ପରଲୋକରେ ବିଜେଡିର ବରିଷ୍ଠ ନେତା ଡ଼. ଦାମୋଦର ରାଉତ
ଭୁବନେଶ୍ୱର : ରାଜନୀତିର ମହାଦ୍ରୁମ ତଥା ବିଜେଡିର ବରିଷ୍ଠ ନେତା ଡ଼.ଦାମୋଦର ରାଉତଙ୍କ ପରଲୋକ I ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି I ଶୁକ୍ରବାର ସକାଳ ୫.୨୩ ମିନିଟ ରେ ୮୩ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି I ଏନେଇ ସୂଚନା ଦେଇଛନ୍ତି ତାଙ୍କ ପୁଅ ସମ୍ବିତ ରାଉତରାୟ I ସୂଚନାନୁସାରେ,ଗତ ୧୮ ତାରିଖ ବିଳମ୍ବିତ ରାତିରେ ସେ ଅସୁସ୍ଥ ହୋଇପଡିଥିଲେ I ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ […]
ଭୁବନେଶ୍ୱର : ରାଜନୀତିର ମହାଦ୍ରୁମ ତଥା ବିଜେଡିର ବରିଷ୍ଠ ନେତା ଡ଼.ଦାମୋଦର ରାଉତଙ୍କ ପରଲୋକ I ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି I ଶୁକ୍ରବାର ସକାଳ ୫.୨୩ ମିନିଟ ରେ ୮୩ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି I ଏନେଇ ସୂଚନା ଦେଇଛନ୍ତି ତାଙ୍କ ପୁଅ ସମ୍ବିତ ରାଉତରାୟ I
ସୂଚନାନୁସାରେ,ଗତ ୧୮ ତାରିଖ ବିଳମ୍ବିତ ରାତିରେ ସେ ଅସୁସ୍ଥ ହୋଇପଡିଥିଲେ I ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା I ସେଠାରେ ତାଙ୍କୁ ଡାକ୍ତର ବ୍ରେନ୍ ଡେଡ୍ ବୋଲି ଘୋଷଣା କରିଥିଲେ । ତଥାପି ତାଙ୍କୁ ହାର୍ଟ ବିଟ୍ ହେଉଥିବାରୁ ତାଙ୍କୁ ଲାଇଫ୍ ସପୋର୍ଟରେ ରଖାଯାଇଥିଲା । ହେଲେ ଆଜି ତାଙ୍କର ଦେହାନ୍ତ ହୋଇଛି । ରାଜନୀତିର ମହାଦ୍ରୁମକୁ ହରାଇ ରାଜ୍ୟ ରାଜନୀତି ମହଲରେ ଶୋକର ଛାୟା ଖେଳିଯାଇଛି ।




