ବ୍ୟାପିଚାଲିଛି ବନାଗ୍ନି ଶିମିଳିପାଳରେ ସ୍ଥିତି ଅଣାୟତ୍ତ
ଭୁବନେଶ୍ୱର : ରାଜ୍ୟରେ ବିଭିନ୍ନ ସ୍ଥାନରେ ଜଙ୍ଗଲରେ ନିଆଁ ଲାଗି ହୁତୁହୁତୁ ହୋଇ ଜଳୁଛି । ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ନାକେଦମ ହେଲାଣି ବନବିଭାଗ I ଅତ୍ୟଧିକ ଗରମ ସହିତ ଜଙ୍ଗଲ ନିଆଁର ଧାସ ଜନଜୀବନକୁ ଅସ୍ତବ୍ୟସ୍ତ କରିସାରିଲେଣି I ସେହିପରି ଭିନ୍ନ ସ୍ଥାନରେ ଜଙ୍ଗଲରେ ନିଆଁ ଲାଗିଥିବାରୁ ପ୍ରାଣୀଜୀବନ ଏବେ ବିପଦରେ ପଡିଛି I ଅନେକ ସ୍ଥାନରେ ଜଙ୍ଗଲୀ ଜନ୍ତୁ ଜନବସତି ମୁହାଁ ହେଲେଣି I ହଦଗଡ ହସ୍ତୀ ଅଭୟାରଣ୍ୟର ୯ ଟି […]
ଭୁବନେଶ୍ୱର : ରାଜ୍ୟରେ ବିଭିନ୍ନ ସ୍ଥାନରେ ଜଙ୍ଗଲରେ ନିଆଁ ଲାଗି ହୁତୁହୁତୁ ହୋଇ ଜଳୁଛି । ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ନାକେଦମ ହେଲାଣି ବନବିଭାଗ I ଅତ୍ୟଧିକ ଗରମ ସହିତ ଜଙ୍ଗଲ ନିଆଁର ଧାସ ଜନଜୀବନକୁ ଅସ୍ତବ୍ୟସ୍ତ କରିସାରିଲେଣି I ସେହିପରି ଭିନ୍ନ ସ୍ଥାନରେ ଜଙ୍ଗଲରେ ନିଆଁ ଲାଗିଥିବାରୁ ପ୍ରାଣୀଜୀବନ ଏବେ ବିପଦରେ ପଡିଛି I ଅନେକ ସ୍ଥାନରେ ଜଙ୍ଗଲୀ ଜନ୍ତୁ ଜନବସତି ମୁହାଁ ହେଲେଣି I ହଦଗଡ ହସ୍ତୀ ଅଭୟାରଣ୍ୟର ୯ ଟି ପଏଣ୍ଟରେ ନିଆଁ ଲାଗିଛି । ଏବଂ ନିଆଁକୁ ଆୟତ କରିବା ପାଇଁ ବନବିଭାଗ ଓ ଅଗ୍ନିଶମ ବାହିନୀର ସ୍ପେଶାଲ ଟିମ ଘଟଣା ସ୍ଥଳରେ ପହଂଚିଛନ୍ତି । ବର୍ତମାନ ସମୟରେ ଅତ୍ୟଧିକ ଖରା ଯୋଗୁଁ ଗଛପତ୍ର ସବୁ ଶୁଖିଯାଇଛି । ଆଉ ଏହି ଶୁଖିଲା ପତ୍ର ଯୋଗୁଁ ନିଆଁ ସଙ୍ଗେସଙ୍ଗେ ସବୁଆଡେ ବ୍ୟାପିଯାଉଛି । ଯାହା ଫଳରେ ନିଆଁକୁ ଆୟତ କରିବା କଷ୍ଟକର ହୋଇପଡୁଛି । ତେବେ ହଦଗଡ ରେଂଜ ଅଧିନରେ ୯ଟି ବିଟ ହାଉସ ଥିବାବେଳେ ନିଆଁକୁ ପ୍ରତିରୋଧ କରିବା ପାଇଁ ପ୍ରତ୍ୟେକ ସ୍ଥାନରେ କର୍ମିମାନେ ଜଗିରହିଛନ୍ତି । ଏବଂ ଖୁବଶୀଘ୍ର ନିଆଁକୁ ଆୟତ କରାଯିବ ବୋଲି ବନ କର୍ମଚାରୀମାନେ କହିଛନ୍ତି ।
ସେପଟେ କଳିଙ୍ଗା ଘାଟିରେ ମଧ୍ୟ ନିଆଁ ଲାଗିଛି । କେହି ଜଣେ ଦୁର୍ବୁତ୍ତ ନିଆଁ ଲଗାଇ ଦେଇଥିବା ବେଳେ ଖବର ପାଇ ଜି.ଉଦୟଗିରି ରେଜଂର ଦାୟିତ୍ୱରେ ଥିବା ବନ କର୍ମଚାରୀ ନିଆଁକୁ ଆୟତ କରିଥିବା ଜଣାପଡିଛି ।
ସେହିପରି ସୁନ୍ଦରଗଡ ଜିଲ୍ଲା ହେମଗିରି ବ୍ଲକର କନିକା ଅଞ୍ଚଳରେ ଘଂଟା ଘଂଟା ଧରି ଜଳୁଛି ଜଙ୍ଗଲ । ହେଲେ ବନ ବିଭାଗର ନିଘା ନାହିଁ । ସୁନ୍ଦରଗଡ ଜିଲ୍ଲା ହେମଗିରି ଫରେଷ୍ଟ ରେଞ୍ଜର କନିକା ଜଙ୍ଗଲରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି । ଦୀର୍ଘ ୩ ଘଂଟା ନିଆଁ ଧରି ଅଧା ଜଙ୍ଗଲ ପାଉଁଶ ହେଲା ପରେ ଜଣେ ବନ କର୍ମଚାରୀ ନିଆଁକୁ ଲିଭାଇ ଥିବା ବେଳେ ବନ ବିଭାଗର ଏପରି ଅବହେଳାକୁ ନିନ୍ଦା କରିଛନ୍ତି ପରିବେଶ ପ୍ରେମୀ । ହେମଗିରି ଫରେଷ୍ଟ ରେଞ୍ଜ କାର୍ଯ୍ୟାଳୟ ଠାରୁ ମାତ୍ର ୨ କିଲୋମିଟର ଦୂରତାରେ ଏହି ନିଆଁ ଲାଗିଥିବା ବେଳେ ବନ ବିଭାଗ ଏତେ ବିଳମ୍ବରେ ପଦକ୍ଷେପ ନେବା ପରିବେଶ ପ୍ରେମୀକୁ ବ୍ୟଥିତ କରିଛି ।
ସେହିପରି ମୟୂରଭଞ୍ଜର ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଲିଭିବା ପରିବର୍ତ୍ତେ ବ୍ୟାପୀ ଚାଲିଛି। ଶନିବାର ଓଡ଼ିଶାରେ ୪ ହଜାର ୯୧୭ଟି ପଏଣ୍ଟ(ସ୍ଥାନ)ରେ ବନାଗ୍ନି ଦେଖିବାକୁ ମିଳିଥିବା ବେଳେ ରବିବାର ୪ ହଜାର ୯୨୧ଟି ପଏଣ୍ଟରେ ନିଆଁ ଜଳୁଛି। ଶନିବାର ଅପେକ୍ଷା ରବିବାର ରାଜ୍ୟରେ ବନାଗ୍ନି ବୃଦ୍ଧି ପାଉଥିବା ଜଣାପଡିଛି। ଗୋଟିଏ କି ଦୁଇଟି ଜିଲ୍ଲାରେ ଜଙ୍ଗଲ ଜଳୁନାହିଁ, ବରଂ ୧୮ଟି ଜିଲ୍ଲାରେରେ ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ। ଶିମିଳିପାଳରେ ଦକ୍ଷିଣ ବନ୍ୟପ୍ରାଣୀ ଖଣ୍ଡ ଅନ୍ତର୍ଗତ ଡୁକୁରା ବନାଞ୍ଚଳର ଡେଙ୍ଗାମର ନୂଆଗାଁରେ ୩ଟି ଏବଂ ପିଠାବଟା ଉତ୍ତର ବନାଞ୍ଚଳର ଚାକିଡିର ୨ଟି ସ୍ଥାନ ଅଗ୍ନି ବଳୟ ଭିତରେ ରହିଛି । ସେପଟେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ରେଞ୍ଜ କାଲିମେଳା-୨୩ରେ ୮ଦିନ ହେଲା ଜଙ୍ଗଲ ଜଳୁଛି। ସେଠାରେ ବନ ବିଭାଗ କର୍ମଚାରୀ ନିଆଁ ଭିଭାଇବା ଦାୟିତ୍ବରେ ନିୟୋଜିତ ହୋଇଛନ୍ତି, କିନ୍ତୁ ଏଯାବତ୍ ନିଆଁ ଆୟତ୍ତକୁ ଆସିପାରିନାହିଁ।




