ଆସନ୍ତା ମାର୍ଚ୍ଚ ୮ ଓ ୯ ଦୁଇ ଦିନ ହେବ ଏସ୍‌ଆଇ ପରୀକ୍ଷା

କଟକ : ଓଡ଼ିଶା ପୋଲିସ ରିକ୍ରୁଟ୍‌ମେଣ୍ଟ ବୋର୍ଡ ଦ୍ୱାରା ପରିଚାଳିତ ପୋଲିସ SI ପରୀକ୍ଷା ଆସନ୍ତା ମାର୍ଚ୍ଚ ୮ ଓ ୯ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହେବ। ରାଜ୍ୟର ବିଭିନ୍ନ ଜିଲାରେ ପୋଲିସ SI ଓ ତତୁଲ୍ୟ ପଦବୀ ନିମନ୍ତେ ଏହି ପରୀକ୍ଷା ଓଏମ୍‌ଆର୍‌ ସିଟ୍‌ ମାଧ୍ୟମରେ କରାଯିବ। ଏଥିପାଇଁ ପରୀକ୍ଷାର୍ଥୀମାନଙ୍କ ଆଡ୍‌ମିଟ୍‌ କାର୍ଡ https://odishapolice.gov.in ଓ୍ବେବ୍‌ସାଇଟ୍‌ରେ ଆସନ୍ତା ୧ରୁ ଉପଲବ୍ଧ ହେବ। ପରୀକ୍ଷାର୍ଥୀମାନେ ନିଜର ୟୁଜର ଆଇଡି ଓ ପାସ୍‌ଓ୍ବାର୍ଡ ବ୍ୟବହାର କରି […]

ଆସନ୍ତା ମାର୍ଚ୍ଚ ୮ ଓ ୯ ଦୁଇ ଦିନ ହେବ ଏସ୍‌ଆଇ ପରୀକ୍ଷା
Samaya Live Picture
Published On

କଟକ : ଓଡ଼ିଶା ପୋଲିସ ରିକ୍ରୁଟ୍‌ମେଣ୍ଟ ବୋର୍ଡ ଦ୍ୱାରା ପରିଚାଳିତ ପୋଲିସ SI ପରୀକ୍ଷା ଆସନ୍ତା ମାର୍ଚ୍ଚ ୮ ଓ ୯ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହେବ। ରାଜ୍ୟର ବିଭିନ୍ନ ଜିଲାରେ ପୋଲିସ SI ଓ ତତୁଲ୍ୟ ପଦବୀ ନିମନ୍ତେ ଏହି ପରୀକ୍ଷା ଓଏମ୍‌ଆର୍‌ ସିଟ୍‌ ମାଧ୍ୟମରେ କରାଯିବ। ଏଥିପାଇଁ ପରୀକ୍ଷାର୍ଥୀମାନଙ୍କ ଆଡ୍‌ମିଟ୍‌ କାର୍ଡ https://odishapolice.gov.in ଓ୍ବେବ୍‌ସାଇଟ୍‌ରେ ଆସନ୍ତା ୧ରୁ ଉପଲବ୍ଧ ହେବ। ପରୀକ୍ଷାର୍ଥୀମାନେ ନିଜର ୟୁଜର ଆଇଡି ଓ ପାସ୍‌ଓ୍ବାର୍ଡ ବ୍ୟବହାର କରି ଆଡ୍‌ମିଟ୍‌ କାର୍ଡ ଡାଉନଲୋଡ୍‌ କରିବା ସହ ପରୀକ୍ଷା ଓ ପରୀକ୍ଷା କେନ୍ଦ୍ର ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ପାଇପାରିବେ।

ଓଡ଼ିଶା ପୁଲିସ୍ ନିଯୁକ୍ତି ବୋର୍ଡ ପକ୍ଷରୁ ମଙ୍ଗଳବାର ପ୍ରକାଶ ପାଇଥିବା ପରୀକ୍ଷା ବିଜ୍ଞପ୍ତି ଅନୁସାରେ ଏସ୍‌ଆଇ ପଦବୀ ପାଇଁ ଓଏମ୍‌ଆର୍ ଆଧାରିତ ନିଯୁକ୍ତି ପରୀକ୍ଷା ମାର୍ଚ୍ଚ ୮ ଏବଂ ଅନ୍ୟାନ୍ୟ ପଦବୀ ପାଇଁ ୯ ମାର୍ଚ୍ଚ ୨୦୨୫ରେ ଅନୁଷ୍ଠିତ ହେବ। ଏଥି ସହିତ ପରୀକ୍ଷା ପାଇଁ ପ୍ରାର୍ଥୀମାନେ ସେମାନଙ୍କ ଆଡମିଟ୍ କାର୍ଡ ମାର୍ଚ୍ଚ ୧ ତାରିଖରୁ ଓଡ଼ିଶା ପୁଲିସ ୱେବସାଇଟ https://odishapolice.gov.in ରେ ଉପଲବ୍ଧ ହେବ ବୋଲି ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ଜାରି କରାଯାଇଥିବା ନୋଟିସ୍‌ରେ କୁହାଯାଇଛି।

ସୂଚନାଯୋଗ୍ୟ, ଓଡ଼ିଶା ପୁଲିସ୍ ନିଯୁକ୍ତି ବୋର୍ଡ ପକ୍ଷରୁ ୯୩୩ SI ରାଙ୍କ୍‌ ପଦବୀର ପରୀକ୍ଷା ତାରିଖ ପ୍ରକାଶ ପାଇଛି। ଗତ ଜାନୁଆରୀ ମାସରୁ ୯୩୩ଟି ପୁଲିସ ଏସ୍‌ଆଇ ଓ ସମାନ ରାଙ୍କର ଅନ୍ୟାନ୍ୟ ପଦବୀ ପୂରଣ ନିମନ୍ତେ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯେଉଁ ପଦବୀ ପାଇଁ ୨୦ ଜାନୁଆରୀରୁ ଆବେଦନ ଆରମ୍ଭ ହୋଇ ୧୦ ଫେବୃଆରୀ ୨୦୨୫ ପର୍ୟ୍ୟନ୍ତ ଚାଲିଥିଲା। ଆଜି ସେହି ପଦ ଗୁଡିକ ପୂରଣ ନିମନ୍ତେ ଓଏମ୍‌ଆର୍ ଆଧାରିତ ପରୀକ୍ଷା ତାରିଖ ପ୍ରକାଶ ପାଇଛି।

 

Tags: