ଟ୍ରେନ୍ ଦୁର୍ଘଟଣା ପାଇଁ ଆଜି ଶୋକ ପାଳନ କରିବ ରାଜ୍ୟ
ଭୁବନେଶ୍ୱର : ଜୁନ ୨ ତାରିଖ ବାହାନଗାରେ ଭୟଙ୍କର ଟ୍ରେନ ଦୁର୍ଘଟଣା ନେଇ ରାଜ୍ୟରେ ଦିନିକିଆ ଶୋକ ପାଳନ ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ବାଲେଶ୍ୱର ବାହାନଗା ନିକଟରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ଏଯାବତ୍ ୨୦୦ରୁ ଅଧିକ ମୃତ୍ୟୁ ଘଟିଛି। ଜୁନ୍ ୩ ତାରିଖ ଦିନ ସାରା ରାଜ୍ୟରେ ଦିନିକିଆ ଶୋକ ପାଳନ କରାଯିବ। ଶୋକ ପାଳନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା କରିଛନ୍ତି। ସେହିପରି ଓଡିଶା ସମେତ ଦିନିକିଆ ଶୋକ ପାଳିବ ତାମିଲନାଡୁ। […]
ଭୁବନେଶ୍ୱର : ଜୁନ ୨ ତାରିଖ ବାହାନଗାରେ ଭୟଙ୍କର ଟ୍ରେନ ଦୁର୍ଘଟଣା ନେଇ ରାଜ୍ୟରେ ଦିନିକିଆ ଶୋକ ପାଳନ ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ବାଲେଶ୍ୱର ବାହାନଗା ନିକଟରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ଏଯାବତ୍ ୨୦୦ରୁ ଅଧିକ ମୃତ୍ୟୁ ଘଟିଛି। ଜୁନ୍ ୩ ତାରିଖ ଦିନ ସାରା ରାଜ୍ୟରେ ଦିନିକିଆ ଶୋକ ପାଳନ କରାଯିବ। ଶୋକ ପାଳନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା କରିଛନ୍ତି।
ସେହିପରି ଓଡିଶା ସମେତ ଦିନିକିଆ ଶୋକ ପାଳିବ ତାମିଲନାଡୁ। ଆଜି ସାରା ତାମିଲନାଡୁରେ ଦିନିକିଆ ଶୋକ ପାଳନ ହେବ। ଏନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ସୂଚନାନୁସାରେ ଜୁନ ୨ ତାରିଖ ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ୱର ବାହାନଗା ଷ୍ଟେସନ ରେ ଘଟିଥିଲା ଭୟଙ୍କର ସିରିଜ ଟ୍ରେନ ଦୁର୍ଘଟଣା I ପ୍ରଥମେ ଅପରେ ଆସୁଥିବା କରମଣ୍ଡଳ ଏକ୍ସପ୍ରେସ ବାହାନଗା ପଣପଣା ଷ୍ଟେସନ ଠାରେ ଲାଇନ-୧ ରେ ଥିବା ଏକ ମାଲଗାଡିକୁ ଧକ୍କା ଦେଇ ଚଢି ଯିବା ସହିତ ଆରପଟ ଲାଇନକୁ ବଗି ଗୁଡିକ ଛିଟିକି ଯାଇଥିଲା I ଫଳରେ ଡାଉନରେ ଆସୁଥିବା କରମଣ୍ଡଳ ବେଙ୍ଗାଲୁରୁ ଏକ୍ସପ୍ରେସ ଏହା ଉପରେ ଚଢି ଯାଇଥିଲା Iଏଥିରେ କରମଣ୍ଡଳର ୧୫ ବଗି ଓ ବେଙ୍ଗଲୁରୁ-ହାୱଡ଼ା ଏକ୍ସପ୍ରେସର ୨ ବଗି ଲାଇନଚ୍ୟୁତ ହୋଇଛି। ଏହି ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା୨୩୯ ରେ ପହଁଚିଥିବା ବେଳେ ,ମୃତ୍ୟୁ ସଂଖ୍ୟା ଅଧିକ ବଢିପାରେ ବୋଲି ଆଶଙ୍କା କରାଯାଉଛି I
ବାହାନଗା ରେଳ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। କାହିଁକି ଦୁର୍ଘଟଣା ଘଟିଲା, କିଏ ଦାୟୀ, ତଦନ୍ତ ହେବ ବୋଲି କହିଛନ୍ତି।




