ପ୍ରକାଶ ପାଇଲା +୨ ପରୀକ୍ଷା ଫଳ ,ପୁଣି ବାଜି ମାରିନେଲେ ଝିଅ

କଟକ : ପ୍ରକାଶ ପାଇଲା +୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । ଏଥର ଯୁକ୍ତ ଦୁଇ କଳାରେ ଛାତ୍ରଛାତ୍ରୀଙ୍କ ପାସ୍ ହାର ୭୮.୮୮ ପ୍ରତିଶତ ଥିଲାବେଳେ, ମୋଟ ୧,୮୧, ୮୬୯ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ପାସ୍ କରିଛନ୍ତି । ତେବେ ଜିଲ୍ଲା ଦୃଷ୍ଟିରୁ ବାଲେଶ୍ୱର ଜିଲ୍ଲାରେ ପାସ୍ ହାର ସର୍ବାଧିକ ଥିବାବେଳେ, ନବରଙ୍ଗପୁର ଜିଲ୍ଲାରେ ପାସ୍ ହାର ସର୍ବନିମ୍ନ ରହିଛି । ଆଜି ଅପରାହ୍ନ ୪ଟାରେ ଭୁବନେଶ୍ବରସ୍ଥିତ ପରିଷଦର ମୁଖ୍ୟାଳୟରେ ପରୀକ୍ଷା ଫଳ ପୁସ୍ତିକା […]

Samaya Live Picture
Published On

କଟକ : ପ୍ରକାଶ ପାଇଲା +୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । ଏଥର ଯୁକ୍ତ ଦୁଇ କଳାରେ ଛାତ୍ରଛାତ୍ରୀଙ୍କ ପାସ୍ ହାର ୭୮.୮୮ ପ୍ରତିଶତ ଥିଲାବେଳେ, ମୋଟ ୧,୮୧, ୮୬୯ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ପାସ୍ କରିଛନ୍ତି । ତେବେ ଜିଲ୍ଲା ଦୃଷ୍ଟିରୁ ବାଲେଶ୍ୱର ଜିଲ୍ଲାରେ ପାସ୍ ହାର ସର୍ବାଧିକ ଥିବାବେଳେ, ନବରଙ୍ଗପୁର ଜିଲ୍ଲାରେ ପାସ୍ ହାର ସର୍ବନିମ୍ନ ରହିଛି । ଆଜି ଅପରାହ୍ନ ୪ଟାରେ ଭୁବନେଶ୍ବରସ୍ଥିତ ପରିଷଦର ମୁଖ୍ୟାଳୟରେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚିତ ହୋଇଯାଇଛି। ଏହାପରେ ପରୀକ୍ଷାର୍ଥୀମାନେ www.orissaresults.nic.in ୱେବସାଇଟ୍‌ରେ ସେମାନଙ୍କ ଫଳ ଜାଣିପାରିବେ। ସାମ୍‌ସ କଲେଜ ଇ-ସ୍ପେସ୍‌ରେ ମଧ୍ୟ ପରୀକ୍ଷା ଫଳ ତଥ୍ୟ ଉପଲବ୍ଧ ହେବ।

ଚଳିତ ଥର ଯୁକ୍ତ ଦୁଇ କଳା ପରୀକ୍ଷାରେ ବାଲେଶ୍ୱର ଜିଲ୍ଲାରେ ମୋଟ ୮୪.୫୯ ପ୍ରତିଶତ ପିଲା ପାସ୍ କରିଛନ୍ତି । ସେହିପରି ନବରଙ୍ଗପୁର ଜିଲ୍ଲାରେ ପାସ୍ ହାର ରହିଛି ୭୦.୭୪ ପ୍ରତିଶତ । ଅନ୍ୟପଟେ ଏଥର ବି ପୁଅଙ୍କୁ ପଛରେ ପକାଇ ଝିଅ ଆଗରେ ରହିଛନ୍ତି । ପୁଅଙ୍କ ହାର ହାର ୭୦.୪୩ ପ୍ରତିଶତ ଥିବାବେଳେ, ଝିଅଙ୍କ ପାସ୍ ହାର ୮୫.୬୬ ପ୍ରତିଶତ । ତେବେ ଚଳିତ ଥର ପ୍ରଥମ ଶ୍ରେଣୀରେ ମୋଟ ୩୨,୭୮୨ ଜଣ ପିଲା ପାସ୍ କରିଥିବାବେଳେ, ଦ୍ୱିତୀୟ ଶ୍ରେଣୀରେ ୩୨,୪୬୧ ଜଣ ଏବଂ ତୃତୀୟ ଶ୍ରେଣୀରେ ମୋଟ ୧,୧୬,୧୭୯ ଜଣ ପିଲା ପାସ୍ କରିଛନ୍ତି ।

ସୂଚନାଯୋଗ୍ୟ ଚଳିତ ବର୍ଷ କଳା ବିଭାଗରେ ୨ଲକ୍ଷ ୩୦ହଜାର ୫୪୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥିରୁ ୧ ଲକ୍ଷ ୮୧ ହଜାର ୮୬୯ ଜଣ ପିଲା ଅର୍ଥାତ ୭୮.୮୮ ପ୍ରତିଶତ ପାସ୍‌ କରିଛନ୍ତି। ଚଳିତ ବର୍ଷ କଳା ବିଭାଗରେ ୨ଲକ୍ଷ ୩୦ହଜାର ୫୪୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥିରୁ ୧ ଲକ୍ଷ ୮୧ ହଜାର ୮୬୯ ଜଣ ପିଲା ପାସ୍‌ କରିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୩୨,୭୮୨, ଦ୍ବିତୀୟ ଶ୍ରେଣୀରେ ୩୨,୪୬୧ ଓ ତୃତୀୟ ଶ୍ରେଣୀରେ ସର୍ବାଧିକ ୧,୧୬,୧୭୯ ଉତ୍ତୀର୍ଣ୍ଣ ହୋଇଛନ୍ତି।

Tags: