ବହୁଭାଷୀ ଶିକ୍ଷକମାନଙ୍କ ଦରମା ବୃଦ୍ଧି କଲେ ରାଜ୍ୟ ସରକାର
ଭୁବନେଶ୍ୱର :ବହୁଭାଷୀ ଶିକ୍ଷକମାନଙ୍କ ଦରମା ବୃଦ୍ଧି କଲେ ରାଜ୍ୟ ସରକାର I ସେମାନଙ୍କର ମାସିକ ପାରିଶ୍ରମିକ ୩୨୦୦ ଟଙ୍କାରୁ ୫୩୭୯ ଟଙ୍କାକୁ ବୃଦ୍ଧି ହୋଇଛି । ବହୁଭାଷୀ ଶିକ୍ଷକମାନେ ଅସୁବିଧାରେ ଚଳୁଥିବା ଏବଂ ସେମାନେ ନିଜର ଦାୟିତ୍ୱକୁ ସୁଚାରୁରୂପେ ନିର୍ବାହ କରୁଥିବା ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ସୂଚନାଯୋଗ୍ୟ, ୨୦୦୭-୦୮ ମସିହାରେ ରାଜ୍ୟ ସରକାର ଅନୁସୂଚିତ ଜାତିର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଭିମୁଖୀ କରିବା ଓ ବିଦ୍ୟାଳୟରେ ଯୋଗଦାନ କରିବାକୁ ଉତ୍ସାହିତ କରିବା ପାଇଁ […]
ଭୁବନେଶ୍ୱର :ବହୁଭାଷୀ ଶିକ୍ଷକମାନଙ୍କ ଦରମା ବୃଦ୍ଧି କଲେ ରାଜ୍ୟ ସରକାର I ସେମାନଙ୍କର ମାସିକ ପାରିଶ୍ରମିକ ୩୨୦୦ ଟଙ୍କାରୁ ୫୩୭୯ ଟଙ୍କାକୁ ବୃଦ୍ଧି ହୋଇଛି । ବହୁଭାଷୀ ଶିକ୍ଷକମାନେ ଅସୁବିଧାରେ ଚଳୁଥିବା ଏବଂ ସେମାନେ ନିଜର ଦାୟିତ୍ୱକୁ ସୁଚାରୁରୂପେ ନିର୍ବାହ କରୁଥିବା ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।
ସୂଚନାଯୋଗ୍ୟ, ୨୦୦୭-୦୮ ମସିହାରେ ରାଜ୍ୟ ସରକାର ଅନୁସୂଚିତ ଜାତିର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଭିମୁଖୀ କରିବା ଓ ବିଦ୍ୟାଳୟରେ ଯୋଗଦାନ କରିବାକୁ ଉତ୍ସାହିତ କରିବା ପାଇଁ ୨୨୧ ଜଣ ବହୁଭାଷୀ ଶିକ୍ଷକମାନଙ୍କୁ ନିଯୁକ୍ତି ଦେଇଥିଲେ। ଏହି ଶିକ୍ଷକମାନେ ସୁନ୍ଦରଗଡ଼, କନ୍ଧମାଳ, ମୟୂରଭଞ୍ଜ, ରାୟଗଡ଼ା, ମାଲକାନଗିରି ଓ ସମ୍ବଲପୁର ଆଦି ଜିଲ୍ଲାରେ କାମ କରୁଛନ୍ତି। ସେମାନଙ୍କୁ ୨୦୨୦ ମସିହାରୁ ମାସିକ ପାରିଶ୍ରମିକ ବାବଦରେ ୩୨୦୦ ଟଙ୍କା ପ୍ରଦାନ କରାଯାଉଥିଲା। ବର୍ତ୍ତମାନ ରାଜ୍ୟ ସରକାର ସେମାନଙ୍କ ପାରିଶ୍ରମିକରେ ବୃଦ୍ଧି କରିଛନ୍ତି I




