ଖୋଲିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର

ପୁରୀ : ଆଜି ପୁଣି ଥରେ ଖୋଲିଛି ଶ୍ରୀମନ୍ଦିର ରତ୍ନଭଣ୍ଡାର । ଜଉମୁଦ ଦେଇ ବନ୍ଦ ହୋଇଥିବା ରତ୍ନଭଣ୍ଡାରରୁ ଖାଲି ଆଲମିରା ଓ ସିନ୍ଦୁକକୁ ସ୍ଥାନାନ୍ତର କରାଯାଇଛି । ଏହାକୁ ନୀଳାଦ୍ରି ମ୍ୟୁଜିୟମ ନିକଟକୁ ସ୍ଥାନାନ୍ତର କରାଯାଉଛି । ଏଥିପାଇଁ ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ,ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଟେକ୍ନିକାଲ ଟିମ ଶ୍ରୀମନ୍ଦିର ଭିତରେ ପହଞ୍ଚିଛନ୍ତି । ଓଡ୍ରାଫ,ଅଗ୍ନିଶମ ଏବଂ ସ୍ନେକ ହେଲ୍ପଲାଇନ ସଦସ୍ୟ ମଧ୍ୟ ଉପସ୍ଥିତ ରହିଛନ୍ତି । […]

Samaya Live Picture
Published On

ପୁରୀ : ଆଜି ପୁଣି ଥରେ ଖୋଲିଛି ଶ୍ରୀମନ୍ଦିର ରତ୍ନଭଣ୍ଡାର । ଜଉମୁଦ ଦେଇ ବନ୍ଦ ହୋଇଥିବା ରତ୍ନଭଣ୍ଡାରରୁ ଖାଲି ଆଲମିରା ଓ ସିନ୍ଦୁକକୁ ସ୍ଥାନାନ୍ତର କରାଯାଇଛି । ଏହାକୁ ନୀଳାଦ୍ରି ମ୍ୟୁଜିୟମ ନିକଟକୁ ସ୍ଥାନାନ୍ତର କରାଯାଉଛି । ଏଥିପାଇଁ ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ,ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଟେକ୍ନିକାଲ ଟିମ ଶ୍ରୀମନ୍ଦିର ଭିତରେ ପହଞ୍ଚିଛନ୍ତି । ଓଡ୍ରାଫ,ଅଗ୍ନିଶମ ଏବଂ ସ୍ନେକ ହେଲ୍ପଲାଇନ ସଦସ୍ୟ ମଧ୍ୟ ଉପସ୍ଥିତ ରହିଛନ୍ତି ।

ପୂର୍ବରୁ ଭିତର ଓ ବାହାର ରତ୍ନଭଣ୍ଡାର ଖୋଲିବା ଏବଂ ସିନ୍ଦୂକ ଗୁଡ଼ିକ ସ୍ଥାନାନ୍ତରଣ ପାଇଁ ପୂର୍ବରୁ ମାର୍ଗ ଦର୍ଶିକା ଜାରି କରାଯାଇଥିଲା । ଏଥି ନିମନ୍ତେ ଆଜି ରାତ୍ର ୨ ଟା ୪୦ ରୁ ଦ୍ୱାରଫିଟା ହୋଇ ପୂର୍ବାହ୍ନ ୧୧ ଟା ୨୦ ସୁଦ୍ଧା ମଧ୍ୟାହ୍ନ ଧୂପ ଶେଷ ହୋଇଥିଲା ।

Tags: