ନର୍ସିଂ, ଫାର୍ମାସୀ ଛାତ୍ରଛାତ୍ରୀଙ୍କର ଷ୍ଟାଇପେଣ୍ଡ ବୃଦ୍ଧି କଲେ ରାଜ୍ୟ ସରକାର
ଭୁବନେଶ୍ୱର : ନର୍ସିଂ, ଫାର୍ମାସି ଓ ଆଲାଏଡ ମେଡିକାଲ ଛାତ୍ରଛାତ୍ରୀଙ୍କ ମାସିକ ଷ୍ଟାଇପେଣ୍ଡ ବୃଦ୍ଧି କରିଛନ୍ତି ରାଜ୍ୟସରକାର I ଏମକେସିଜି ମେଡିକାଲ ପରିଦର୍ଶନ ସମୟରେ ଫାଇଭ-ଟି ସଚିବ ଭି.କେ.ପାଣ୍ଡିଆନଙ୍କୁ ମେଡିକାଲ ଛାତ୍ରଛାତ୍ରୀମାନେ ଭେଟି ଷ୍ଟାଇପେଣ୍ଡ ବୃଦ୍ଧିପାଇଁ ଅନୁରୋଧ କରିଥିଲେ I ଛାତ୍ରଛାତ୍ରୀଙ୍କ ଅନୁରୋଧକୁ ବିଚାରକୁ ନେଇ ଏବଂ ସେମାନଙ୍କ ଦ୍ୱାରା ଦିଆଯାଉଥିବା ସେବାର ଗୁରୁତ୍ୱକୁ ଧ୍ୟାନରେ ରଖି ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ସପକ୍ଷରେ ଷ୍ଟାଇପେଣ୍ଡ ରାଶି ବୃଦ୍ଧି କରିବାକୁ ଅନୁମୋଦନ କରିଛନ୍ତି। । ଏହାଦ୍ୱାରା ଛାତ୍ରଛାତ୍ରୀଙ୍କୁ ଉନ୍ନତ ସେବା […]
ଭୁବନେଶ୍ୱର : ନର୍ସିଂ, ଫାର୍ମାସି ଓ ଆଲାଏଡ ମେଡିକାଲ ଛାତ୍ରଛାତ୍ରୀଙ୍କ ମାସିକ ଷ୍ଟାଇପେଣ୍ଡ ବୃଦ୍ଧି କରିଛନ୍ତି ରାଜ୍ୟସରକାର I ଏମକେସିଜି ମେଡିକାଲ ପରିଦର୍ଶନ ସମୟରେ ଫାଇଭ-ଟି ସଚିବ ଭି.କେ.ପାଣ୍ଡିଆନଙ୍କୁ ମେଡିକାଲ ଛାତ୍ରଛାତ୍ରୀମାନେ ଭେଟି ଷ୍ଟାଇପେଣ୍ଡ ବୃଦ୍ଧିପାଇଁ ଅନୁରୋଧ କରିଥିଲେ I ଛାତ୍ରଛାତ୍ରୀଙ୍କ ଅନୁରୋଧକୁ ବିଚାରକୁ ନେଇ ଏବଂ ସେମାନଙ୍କ ଦ୍ୱାରା ଦିଆଯାଉଥିବା ସେବାର ଗୁରୁତ୍ୱକୁ ଧ୍ୟାନରେ ରଖି ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ସପକ୍ଷରେ ଷ୍ଟାଇପେଣ୍ଡ ରାଶି ବୃଦ୍ଧି କରିବାକୁ ଅନୁମୋଦନ କରିଛନ୍ତି। । ଏହାଦ୍ୱାରା ଛାତ୍ରଛାତ୍ରୀଙ୍କୁ ଉନ୍ନତ ସେବା ପାଇଁ ପ୍ରେତ୍ସାହନ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହି ବୃଦ୍ଧି ପରେ ଏହି ଛାତ୍ରଛାତ୍ରୀମାନେ ନିମ୍ନଲିଖିତ ଉପାୟରେ ମାସିକ ଷ୍ଟାଇପେଣ୍ଡ ପାଇବେ:
ଡି.ଫାର୍ମା- ୨୫୦ ଟଙ୍କାରୁ ୫୦୦ ଟଙ୍କା
ଏନଏମ – ୧୦୦୦ ଟଙ୍କାରୁ ୨୦୦୦ ଟଙ୍କା
ବିଏସସି(ଏନ) ଇଣ୍ଟର୍ନସିପ୍ ୨୫୦୦ ଟଙ୍କାରୁ ୫୦୦୦ ଟଙ୍କା,
କ୍ଲିନିକାଲ ସାଇକୋଲୋଜି (ଏମଫିଲ୍) ୭୦୦୦ ଟଙ୍କାରୁ – ୧୦,୦୦୦ ଟଙ୍କା
ସାଇକାଟ୍ରିକ୍ ସୋସିଆଲ ୱାର୍କ (ଏମ୍.ଫିଲ୍) – ୭୦୦୦ ଟଙ୍କାରୁ ୧୦,୦୦୦ ଟଙ୍କା ପାଇଁ ବୃଦ୍ଧି କରାଯାଇଛି I
ଏହି ଷ୍ଟାଇପେଣ୍ଡ ଅଭିବୃଦ୍ଧି ଛାତ୍ରଛାତ୍ରୀଙ୍କୁ ଲୋକଙ୍କୁ ଉନ୍ନତ ସେବା ଯୋଗାଇବା ପାଇଁ ଉତ୍ସାହିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ଏହା ଦ୍ୱାରା ଓଡ଼ିଶାରେ ସ୍ୱାସ୍ଥ୍ୟ ସେବା ଆହୁରି ସୁଦୃଢ଼ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।




