କୋକେନ ଜବତ ଘଟଣା ଗିରଫ ହେବ ଜାହାଜ
କଟକ : ଗିରଫ ହେବ ଜାହାଜ ଏମ.ଭି.ଦେବୀ I ଜାହାଜକୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ନିର୍ଦେଶ ଦେବାର ୨୪ ଘଣ୍ଟା ମଧ୍ୟରେ ଗିରଫ ୱାରେଣ୍ଟ ଜାରି କରିବା ପାଇଁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି I କୋକେନ ସହ ଏମ.ଭି.ଦେବୀ ଜାହାଜ ପାରାଦୀପରେ ଅଟକ ରହିଛି I ପାରାଦୀପ ବନ୍ଦରର ଇଣ୍ଟରନ୍ୟାସନାଲ କାର୍ଗୋ ପ୍ରାଇଭେଟ ଲିମିଟେଡକୁ ବ୍ୟବହାର କରି ଭଡ଼ା ବାବଦକୁ ୭ କୋଟି ୯୫ ଲକ୍ଷ ଟଙ୍କା ବକେୟା ରହିଛି । […]
କଟକ : ଗିରଫ ହେବ ଜାହାଜ ଏମ.ଭି.ଦେବୀ I ଜାହାଜକୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ନିର୍ଦେଶ ଦେବାର ୨୪ ଘଣ୍ଟା ମଧ୍ୟରେ ଗିରଫ ୱାରେଣ୍ଟ ଜାରି କରିବା ପାଇଁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି I କୋକେନ ସହ ଏମ.ଭି.ଦେବୀ ଜାହାଜ ପାରାଦୀପରେ ଅଟକ ରହିଛି I ପାରାଦୀପ ବନ୍ଦରର ଇଣ୍ଟରନ୍ୟାସନାଲ କାର୍ଗୋ ପ୍ରାଇଭେଟ ଲିମିଟେଡକୁ ବ୍ୟବହାର କରି ଭଡ଼ା ବାବଦକୁ ୭ କୋଟି ୯୫ ଲକ୍ଷ ଟଙ୍କା ବକେୟା ରହିଛି । ପିଆଇସିଟି ପକ୍ଷରୁ ଆଗତ ମାମଲାର ଶୁଣାଣି ପରିପ୍ରେକ୍ଷୀରେ ହାଇକୋର୍ଟର ବିଚାରପତି ଜଷ୍ଟିସ ଭି.ନରସିଂହ ଶୁକ୍ରବାର ଏହି ଗୁରୁତ୍ତ୍ୱପୂର୍ଣ ନିର୍ଦେଶ ଦେଇଛନ୍ତି I
ସୂଚନାନୁସାରେ,ଗତ ନଭେମ୍ବର ମାସ ୩୦ ତାରିଖରେ ଏମ.ଭି ଦେବୀ ନାମକ ଜାହାଜଟି ଇଣ୍ଡୋନେସିଆରୁ ବାହାରି ପାରାଦୀପ ବନ୍ଦରରେ ରହିଥିବାବେଳେ ଡିସେମ୍ବର ୧ ତାରିଖରେ ୨୨ କେଜି କୋକେନ୍ ଜବତ କରାଯାଇଥିଲା। ଯାହାର ଆନୁମାନିକ ମୂଲ୍ୟ ୨୨୦ କୋଟି ଟଙ୍କା ହେବ I ସେହି ଦିନଠାରୁ ଉକ୍ତ ଜାହାଜଟି ପାରାଦୀପ ବନ୍ଦରରେ ଅଟକ ରହିଛି I ୨୧ ତାରିଖ ଦିନ ଜଷ୍ଟିସ ନରସିଂହ ଏହି ଜାହାଜ ଗିରଫ ସଂକ୍ରାନ୍ତରେ ରୁଜୁ ଅନ୍ତରୀଣ ପିଟିସନ ଉପରେ ଶୁଣାଣି ଆରମ୍ଭ କରିଥିଲେ I ମାତ୍ର ୨ ଦିନ ମଧ୍ୟରେ ଶୁଣାଣି ଶେଷ କରି ହାଇକୋର୍ଟ ଏହି ନିର୍ଦେଶ ଦେଇଛନ୍ତି I ମାର୍ଚ୍ଚ ୭ ରେ ମାମଲାର ପରବର୍ତ୍ତୀ ଶୁଣାଣୀ।




