ବଢ଼ିଲା ପଞ୍ଚାୟତ ପ୍ରତିନିଧିଙ୍କ ପାରିତୋଷିକ

ଭୁବନେଶ୍ୱର : ପଞ୍ଚାୟତ ପ୍ରତିନିଧିଙ୍କ ପାରିଶ୍ରମିକ ବୃଦ୍ଧି କଲେ ରାଜ୍ୟ ସରକାର I ପଞ୍ଚାୟତି ରାଜ ପ୍ରତିନିଧି ମାନଙ୍କର ପାରିତୋଷିକ ଓ ବୈଠକ ଭତ୍ତା ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I ମୁଖ୍ୟମନ୍ତ୍ରୀଙ୍କର ନିଷ୍ପତି ଅନୁଯାୟୀ ଜିଲ୍ଲା ପରିଷଦ ସଭାପତି ମାନଙ୍କର ୯,୩୮୦ ଟଙ୍କା ପରିବର୍ତ୍ତେ ୩୦,୦୦୦ ଟଙ୍କା ମାସିକ ପାରିତୋଷିକ ବୃଦ୍ଧି କରାଯାଇଛି । ସେମାନଙ୍କ ଦୈନିକ ଭତ୍ତା ମଧ୍ୟ ୩୦୦ ଟଙ୍କାରୁ ୬୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଜିଲ୍ଲା ପରିଷଦ ଉପ-ସଭାପତି […]

Samaya Live Picture
Published On

ଭୁବନେଶ୍ୱର : ପଞ୍ଚାୟତ ପ୍ରତିନିଧିଙ୍କ ପାରିଶ୍ରମିକ ବୃଦ୍ଧି କଲେ ରାଜ୍ୟ ସରକାର I ପଞ୍ଚାୟତି ରାଜ ପ୍ରତିନିଧି ମାନଙ୍କର ପାରିତୋଷିକ ଓ ବୈଠକ ଭତ୍ତା ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I

ମୁଖ୍ୟମନ୍ତ୍ରୀଙ୍କର ନିଷ୍ପତି ଅନୁଯାୟୀ ଜିଲ୍ଲା ପରିଷଦ ସଭାପତି ମାନଙ୍କର ୯,୩୮୦ ଟଙ୍କା ପରିବର୍ତ୍ତେ ୩୦,୦୦୦ ଟଙ୍କା ମାସିକ ପାରିତୋଷିକ ବୃଦ୍ଧି କରାଯାଇଛି । ସେମାନଙ୍କ ଦୈନିକ ଭତ୍ତା ମଧ୍ୟ ୩୦୦ ଟଙ୍କାରୁ ୬୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଜିଲ୍ଲା ପରିଷଦ ଉପ-ସଭାପତି ମାନଙ୍କ ପାରିତୋଷିକ ୭,୦୪୦ ଟଙ୍କାରୁ ୨୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ଏବଂ ସେମାନଙ୍କ ଭତ୍ତା ମଧ୍ୟ ୩୦୦ଟଙ୍କାରୁ ୬୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଜିଲ୍ଲା ପରିଷଦ ସଦସ୍ୟମାନେ ପୂର୍ବରୁ ୩,୫୩୦ ଟଙ୍କା ପାଉଥିବା ବେଳେ ଏବେ ୧୦,୦୦୦ ଟଙ୍କା ମାସିକ ପାରିତୋଷିକ ପାଇବେ ଏବଂ ସେମାନଙ୍କ ଦୈନିକ ଭତ୍ତା ମଧ୍ୟ ୩୦୦ଟଙ୍କାରୁ ୬୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ସୂଚନାନୁସାରେ,୫ ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କର ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ପଞ୍ଚାୟତିରାଜ ପ୍ରତିନିଧି ମାନେ ତାଙ୍କୁ ଭେଟି ଏହି ପାରିତୋଷିକ ବୃଦ୍ଧି ସମ୍ପର୍କରେ ପ୍ରସ୍ତାବ ଦେବା ସହିତ ଅନୁରୋଧ କରିଥିଲେ I

ସୂଚନାନୁସାରେ,ପୂର୍ବରୁ ପଞ୍ଚାୟତିରାଜ ପ୍ରତିନିଧି ମାନଙ୍କର ପାରିତୋଷିକ ଓ ଭତ୍ତା ବାବଦରେ ମାସିକ ୭୯.୮୮ କୋଟି ଟଙ୍କା ଖର୍ଚ୍ଚ ହେଉଥିବାବେଳେ ବର୍ତ୍ତମାନ ଏହି ରାଶି ୨୪୨.୫୬ କୋଟି ଟଙ୍କାକୁ ବୃଦ୍ଧି ପାଇଛି I ଫଳରେ ରାଜ୍ୟ ସରକାର ବର୍ତ୍ତମାନ ୧୬୨.୬୮ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ବହନ କରିବେ I

Tags: