ଆମ୍ବ ଟାକୁଆ ଜାଉ ଖାଇବା ଘଟଣା,ତଦନ୍ତ ପାଇଁ ପହଁଚିଲେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର

ଦାରିଙ୍ଗବାଡି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପାଙ୍କା ଗ୍ରାମରେ ଆମ୍ବ ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ଏବଂ ୬ ଜଣ ଗୁରୁତର ହେବା ଘଟଣାର ତଦନ୍ତ ଆରମ୍ଭ ହୋଇଛି । ତଦନ୍ତ କରିବା ପାଇଁ ଗ୍ରାମରେ ପହଞ୍ଚିଛନ୍ତି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ରୂପା ରୋଶନ ସାହୁ। ରାଜ୍ୟ ସରକାର ଏହି ଘଟଣାକୁ ଗୁରୁତ୍ତ୍ୱର ସହ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । […]

Samaya Live Picture
Published On

ଦାରିଙ୍ଗବାଡି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପାଙ୍କା ଗ୍ରାମରେ ଆମ୍ବ ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ଏବଂ ୬ ଜଣ ଗୁରୁତର ହେବା ଘଟଣାର ତଦନ୍ତ ଆରମ୍ଭ ହୋଇଛି । ତଦନ୍ତ କରିବା ପାଇଁ ଗ୍ରାମରେ ପହଞ୍ଚିଛନ୍ତି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ରୂପା ରୋଶନ ସାହୁ।

ରାଜ୍ୟ ସରକାର ଏହି ଘଟଣାକୁ ଗୁରୁତ୍ତ୍ୱର ସହ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ବୁଧବାର ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ଆରଡିସି ରୂପା ରୋଶନ ସାହୁ । ତାଙ୍କ ସହ କନ୍ଧମାଳ ଜିଲ୍ଲାପାଳ ଅମ୍ରିତ ଋତୁରାଜ ମଧ୍ୟ ଉପସ୍ଥିତ ଅଛନ୍ତି । ଆରଡିସି ମୃତକ ଏବଂ ଗୁରୁତରଙ୍କ ପରିବାରଙ୍କୁ ଭେଟି ପଚରାଉଚରା କରିଛନ୍ତି । ସେଠାରୁ ଫେରି ଆରଡିସି ଚାଉଳ ବଣ୍ଟନ କେନ୍ଦ୍ର ବ୍ରାହ୍ମଣୀ ଗାଁ ବହୁମୁଖି ସମବାୟ ସମିତିକୁ ଯାଇ ପିଡିଏସ ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ଏହି ତଦନ୍ତ ସମୟରେ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ । ଆସନ୍ତା ୧୧ତାରିଖରେ ପୁଣି ଆରଡିସି ମାଣ୍ଡିପଙ୍କା ତଦନ୍ତ ପାଇଁ ଆସିବେ ଓ ପରେ ରିପୋର୍ଟ ଗଣମାଧ୍ୟମକୁ ଜଣାଯିବ ବୋଲି କହିଛନ୍ତି ।

ସୂଚନାନୁସାରେ,ଗତ ୧ ତାରିଖ ଦିନ କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡ଼ି ବ୍ଲକ ଅନ୍ତର୍ଗତ ଗଦାପୁର ପଂଚାୟତର ମାଣ୍ଡିପଙ୍କା ଗାଁରେ ଆମ୍ବଟାକୁଆ ଖାଇ ୨ ଜଣଙ୍କର ଘଟିଥିବାବେଳେ ୬ ଜଣ ଗୁରୁତର ଅସୁସ୍ଥ ହୋଇଥିଲେ । ୬ ଅସୁସ୍ଥଙ୍କ ମଧ୍ୟରୁ ୪ ଜଣ ସୁସ୍ଥ ହୋଇ ଘରକୁ ଫେରି ଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୨ ଜଣ କଟକ ଏସ୍‌ସିବିରେ ଚିକିତ୍ସାଧୀନ ଅଛନ୍ତି। କଟକ ଏସ୍‌ସିବି ମେଡିସିନ୍‌ ଆଇସିୟୁରେ ଟୁନି ମାଝୀ ଏବଂ ଜିତା ମାଝୀଙ୍କ ଚିକିତ୍ସା ଜାରି ରହିଛି । ସେହି ୨ ମହିଳାଙ୍କୁ ଭେଟିଥିଲେ ସ୍ବାସ୍ଥମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେ ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହିତ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ଆଲୋଚନା କରିଥିଲେ । ଉଭୟଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବାକୁ ଡାକ୍ତର ଓ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Tags: