ଯବାନଙ୍କୁ ମିଳୁଥିବା ସ୍ୱତନ୍ତ୍ର ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର : ଯବାନଂକ ପାଇଁ ବଡ଼ ଘୋଷଣା କଲେ ରାଜ୍ୟ ସରକାର ଇ ଯବାନଙ୍କୁ ମିଳୁଥିବା ସ୍ବତନ୍ତ୍ର ଭତ୍ତା (Risk Allowance) ୧୭ ହଜାର ଟଙ୍କା ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅର୍ଥାତ ସ୍ବତନ୍ତ୍ର ଭତ୍ତାରେ ୩ ଗୁଣ ବୃଦ୍ଧି କରାଯାଇଛି । ଏଣିକି ଯବାନ ମାନଙ୍କୁ ୮ ହଜାର ବଦଳରେ ମିଳିବ ୨୫ ହଜାର ଟଙ୍କା । ଏବେ ମିଳୁଥିବା ଆର୍ଥିକ ରାଶିର ପ୍ରାୟ ୩ ଗୁଣରୁ ବି ଅଧିକ ଟଙ୍କା […]

Samaya Live Picture
Published On

ଭୁବନେଶ୍ୱର : ଯବାନଂକ ପାଇଁ ବଡ଼ ଘୋଷଣା କଲେ ରାଜ୍ୟ ସରକାର ଇ ଯବାନଙ୍କୁ ମିଳୁଥିବା ସ୍ବତନ୍ତ୍ର ଭତ୍ତା (Risk Allowance) ୧୭ ହଜାର ଟଙ୍କା ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅର୍ଥାତ ସ୍ବତନ୍ତ୍ର ଭତ୍ତାରେ ୩ ଗୁଣ ବୃଦ୍ଧି କରାଯାଇଛି । ଏଣିକି ଯବାନ ମାନଙ୍କୁ ୮ ହଜାର ବଦଳରେ ମିଳିବ ୨୫ ହଜାର ଟଙ୍କା । ଏବେ ମିଳୁଥିବା ଆର୍ଥିକ ରାଶିର ପ୍ରାୟ ୩ ଗୁଣରୁ ବି ଅଧିକ ଟଙ୍କା ।
ଆଗାମୀ ଦିନରେ ଓଡିଶାରେ ନକ୍ସଲ ବିରୋଧୀ ଅଭିଯାନ ଆହୁରି ବ୍ୟାପକ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ କରି କହିଛନ୍ତି । ଯବାନଙ୍କ ସ୍ବତନ୍ତ୍ର ଭତ୍ତାରେ ବୃଦ୍ଧି ନିହାତି ଭାବେ ସେମାନଙ୍କର ମନୋବଳ ବଢାଇବ । ନୂଆପଡ଼ା ଜିଲା ସୀମାନ୍ତ ଛତିଶଗଡ଼ କୁଲହରିଘାଟ ଅଞ୍ଚଳରେ ସୁରକ୍ଷାବାହିନୀଙ୍କ ମିଳିତ ଅଭିଯାନ ଦ୍ବାରା ୧୪ ମାଓବାଦୀ ନିହତ ହୋଇଛନ୍ତି। ଏହି ଅଭିଯାନରେ ଓଡ଼ିଶା ପୁଲିସର ଏସ୍‌ଓଜି ଯବାନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା। ଏଥିପାଇଁ ସମସ୍ତ ଯବାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି ।

ସେହିପରି ରାଜ୍ୟରେ ପାଚକ ଓ ପାଚିକା ମାନଙ୍କର ପାରିଶ୍ରମିକ ବୃଦ୍ଧି କରିଛନ୍ତି ମୋହନ ସରକାର । ପାଚକ ଓ ପାଚିକାଙ୍କ ପାରିଶ୍ରମିକ ୧ ହଜାର ଟଙ୍କା ବୃଦ୍ଧିକରି ତାହାକୁ ୩ ହଜାର ଟଙ୍କା କରିବା ପରେ ଭତ୍ତା ବଢାଇବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Tags: