ବାହାନଗାରେ ଟ୍ରାକ୍ ମରାମତି ପରେ ଗଡ଼ିଲା ପ୍ରଥମ ଟ୍ରେନ୍ , ହାତ ଯୋଡି ପ୍ରଣାମ କଲେ ରେଳମନ୍ତ୍ରୀ

ବାଲେଶ୍ୱର : ବାହାନଗା ଟ୍ରେନ ରାଜେଡି ପରେ ମରାମତି ହୋଇଛି ରେଳ ଟ୍ରାକ I ମରାମତି ପରେ ସ୍ୱାଭାବିକ ହୋଇଛି ରେଳ ସେବା ଇ ୫୧ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଉଭୟ ଅପ୍‌ ଏବଂ ଡାଉନ ଲାଇନ ମରାମତି ଶେଷ ହେବା ସହ ପରୀକ୍ଷାମୂଳକ ଭାବେ ମାଲବାହୀ ଟ୍ରେନ୍‌‌ ଗଡ଼ିଥିଲା । ରାତିରେ ପ୍ରଥମେ ମାଲବାହୀ ଟ୍ରେନ୍ ଗଡ଼ିବା ପରେ ସକାଳେ ଗଡ଼ିଛି ଯାତ୍ରୀବାହୀ ଟ୍ରେନ୍ । ଗତକାଲି ରାତି ପ୍ରାୟ ୧୦ ଟା ପରେ […]

Samaya Live Picture
Published On

ବାଲେଶ୍ୱର : ବାହାନଗା ଟ୍ରେନ ରାଜେଡି ପରେ ମରାମତି ହୋଇଛି ରେଳ ଟ୍ରାକ I ମରାମତି ପରେ ସ୍ୱାଭାବିକ ହୋଇଛି ରେଳ ସେବା ଇ ୫୧ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଉଭୟ ଅପ୍‌ ଏବଂ ଡାଉନ ଲାଇନ ମରାମତି ଶେଷ ହେବା ସହ ପରୀକ୍ଷାମୂଳକ ଭାବେ ମାଲବାହୀ ଟ୍ରେନ୍‌‌ ଗଡ଼ିଥିଲା । ରାତିରେ ପ୍ରଥମେ ମାଲବାହୀ ଟ୍ରେନ୍ ଗଡ଼ିବା ପରେ ସକାଳେ ଗଡ଼ିଛି ଯାତ୍ରୀବାହୀ ଟ୍ରେନ୍ । ଗତକାଲି ରାତି ପ୍ରାୟ ୧୦ ଟା ପରେ ଉଭୟ ଅପ୍ ଏବଂ ଡାଉନରେ ପରକ୍ଷାମୂଳକ ଭାବେ ମାଲଗାଡି ଚଳାଚଳ ଆରମ୍ଭ ହୋଇଥିଲା । ପ୍ରଥମ ଟ୍ରେନ ଚାଲିଲା ବେଳେ ଭାବବିହ୍ୱଳ ହୋଇ କାନ୍ଦି ପକାଇଥିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଟ୍ରେନ ଗଡ଼ିବା ବେଳେ ରେଳମନ୍ତ୍ରୀ ହାତ ଯୋଡ଼ି ନମସ୍କାର କରୁଥିବା ଦେଖିବାକୁ ମିଳିଥିଲା। ଏଭଳି ଭୟଙ୍କର ଦୁର୍ଘଟଣା ପୁଣି ଆଉ ନଘଟୁ ବୋଲି ଭଗବାନଙ୍କୁ ସେ ପ୍ରାର୍ଥନା କରିଥିଲେ। କହିଲେ ଏବେବି ଦାୟିତ୍ୱ ସରିନି ।

ଦୁର୍ଘଟଣାସ୍ଥଳରେ ଧ୍ୱଂଶବିଧ୍ୱଂଶ ଅବସ୍ଥାରେ ପଡିରହିଥିବା ବଗିଗୁଡିକୁ ଟ୍ରାକରୁ ହଟାଇ ଦିଆଯାଇଛି । ଦୁର୍ଘଟଣା ପରେ ଶନିବାରଠୁ ଘଟଣାସ୍ଥଳରେ ରହି ସମସ୍ତ କାର୍ଯ୍ୟର ତଦାରଖ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱୀନୀ ବୈଷ୍ଣବ । ଅନ୍ୟପଟେ ଭୁବନେଶ୍ୱର ପଟୁ ପୁରୁଷୋତ୍ତମ ଏକ୍ସପ୍ରେସ କୋଲକାତା ଆଡ଼କୁ ଯାଇଛି । ଟ୍ରାକରେ ଯିବା ସମୟରେ ଟ୍ରେନର ଗତି ଅତି କମ୍‌ ରହିଥିଲା । ଏପରିକି ଯେଉଁ ମାନଙ୍କର ରେସ୍କୁ ଡ୍ୟୁଟି ସରି ଯାଇଛି ସେମାନେ ଏହି ଟ୍ରେନ ନିଜ ଗନ୍ତବ୍ୟ ସ୍ଥଳକୁ ବି ଯାଉଛନ୍ତି । ଏହାଛଡା ମାଲବାହୀ ଗାଡ଼ି ବି ଗଡୁଛି ।

Tags: