ପରିବର୍ତ୍ତନ ହେବ ରିଲିଫ କୋଡ଼ର ନାଁ

ଭୁବନେଶ୍ବର : ପରିବର୍ତ୍ତନ ହେବ ରିଲିଫ କୋଡ଼ର ନାଁ । ଏହାବଦଳରେ ବିପର୍ଯ୍ୟୟ ରାଶି ରଖାଯିବ । ଏହା ବ୍ରିଟିଶ ଅମଳର ନାଁ ହୋଇଥିବାରୁ ଏହାକୁ ପରିବର୍ତ୍ତନ କରାଯିବ । ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ସୂଚନାନୁସାରେ,ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା । ବର୍ଷାରେ ବେଶୀ କ୍ଷତିଗ୍ରସ୍ତ ହୋଇଛି ମାଲକାନଗିରି, ମୟୁରଭଞ୍ଜ,ସୁନ୍ଦରଗଡ,ଭଦ୍ରକ ଓ ବାଲେଶ୍ବର । ଭାଙ୍ଗିଛି କେତେ ଘର ? ନଷ୍ଟ ହୋଇଛି କେତେ ଫସଲ […]

Samaya Live Picture
Published On

ଭୁବନେଶ୍ବର : ପରିବର୍ତ୍ତନ ହେବ ରିଲିଫ କୋଡ଼ର ନାଁ । ଏହାବଦଳରେ ବିପର୍ଯ୍ୟୟ ରାଶି ରଖାଯିବ । ଏହା ବ୍ରିଟିଶ ଅମଳର ନାଁ ହୋଇଥିବାରୁ ଏହାକୁ ପରିବର୍ତ୍ତନ କରାଯିବ । ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।

ସୂଚନାନୁସାରେ,ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା । ବର୍ଷାରେ ବେଶୀ କ୍ଷତିଗ୍ରସ୍ତ ହୋଇଛି ମାଲକାନଗିରି, ମୟୁରଭଞ୍ଜ,ସୁନ୍ଦରଗଡ,ଭଦ୍ରକ ଓ ବାଲେଶ୍ବର । ଭାଙ୍ଗିଛି କେତେ ଘର ? ନଷ୍ଟ ହୋଇଛି କେତେ ଫସଲ ? ରିପୋର୍ଟ ପ୍ରସ୍ତୁତ ପାଇଁ ଅଣ୍ଟା ଭିଡିଛି ରାଜସ୍ବ ବିଭାଗ । ୭ ଦିନ ମଧ୍ୟରେ ଆକଳନ କରି କ୍ଷୟକ୍ଷତିର ରିପୋର୍ଟ ଦେବାକୁ ପ୍ରଭାବିତ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ରିପୋର୍ଟ ଆସିବା ମାତ୍ରେ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦିଆଯିବ ।

Tags: