ଆଜି ଠାରୁ ଆରମ୍ଭ ହେବ ଶ୍ରୀ ମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ

ପୁରୀ : ଆଜିଠାରୁ ଆରମ୍ଭ ହୋଇଛି ପୁରୀ ଶ୍ରୀ ମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ I ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ସହଯୋଗ କରିବେ । ବୁଧବାର ଶ୍ରୀମନ୍ଦିର ଜଗମୋହନ ଓ ନାଟମଣ୍ଡପ ମରାମତି ମାମଲାର ଶୁଣାଣି କରି ହାଇକୋର୍ଟ ଏସଆଇକୁ ଏହି ନିର୍ଦ୍ଦେଶ ଦେଇଛନ୍ତି ।ପ୍ରତି ୧୫ ଦିନ ମଧ୍ୟରେ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ କୋର୍ଟଙ୍କୁ ରିପୋର୍ଟ ଦାଖଲ କରିବେ ଆମିକସକ୍ୟୁରୀ । ଦୁର୍ବଳ ବିମର ମରାମତି ପାଇଁ ଆଜିଠୁ କାମ ଆରମ୍ଭ ହେଲେ ଦୈନିକ ୬ଘଣ୍ଟା […]

Samaya Live Picture
Published On

ପୁରୀ : ଆଜିଠାରୁ ଆରମ୍ଭ ହୋଇଛି ପୁରୀ ଶ୍ରୀ ମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ I ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ସହଯୋଗ କରିବେ । ବୁଧବାର ଶ୍ରୀମନ୍ଦିର ଜଗମୋହନ ଓ ନାଟମଣ୍ଡପ ମରାମତି ମାମଲାର ଶୁଣାଣି କରି ହାଇକୋର୍ଟ ଏସଆଇକୁ ଏହି ନିର୍ଦ୍ଦେଶ ଦେଇଛନ୍ତି ।ପ୍ରତି ୧୫ ଦିନ ମଧ୍ୟରେ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ କୋର୍ଟଙ୍କୁ ରିପୋର୍ଟ ଦାଖଲ କରିବେ ଆମିକସକ୍ୟୁରୀ ।

ଦୁର୍ବଳ ବିମର ମରାମତି ପାଇଁ ଆଜିଠୁ କାମ ଆରମ୍ଭ ହେଲେ ଦୈନିକ ୬ଘଣ୍ଟା ଲେଖାଏଁ ୧୨୦ଦିନ ଲାଗିବ ବୋଲି କହିଛନ୍ତି ଏଏସଆଇ ସୁପରିଟେଣ୍ଡିଂ ଆର୍କିଓଲୋଜିଷ୍ଟ। ତଥ୍ୟ ଅନୁସାରେ ୨୦୧୮ ମସିହାରେ ନାଟମଣ୍ଡପରେ ଫାଟ ଜଣାପଡ଼ିଥିଲା । ଯାହାର ଲମ୍ବ ୭ ଫୁଟ ଓ ଗଭୀର ୭ ଇଞ୍ଚ ଦେଖା ଯାଇଥିଲା । ୫ବର୍ଷ ହେଲା ସେ ଫାଟ ସେମିତି ଥିବାରୁ କୋର୍ଟରେ ମାମଲା ହୋଇଥିଲା ।

Tags: