ଆରମ୍ଭ ହେଲା ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ

ଭୁବନେଶ୍ୱର : ଆରମ୍ଭ ହେଲା ଶ୍ରୀମନ୍ଦିରରେ ନାଟମଣ୍ଡପ ମରାମତି କାମ । ଦିନ ଗୋଟାଏରୁ ନାଟମଣ୍ଡପ ମରାମତି କାମ ଆରମ୍ଭ ହୋଇ ସନ୍ଧ୍ୟା ୭ଟା ବେଳକୁ ସରିବ । ୩୫ ଜଣ କୁଶଳୀ କାରିଗର କାମରେ ଲାଗିଛନ୍ତି । ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା, ଏଏସଆଇ ପକ୍ଷରୁ ମରାମତି କରାଯାଉଛି । ପୂର୍ବରୁ ନାଟମଣ୍ଡପର ଉପରି ଭାଗର ପଥର ଯୋଡ଼େଇ ଓ ସଫା କାମ କରାଯାଇଥିଲା । ଏବେ ୪ଟି ଷ୍ଟେନ ଲେସ୍ ଷ୍ଟିଲ ବିମ୍ ଲଗାଯିବ […]

Samaya Live Picture
Published On

ଭୁବନେଶ୍ୱର : ଆରମ୍ଭ ହେଲା ଶ୍ରୀମନ୍ଦିରରେ ନାଟମଣ୍ଡପ ମରାମତି କାମ । ଦିନ ଗୋଟାଏରୁ ନାଟମଣ୍ଡପ ମରାମତି କାମ ଆରମ୍ଭ ହୋଇ ସନ୍ଧ୍ୟା ୭ଟା ବେଳକୁ ସରିବ । ୩୫ ଜଣ କୁଶଳୀ କାରିଗର କାମରେ ଲାଗିଛନ୍ତି । ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା, ଏଏସଆଇ ପକ୍ଷରୁ ମରାମତି କରାଯାଉଛି । ପୂର୍ବରୁ ନାଟମଣ୍ଡପର ଉପରି ଭାଗର ପଥର ଯୋଡ଼େଇ ଓ ସଫା କାମ କରାଯାଇଥିଲା । ଏବେ ୪ଟି ଷ୍ଟେନ ଲେସ୍ ଷ୍ଟିଲ ବିମ୍ ଲଗାଯିବ । ଏଥିପାଇଁ ଡିଜାଇନ ଚୂଡ଼ାନ୍ତ ହେବା ସହ ଅନୁମତି ମଧ୍ୟ ମିଳିବା ପରେ ଆଜି ଠାରୁ କାମ ଆରମ୍ଭ ହୋଇଛି ।

ପ୍ରାଥମିକ ପର୍ଯ୍ୟାୟରେ ମୁଖ୍ୟ୍ ବିମ୍ ଫାଟ ମରାମତି ପାଇଁ ଭାରା ବନ୍ଧା ଯାଉଛି । ନାଟମଣ୍ଡପ ମୁଖ୍ୟ ବିମରେ ଫାଟ ଥିବାରୁ ଗରୁଡ଼ ସ୍ତମ୍ଭ ସମ୍ମୁଖ ଭାଗ ବିମକୁ ଧରି ରଖିବା ଲାଗି ଷ୍ଟେନଲେସ ଷ୍ଟିଲର ସର୍ପୋଟ ଦିଆଯିବ । ନାଟମଣ୍ଡପ ମରାମତି କାମ ଏପ୍ରିଲ ଶେଷ ସୁଦ୍ଧା ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ଏହି ସମୟରେ ଦର୍ଶନ ବାଧାପ୍ରାପ୍ତ ହେବାର ଆଶଙ୍କା କରାଯାଉଥିଲା । ନାଟମଣ୍ଡପ ମରାମତି ସମୟରେ ଦର୍ଶନ ବ୍ୟବସ୍ଥା ଯେପରି ବାଧାପ୍ରାପ୍ତ ହେବ ନାହିଁ, ସେଥିପାଇଁ ବ୍ୟବସ୍ଥା ହୋଇଛି ।

Tags: