ଆମ୍ବୁଲାନ୍ସ ଡ୍ରାଇଭର ଓ ହେଲପରଙ୍କ ପାଇଁ ସ୍ୱତନ୍ତ୍ର ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର
ଭୁବନେଶ୍ୱର : ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ସେବାରେ ନିୟୋଜିତ ଡ୍ରାଇଭର, ହେଲ୍ପର ଓ ମେଡିକାଲ ଟେକନିସିଆନଙ୍କ ପାଇଁ ସ୍ୱତନ୍ତ୍ର ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର I ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପାଣ୍ଠିରୁ ସ୍ବତନ୍ତ୍ର ଭତ୍ତା ପ୍ରଦାନ ନିମନ୍ତେ ମଞ୍ଜୁରୀ ଦେଇଛନ୍ତି। ସେହିଅନୁସାରେ ଡ୍ରାଇଭରମାନଙ୍କୁ ମାସିକ ୫ହଜାର ଟଙ୍କା, ମେଡିକାଲ ଟେକନସିଆନ ଓ ହେଲପରଙ୍କୁ ୩ହଜାର ଟଙ୍କା ପ୍ରଦାନ କରାଯିବ । ସେମାନଙ୍କୁ ନିଜ ଦରମା ସହ ଏହି ବର୍ଦ୍ଧିତ ଭତ୍ତା ଚଳିତମାସ ଫେବୃଆରୀରୁ ମିଳିବ […]
ଭୁବନେଶ୍ୱର : ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ସେବାରେ ନିୟୋଜିତ ଡ୍ରାଇଭର, ହେଲ୍ପର ଓ ମେଡିକାଲ ଟେକନିସିଆନଙ୍କ ପାଇଁ ସ୍ୱତନ୍ତ୍ର ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର I ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପାଣ୍ଠିରୁ ସ୍ବତନ୍ତ୍ର ଭତ୍ତା ପ୍ରଦାନ ନିମନ୍ତେ ମଞ୍ଜୁରୀ ଦେଇଛନ୍ତି। ସେହିଅନୁସାରେ ଡ୍ରାଇଭରମାନଙ୍କୁ ମାସିକ ୫ହଜାର ଟଙ୍କା, ମେଡିକାଲ ଟେକନସିଆନ ଓ ହେଲପରଙ୍କୁ ୩ହଜାର ଟଙ୍କା ପ୍ରଦାନ କରାଯିବ । ସେମାନଙ୍କୁ ନିଜ ଦରମା ସହ ଏହି ବର୍ଦ୍ଧିତ ଭତ୍ତା ଚଳିତମାସ ଫେବୃଆରୀରୁ ମିଳିବ । ଏବେ ସେମାନଙ୍କୁ ସର୍ବନିମ୍ନ ମଜୁରୀ ଅଧିନିୟମ ଆଧାରରେ ମୂଳ ଦରମା ପ୍ରଦାନ କରାଯାଉଛି । ସର୍ବନିମ୍ନ ମଜୁରୀରେ ଡ୍ରାଇଭର ଓ ମେଡିକାଲ ଟେକନସିଆନଙ୍କୁ କୁଶଳୀ ଶ୍ରମିକ ଓ ହେଲପରଙ୍କୁ ଅଣକୁଶଳୀ ଶ୍ରମିକ ଭାବେ ବର୍ଗୀକୃତ କରାଯାଇଛି।




