୨୦ରେ ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ଭୋଟ,ସନ୍ଧ୍ୟାରେ ଥମିବ ପ୍ରଚାର
ଭୁବନେଶ୍ୱର : ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବ ରାଜ୍ୟରେ ୨ୟ ପର୍ଯ୍ୟାୟ ଭୋଟ I ୨ୟ ପର୍ଯ୍ୟାୟରେ ୫ ଟି ଲୋକସଭା ଆସନ ସହ ୩୫ ଟି ବିଧାନସଭା ଆସନ ପାଇଁ ମତଦାନ ହେବ I ଏଥିପାଇଁ ଆଜି ସନ୍ଧ୍ୟାରେ ସରିବ ପ୍ରଚାର। ଶେଷଦିନରେ ତିନି ପ୍ରମୁଖ ଦଳ ପ୍ରଚାରକୁ ଜୋରଦାର କରୁଛନ୍ତି । ନିର୍ବାଚନ ପ୍ରଚାର ଶେଷଦିନରେ ବହୁ ବଡ଼ ବଡ଼ କେନ୍ଦ୍ରୀୟ ହେଭିୱେଟ ଓଡ଼ିଶାରେ ପ୍ରଚାର ଚଲାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ […]
ଭୁବନେଶ୍ୱର : ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବ ରାଜ୍ୟରେ ୨ୟ ପର୍ଯ୍ୟାୟ ଭୋଟ I ୨ୟ ପର୍ଯ୍ୟାୟରେ ୫ ଟି ଲୋକସଭା ଆସନ ସହ ୩୫ ଟି ବିଧାନସଭା ଆସନ ପାଇଁ ମତଦାନ ହେବ I ଏଥିପାଇଁ ଆଜି ସନ୍ଧ୍ୟାରେ ସରିବ ପ୍ରଚାର। ଶେଷଦିନରେ ତିନି ପ୍ରମୁଖ ଦଳ ପ୍ରଚାରକୁ ଜୋରଦାର କରୁଛନ୍ତି । ନିର୍ବାଚନ ପ୍ରଚାର ଶେଷଦିନରେ ବହୁ ବଡ଼ ବଡ଼ କେନ୍ଦ୍ରୀୟ ହେଭିୱେଟ ଓଡ଼ିଶାରେ ପ୍ରଚାର ଚଲାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସୁନ୍ଦରଗଡ଼ ବଣାଇ ଓ ରାଜଗାଙ୍ଗପୁରରେ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି।
ସେହିପରି ଗତକାଲିଠାରୁ ପ୍ରଚାର ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ବଲିଉଡ୍ ଡ୍ରିମଗାର୍ଲ ତଥା ବିଜେପି ସାଂସଦ ହେମାମାଳିନୀ I ସେ ଗତକାଲି ଭୁବନେଶ୍ୱର ,ପିପିଲି,ଏବଂ କଟକରେ ପ୍ରଚାର ସାରି ଆଜି ଅନୁଗୁଳ ପାଲଲହଡ଼ା ଓ ଦେବଗଡ଼ରେ ପ୍ରଚାର କରିବେ । କେନ୍ଦ୍ରମନ୍ତ୍ରୀ ଭୂପିନ୍ଦର ସିଂ ଯାଦବ ଆଜି କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳିର ମୁରିବାହାଲରେ ଜନସଭାରେ ସାମିଲ ହୋଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ ନିର୍ବାଚନୀ ପ୍ରଭାରୀ ବିଜୟ ପାଲ ସିଂ ତୋମାର୍ ବ୍ରଜରାଜନଗର ଓ ଝାରସୁଗୁଡ଼ାରେ ଜନସଭାରେ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି।
ସୂଚନାନୁସାରେ,ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଦୀପ ପୁରୋହିତ, ସଙ୍ଗୀତା ସିଂଦେଓ, ଜୁଏଲ ଓରାମ, ଅଚ୍ୟୁତ ସାମନ୍ତ, ବିକ୍ରମ କେଶରୀ ଆରୁଖ, ସୁଶାନ୍ତ ସିଂ, କଳିକେଶ ସିଂଦେଓ, ନିରଂଜନ ପୂଜାରୀ, ପଦ୍ମନାଭ ବେହେରା, ପ୍ରଦୀପ ଅମାତଙ୍କ ଭଳି ହେଭିୱେଟ ଅଛନ୍ତି।




