ଯାଜପୁର ରୋଡ-ଆରଡ଼ି-ଧାମରା ମଧ୍ୟରେ ଗଡିବ ରେଳ,ମନ୍ତ୍ରଣାଳୟ ପକ୍ଷରୁ ସର୍ଭେ ନିର୍ଦେଶ

ଯାଜପୁର : ଯାଜପୁର ରୋଡ- ଆରଡି ଭାୟା ଧାମରା ଦେଇ ଗଡିବ ରେଳ I ଏହି ରେଳପଥ ନିର୍ମାଣ ପାଇଁ ଅଂଚଳବାସୀ ଦାବୀ କରିବା ସହ ବହୁ ସମୟରେ ଦିଲ୍ଲୀ, ଭୁବନେଶ୍ୱର ଏବଂ ଧାମରା ବନ୍ଦର ଗେଟ ଆଗରେ ରେଳରୋକ କରିବା ସହ କେନ୍ଦ୍ର ସରକାରଙ୍କ ଉଦ୍ୱେଶରେ ଦାବୀପତ୍ର ମଧ୍ୟ ପ୍ରଦାନ କରିଥିଲେ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟ ଲୋକେସନ ସର୍ଭେ କରିବାକୁ ଇଷ୍ଟକୋଷ୍ଟ ରେଳବିଭାଗକୁ ନିର୍ଦେଶ ଦେଇଛନ୍ତି । ଯାଜପୁର ରୋଡ-ଧାମରା […]

Samaya Live Picture
Published On

ଯାଜପୁର : ଯାଜପୁର ରୋଡ- ଆରଡି ଭାୟା ଧାମରା ଦେଇ ଗଡିବ ରେଳ I ଏହି ରେଳପଥ ନିର୍ମାଣ ପାଇଁ ଅଂଚଳବାସୀ ଦାବୀ କରିବା ସହ ବହୁ ସମୟରେ ଦିଲ୍ଲୀ, ଭୁବନେଶ୍ୱର ଏବଂ ଧାମରା ବନ୍ଦର ଗେଟ ଆଗରେ ରେଳରୋକ କରିବା ସହ କେନ୍ଦ୍ର ସରକାରଙ୍କ ଉଦ୍ୱେଶରେ ଦାବୀପତ୍ର ମଧ୍ୟ ପ୍ରଦାନ କରିଥିଲେ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟ ଲୋକେସନ ସର୍ଭେ କରିବାକୁ ଇଷ୍ଟକୋଷ୍ଟ ରେଳବିଭାଗକୁ ନିର୍ଦେଶ ଦେଇଛନ୍ତି ।

ଯାଜପୁର ରୋଡ-ଧାମରା ପ୍ରସ୍ଥାବିତ ରେଳପଥ ଯାହାକି ଧାମରା ବାଣିଜ୍ୟିକ ବନ୍ଦର ,ଧାମରା ମାଛଧରା ବନ୍ଦର, ଆରଡି ଆଖଣ୍ଡଳମଣି ତୀର୍ଥକ୍ଷେତ୍ର, ବିରଜା ତୀିର୍ଥକ୍ଷେତ୍ର, ଏବଂ ଯାଜପୁରର କଳିଙ୍ଗ ନଗରଶିଳ୍ପାଞ୍ଚଳ, ଆଦି ଗୁରୁତ୍ୱପୂର୍ଣ୍ଣ ସ୍ଥଳୀକୁ ସଂଯୋଗ କରିବ। ୯୬ କିମି ରେଳ ଲାଇନ୍‌‌ ନିର୍ମାଣ ପୂର୍ବରୁ ଫାଇନାଲ ଲୋକେସନ୍‌‌ ସର୍ଭେ ପାଇଁ ରେଳ ବୋର୍ଡ ପକ୍ଷରୁ ୨ କୋଟି ୪୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ଏ ସମ୍ପର୍କରେ ଆଜି ରେଳ ବୋର୍ଡ ଯୁଗ୍ମ ନିର୍ଦ୍ଦେଶକ ଅଭିଷେକ ଜଗାୱତ୍‌‌ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କୁ ପତ୍ର ଲେଖି ଅବଗତ କରିଛନ୍ତି। ସୂଚନାଯୋଗ୍ୟ,୨୦୨୩-୨୪ ବଜେଟରେ କେନ୍ଦ୍ର ସରକାର ଏଥିପାଇଁ ବ୍ୟୟବରାଦ କରିବେ ବୋଲି ଆଶା କରାଯାଉଥିଲା। ହେଲେ ଓଡ଼ିଶା ଏଥିରେ ନିରାଶ ହୋଇଥିଲା।

ଏହି ରେଳପଥ ଯାଜପୁର କେଉଁଝର ରୋଡରୁ ବାହାରି ଯାଜପୁର ଏବଂ ଆରଡ଼ି ହୋଇ ଧାମରା ବନ୍ଦରକୁ ଯୋଡିହେବ। ଏହି ଫାଇନାଲ ଲୋକେସନ ସର୍ଭେ ପାଇଁ ଆସିଥିବା ଚିଠି ପାଇବା ପରେ ଅଂଚଳରେ ସାଧାରଣ ଜନତାଙ୍କ ମନରେ ଖୁସିରେ ଲହରି ଖେଳିଯାଇଛି। ଏଥିପାଇଁ ସେମାନେ ପୂର୍ବତନ ରେଳମନ୍ତୀ ତଥା ବର୍ତମାନର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ କୃତଜ୍ଞତା ଜଣାଇଛନ୍ତି।

Tags: