ଛାଡିଲା ବର୍ଷା,ଆଜିଠାରୁ ବଢିବ ତାତି

ଭୁବନେଶ୍ୱର : ୩ ଦିନର ଲଗାଣ ବର୍ଷା ପରେ ଆଜି ପାଗ ଅନୁକୂଳ ରହିଛି I ସପ୍ତାହେ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ଲାଗି ରହିଥିଲା I ଫଳରେ ମାର୍ଚ୍ଚ ମାସରେ ବଢୁଥିବା ତାତିରେ ବ୍ରେକ ଲାଗିଥିଲା I ତେବେ ଆଗାମୀ ୩ ଦିନରେ ରାଜ୍ୟରେ ଦିନ ତାପମାତ୍ରା ବଢିବା ସମ୍ଭାବନା ରହିଛି। ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୮ ରୁ ୧୦ ଡିଗ୍ରୀ ବଢିବା ସମ୍ଭାବନା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ […]

Samaya Live Picture
Published On

ଭୁବନେଶ୍ୱର : ୩ ଦିନର ଲଗାଣ ବର୍ଷା ପରେ ଆଜି ପାଗ ଅନୁକୂଳ ରହିଛି I ସପ୍ତାହେ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ଲାଗି ରହିଥିଲା I ଫଳରେ ମାର୍ଚ୍ଚ ମାସରେ ବଢୁଥିବା ତାତିରେ ବ୍ରେକ ଲାଗିଥିଲା I ତେବେ ଆଗାମୀ ୩ ଦିନରେ ରାଜ୍ୟରେ ଦିନ ତାପମାତ୍ରା ବଢିବା ସମ୍ଭାବନା ରହିଛି। ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୮ ରୁ ୧୦ ଡିଗ୍ରୀ ବଢିବା ସମ୍ଭାବନା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡିଶାର କିଛି ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ। ମାର୍ଚ୍ଚ ମାସ ଶେଷ ବେଳକୁ ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଗୁରୁବାର ସୂଚନା ମିଳିଛି। ଆସନ୍ତାକାଲି ଠାରୁ ମେଘମୁକ୍ତ ଆକାଶ ରହିବା ସହ ଦିନର ତାପମାତ୍ରା ୪ ରୁ ୫ ଡିଗ୍ରୀ ବଢିବ I ଆଗାମୀ ଦିନରେ ଦିନ ବେଳା ଗରମ ସହିତ ଗୁଳୁଗୁଳି ଲାଗି ରହିବ I

ଗତ ୩ ଦିନ ଧରି ରାଜ୍ୟରେ ଲାଗି ରହିଥିଲା ମେଘୁଆ ପାଗ ସାଙ୍ଗକୁ ଝଡି ବର୍ଷା I ମଙ୍ଗଳବାର ଠାରୁ ଭୀଷଣ ବର୍ଷା ସାଙ୍ଗକୁ ପାଗ ରହିଥିଲା ପୁରା ଶୀତୁଆ I ବସନ୍ତରେ ଆଣିଦେଇଥିଲା ବର୍ଷା ଋତୁର ଅନୁଭୂତି I ଦିନ ସହ ରାତି ବେଳକୁ ଲାଗିଥିଲା ପ୍ରବଳ ଶୀତ I ଆସନ୍ତା କାଲି ଦିନବେଳା ରାଜଧାନୀ ଭୁବନେଶ୍ୱରର ଦିନ ତାପମାତ୍ରା ରହିଥିଲା ୨୯.୨ ଡିଗ୍ରୀ ଇପୂର୍ବରୁ ୧୯୭୦ ମସିହା ମାର୍ଚ୍ଚ ୬ ତାରିଖରେ ଭୁବନେଶ୍ୱରର ଦିନ ତାପମାତ୍ରା ୨୪ ଡିଗ୍ରୀକୁ ଖସିଥିଲା I ସେହିପରି ଉପକୂଳ ଓଡ଼ିଶାରେ ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ୧୦ ଡିଗ୍ରୀ ତଳେ ରହିଥିଲା I

ଅଦିନିଆ ବର୍ଷା ଯୋଗୁଁ ରାଜ୍ୟରେ ବହୁସ୍ଥାନରେ ଫସଲ ବରବାଦ ହୋଇଛି I ବାଇଗଣ ,କୋବି,କାକୁଡି,ତରଭୁଜ,ଟମାଟୋ ଭଳି ପରିବା ସହିତ ଖରାଦିନିଆ ରବିଫସଲ ବ୍ୟପକ କ୍ଷତି ହୋଇଛି I କ୍ଷେତରେ ପାଣି ଜମି ରହିବା ସହିତ ଏସବୁ ଫସଲ ଉଜୁଡି ଯାଇଛି I ଅଦିନିଆ ବର୍ଷାରେ ଫସଲ ହାନି ଯୋଗୁଁ ଚାଷୀ ମୁଣ୍ଡରେ ହାତଦେଇ ବସିଛି I

Tags: