୨୦୨୪-୨୫ ଶିକ୍ଷାବର୍ଷ ପାଇଁ କ୍ୟାଲେଣ୍ଡର ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର : ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ବିଦ୍ୟାଳୟର ୨୦୨୪-୨୫ ଶିକ୍ଷାବର୍ଷ ପାଇଁ କ୍ୟଲେଣ୍ଡର ଜାରି କରାଯାଇଛି। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ପକ୍ଷରୁ ଜାରି ଏହି କ୍ୟାଲେଣ୍ଡର ଅନୁଯାୟୀ ସମୁଦାୟ ୨୩୧ ଦିନ ପଠପଢ଼ା ହେବ। ଏପ୍ରିଲ୍‌ ୨ତାରିଖରୁ ନୂତନ ଶିକ୍ଷା ବର୍ଷ ଆରମ୍ଭ ହେଉଛି। ସମୁଦାୟ ୩୧ଟି ପର୍ବପର୍ବାଣି ଓ ୨ଟି ସ୍ଥାନୀୟ ପର୍ବପର୍ବାଣୀରେ ଛୁଟି ପ୍ରଦାନ କରାଯିବ। ହେଲେ ଏହି ପର୍ବପର୍ବାଣିରେ ନୂଆଖାଇ ପର୍ବକୁ ସାମିଲ କରାଯାଇନାହିଁ। ସେହିପରି ଫେବୃଆରୀ ଶେଷ […]

Samaya Live Picture
Published On

ଭୁବନେଶ୍ୱର : ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ବିଦ୍ୟାଳୟର ୨୦୨୪-୨୫ ଶିକ୍ଷାବର୍ଷ ପାଇଁ କ୍ୟଲେଣ୍ଡର ଜାରି କରାଯାଇଛି। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ପକ୍ଷରୁ ଜାରି ଏହି କ୍ୟାଲେଣ୍ଡର ଅନୁଯାୟୀ ସମୁଦାୟ ୨୩୧ ଦିନ ପଠପଢ଼ା ହେବ। ଏପ୍ରିଲ୍‌ ୨ତାରିଖରୁ ନୂତନ ଶିକ୍ଷା ବର୍ଷ ଆରମ୍ଭ ହେଉଛି। ସମୁଦାୟ ୩୧ଟି ପର୍ବପର୍ବାଣି ଓ ୨ଟି ସ୍ଥାନୀୟ ପର୍ବପର୍ବାଣୀରେ ଛୁଟି ପ୍ରଦାନ କରାଯିବ। ହେଲେ ଏହି ପର୍ବପର୍ବାଣିରେ ନୂଆଖାଇ ପର୍ବକୁ ସାମିଲ କରାଯାଇନାହିଁ। ସେହିପରି ଫେବୃଆରୀ ଶେଷ ସପ୍ତାହରେ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ଓ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ନବମ ଶ୍ରେଣୀ ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଦର୍ଶାଯାଇଛି।

ନୂତନ କ୍ୟାଲେଣ୍ଡର ଅନୁଯାୟୀ, ଆସନ୍ତା ୫ ତାରିଖ ଦିନ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପ୍ରବେଶ ଉତ୍ସବ ଅନୁଷ୍ଠିତ ହେବ। ସେହିପରି ମେ ୬ ତାରିଖରୁ ଜୁନ୍‌ ୧୭ ତାରିଖ ଯାଏଁ ଖରାଛୁଟି ହେବ। ଅକ୍ଟୋବର ୯ତାରିଖରୁ ୧୭ ତାରିଖ ଯାଏଁ ପୂଜା ଛୁଟି ଓ ଡିସେମ୍ୱର ୨୩ ତାରିଖରୁ ୩୧ ତାରିଖ ଯାଏଁ ଏକ୍ସମାସ୍‌ ଛୁଟି ହେବ। ସବୁ ମାସରେ ଷ୍ଟାଫ୍‌ ମିଟିଂ କରିବାକୁ ଦିନ ଧାର୍ଯ୍ୟ କରାଯାଇଛି। ଓସେପା ପକ୍ଷରୁ ଜାରି ଏହି ଶିକ୍ଷା କ୍ୟାଲେଣ୍ଡରକୁ ସମସ୍ତ ପ୍ରଧାନଶିକ୍ଷକଙ୍କ ନିକଟରେ ପହଞ୍ଚାଇବା ପାଇଁ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ରଜ୍ୟରେ ପ୍ରଚଣ୍ଡ ରୋୖଦ୍ରତାପକୁ ଦୃଷ୍ଟିରେ ରଖି ଏପ୍ରିଲ ୨ ଠାରୁ ସମସ୍ତ ସ୍କୁଲ ସକାଳୁଆ କରିବା ସହିତ ସମସ୍ତ ଅଙ୍ଗନବାଡି ଗୁଡିକ ମଧ୍ୟ ସକାଳ ୭ ଟାରୁ ୧୧ ଟା ୩୦ ଯାଏଁ ଖୋଲିବାକୁ ନିର୍ଦେଶ ଜାରି କରିଛନ୍ତି ରାଜ୍ୟସରକାର I

Tags: