ଆଜିଠାରୁ ଭୁବନେଶ୍ୱରେ ଆରମ୍ଭ ହେଉଛି ରାଜ୍ୟସ୍ତରୀୟ ଆଦିବାସୀ ମେଳା
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରସ୍ଥିତ ୟୁନିଟ-୧ ଆଦିବାସୀ ମେଳା ପଡିଆରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଆଦିବାସୀ ମେଳା । ଏହି ‘ରାଜ୍ୟସ୍ତରୀୟ ଆଦିବାସୀ ମେଳା-୨୦୨୩’କୁ ସନ୍ଧ୍ୟା ୫ ଟାରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।୨୦ ତାରିଖରୁ ଏହି ମେଳା ଆରମ୍ଭ ହୋଇ ୧୫ ଦିନ ଧରି ଚାଲିବ। ଆଦିବାସୀ ଗ୍ରାମ, ଜନଜାତି ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରକୋଷ୍ଠ, ଆଦିବାସୀ ହାଟ, ଆଦିବାସୀ କଳା ସାମଗ୍ରୀ, ଖାଦ୍ୟ ବଜାର ଆଦି ପ୍ରସ୍ତୁତି କରାଯିବ। ରାଜ୍ୟର […]
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରସ୍ଥିତ ୟୁନିଟ-୧ ଆଦିବାସୀ ମେଳା ପଡିଆରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଆଦିବାସୀ ମେଳା । ଏହି ‘ରାଜ୍ୟସ୍ତରୀୟ ଆଦିବାସୀ ମେଳା-୨୦୨୩’କୁ ସନ୍ଧ୍ୟା ୫ ଟାରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।୨୦ ତାରିଖରୁ ଏହି ମେଳା ଆରମ୍ଭ ହୋଇ ୧୫ ଦିନ ଧରି ଚାଲିବ। ଆଦିବାସୀ ଗ୍ରାମ, ଜନଜାତି ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରକୋଷ୍ଠ, ଆଦିବାସୀ ହାଟ, ଆଦିବାସୀ କଳା ସାମଗ୍ରୀ, ଖାଦ୍ୟ ବଜାର ଆଦି ପ୍ରସ୍ତୁତି କରାଯିବ।

ରାଜ୍ୟର ବିଭିନ୍ନ ଆଦିବାସୀ ସଂପ୍ରଦାୟର ଲୋକମାନେ ନିଜ ହାତ ତିଆରି ଜିନିଷ ନେଇ ଏହି ମେଳାକୁ ଆସିଛନ୍ତି । ଏଠାରେ ୧୦ଟି ଆଦିବାସୀ ଗାଁ ସମେତ ୧୨୧ଟି ଷ୍ଟଲ ରହିଛି ଷ୍ଟଲରେ ଜନଜାତିମାନେ ସେମାନଙ୍କ କଳାସାମଗ୍ରୀ, ଜଙ୍ଗଲଜାତ ଦ୍ରବ୍ୟ ଆଦି ବିକ୍ରି କରିବେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମେଳା ପରିସରରେ ରହିଥିବା ସାଂସ୍କୃତିକ ମଞ୍ଚରେ ପ୍ରତିଦିନ ସନ୍ଧ୍ୟା ୬ଟା ୩୦ରୁ ରାତି ୮ଟା ୩୦ ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତି କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଅପରାହ୍ଣ ୨ଟା୩୦ରୁ ରାତି ୯ଟା ଯାଏ ପ୍ରଦର୍ଶନୀ ଖୋଲା ରହିବ।





