ଶୀତଳ ଷଷ୍ଠୀରେ ଲିଙ୍ଗରାଜ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ
ଭୁବନେଶ୍ବର: ପୁଣି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତିରେ ବିଭ୍ରାଟ । ଶୀତଳଷଷ୍ଠୀ ଭଳି ଦିନରେ ବନ୍ଦ ରହିଲା ଦେବ ଦମ୍ପତିଙ୍କ ବିବାହ । କେଦାରଗୌରୀ ମନ୍ଦିରରେ ଦିଅଁଙ୍କ ବିବାହ ସଂପୂର୍ଣ୍ଣ ହୋଇନଥିବା ବେଳେ ଲିଙ୍ଗରାଜ ମନ୍ଦିରରେ ଦ୍ୱାର ଖୋଲିଲେ ବଡୁ ନିଯୋଗ ପାଳିରେ ଥିବା ସେବାୟତ । ଅବକାଶ ପରେ ମଙ୍ଗଳ ଆଳତି ନକରି ସିଧା ସାହାଣମେଲା ଦର୍ଶନ କରିବାରୁ ନୀତି ବନ୍ଦ ରହିଥିବା ସୂଚନା ମିଳିଛି । ପୂଜାପଣ୍ଡା ନିଯୋଗ ମଙ୍ଗଳ ଆଳତି ପରେ ଦ୍ବାର ଖୋଲିବା […]
ଭୁବନେଶ୍ବର: ପୁଣି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତିରେ ବିଭ୍ରାଟ । ଶୀତଳଷଷ୍ଠୀ ଭଳି ଦିନରେ ବନ୍ଦ ରହିଲା ଦେବ ଦମ୍ପତିଙ୍କ ବିବାହ । କେଦାରଗୌରୀ ମନ୍ଦିରରେ ଦିଅଁଙ୍କ ବିବାହ ସଂପୂର୍ଣ୍ଣ ହୋଇନଥିବା ବେଳେ ଲିଙ୍ଗରାଜ ମନ୍ଦିରରେ ଦ୍ୱାର ଖୋଲିଲେ ବଡୁ ନିଯୋଗ ପାଳିରେ ଥିବା ସେବାୟତ । ଅବକାଶ ପରେ ମଙ୍ଗଳ ଆଳତି ନକରି ସିଧା ସାହାଣମେଲା ଦର୍ଶନ କରିବାରୁ ନୀତି ବନ୍ଦ ରହିଥିବା ସୂଚନା ମିଳିଛି । ପୂଜାପଣ୍ଡା ନିଯୋଗ ମଙ୍ଗଳ ଆଳତି ପରେ ଦ୍ବାର ଖୋଲିବା କଥା । ମାତ୍ର ମନ୍ଦିର ଦ୍ବାର ଖୋଲି ସେବାୟତ ଦର୍ଶନ କରାଇବାରୁ ଠାକୁରଙ୍କ ନୀତି ବନ୍ଦ ରହିଛି । ଏନେଇ ସେବାୟତ ନିଯୋଗ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ବର୍ତ୍ତମାନ ସୁଦ୍ଧା ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ବନ୍ଦ ରହିଥିବା ବେଳେ ମହାପ୍ରଭୁ ମହାସ୍ନାନ ପରେ ପୁଣିଥରେ ନୀତିକାନ୍ତି ହେବ ବୋଲି ସୂଚନା ମିଳିଛି ।
ସେପଟେ ମନ୍ଦିରରେ ନୀତି ବନ୍ଦ ହେତୁ କେଦାରଗୌରୀ ମନ୍ଦିରରେ ଥିବା ଚଳନ୍ତି ପ୍ରତିମାଙ୍କ ମଧ୍ୟ ନୀତି ବନ୍ଦ ରହିଛି। କେଦାରଗୌରୀ ମନ୍ଦିରରେ ଦିଅଁଙ୍କ ବିବାହ ହୋଇପାରିନାହିଁ । ତେବେ ବଡ଼ୁ ନିଯୋଗରେ ସେବାୟତଙ୍କ ବିରୋଧରେ ଏନେଇ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । କାର୍ଯ୍ୟାନୁଷ୍ଠାନ ଦାବି କଲେ ପୂଜାପଣ୍ଡା ନିଯୋଗ ସମ୍ପାଦକ । ମନ୍ଦିର ପ୍ରଶାସନ ନୀତିକାନ୍ତି ନେଇ ନୀତି ନିର୍ଘଣ୍ଟ କରିଛନ୍ତି । ତାହେଲେ ବଡୁ ନିଯୋଗ କାହିଁକି ନିୟମ ଭଙ୍ଗ କଲା ବୋଲି ଅଭିଯୋଗ କରିଛି ପୂଜାପଣ୍ଡା ନିଯୋଗ ।




