀର ସିଇଓଙ୍କୁ ଡାକି ମୁଖ୍ୟ ଶାସନ ସଚିବ ବୈଠକ କରୁଥିବା ବେଳେ ଛାତ୍ର କଂଗ୍ରେସ ପ୍ରତିବାଦ କରିଛି।

ଛାତ୍ର କଂଗ୍ରେସ ନେତା ୟାସିର ନଓ୍ୱାଜ କହିଛନ୍ତି, ଶକ୍ତିମନ୍ତ୍ରୀ ବିତଣ୍ଡା ଯୁକ୍ତି କରୁଛନ୍ତି। ଶାସକ ଦଳର ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ବିଜୁଳି କାଟ କଥା କହୁଛନ୍ତି କିନ୍ତୁ ମନ୍ତ୍ରୀ ବିତଣ୍ଡା ଯୁକ୍ତି କରୁଛନ୍ତି। ମନ୍ତ୍ରୀ ଟାଟା କମ୍ପାନୀର ଏଜେଣ୍ଟ ହୋଇ କାମ କରୁଛନ୍ତି। ଯେତେବେଳେ ଶକ୍ତିମନ୍ତ୍ରୀ ବିଜୁଳି କାଟ ହେଉନି ବୋଲି ଦିନରେ ଲୋକଙ୍କୁ ଲଣ୍ଠନ ଦେଖାଉଛନ୍ତି ତେଣୁ ଛାତ୍ର କଂଗ୍ରେସ ଦିନରେ ମନ୍ତ୍ରୀଙ୍କୁ ଲଣ୍ଠନ ଦେଖାଉଛି ବୋଲି ସେ କହିଛନ୍ତି। ବିଜୁଳ ବଳକା ରାଜ୍ୟରେ ଯଦି ଏପରି ଅବସ୍ଥା ତାହେଲେ ସାଧାରଣ ଲୋକ କଣ କରୁଥିବା ଭାବିବା ଆବଶ୍ୟକ ବୋଲି ସେ କହିଛନ୍ତି।

Tags: