ଫୁଲୁଛି ମହାନଦୀ,ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା
ବାଙ୍କୀ : ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା I ହୀରାକୁଦ ଡ୍ୟାମର ୧୪ଟି ଗେଟ୍ ଖୋଲାଯିବା ପରେ ମହାନଦୀର ଜଳସ୍ତର ବୃଦ୍ଧି ପାଇଛି I ଫଳରେ ବାଙ୍କୀର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଛି । ବାଙ୍କୀ ବିଲିପଡାରୁ ତାଳବସ୍ତ ରାସ୍ତାରେ ୪ ପୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କଟକ ଜିଲ୍ଲା ଆଠଗଡ଼ର ବଡ଼ଭୂଇଁ-ଖଣ୍ଡହତାକୁ ସଂଯୋଗ କରୁଥିବା ବଡ଼ବନ୍ଧିଆଣି ରାସ୍ତା […]
ବାଙ୍କୀ : ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା I ହୀରାକୁଦ ଡ୍ୟାମର ୧୪ଟି ଗେଟ୍ ଖୋଲାଯିବା ପରେ ମହାନଦୀର ଜଳସ୍ତର ବୃଦ୍ଧି ପାଇଛି I ଫଳରେ ବାଙ୍କୀର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଛି । ବାଙ୍କୀ ବିଲିପଡାରୁ ତାଳବସ୍ତ ରାସ୍ତାରେ ୪ ପୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କଟକ ଜିଲ୍ଲା ଆଠଗଡ଼ର ବଡ଼ଭୂଇଁ-ଖଣ୍ଡହତାକୁ ସଂଯୋଗ କରୁଥିବା ବଡ଼ବନ୍ଧିଆଣି ରାସ୍ତା ସହ ପୋଲ ଉପରେ ୨ ଫୁଟ୍ ବନ୍ୟା ପାଣି ପ୍ରବାହିତ ହେଉଛି। ଫଳରେ ଏହି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ସେହିପରି ଉତ୍ତରବାଙ୍କୀ ଘୋଡ଼ାବରଠାରେ ହୁଳୁହୁଳି ପୋଲ ଦେଇ ମହାନଦୀ ବନ୍ୟା ଜଳ ପଶି ତିଗିରିଆ ଓ ଉତ୍ତରବାଙ୍କୀ ଅଞ୍ଚଳର ହଜାର ହଜାର ଏକର ଚାଷ ଜମି ଜଳମଗ୍ନ ହୋଇଛି।
ବର୍ତ୍ତମାନ ମହାନଦୀରେ ଜଳସ୍ତର ବୃଦ୍ଧି ପାଇ ୫ ଲକ୍ଷ ୯୬ ହଜାର ଘନପୁଟରେ ପହଁଚିଲାଣି । ବର୍ତ୍ତମାନ ମୁଣ୍ଡଳୀ ଉପର ଭାଗରେ ୮୯.୨୦ ଓ ତାଳଭାଗରେ ୮୭.୦୦ ପୁଟ ଜଳସ୍ତର ରହିଛି । ବିପଦ ସଂକେତ ତଳେ ରହିଛି ମହାନଦୀର ଜଳସ୍ତର । ତେବେ ଲଗାତାର ମହାନଦୀରେ ଜଳସ୍ତର ବଢ଼ୁଥିବାରୁ ୧୦ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି I ବିଶେଷକରି ତଳିଆ ଅଞ୍ଚଳର ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବାକୁ ନିର୍ଦେଶ ଵଦିଆଯାଇଛି I ସମ୍ବଲପୁର,ଅନୁଗୁଳ,ନୟାଗଡ଼,ପୁରୀ ବୋୖଦ୍ଧ,ଜଗତସିଂପୁର ,କଟକ, ଏବଂ କେନ୍ଦ୍ରାପଡା ଜିଲ୍ଲାକୁ ସତର୍କ ରହିବା ପାଇଁ ନିର୍ଦେଶ ଦିଆଯାଇଛି I




