ବାହାନଗା ଦୁର୍ଘଟଣାଗ୍ରସ୍ତ ରେଳଡ଼ବା ହଟାଇବାକୁ ପ୍ରକ୍ରିୟା ଆରମ୍ଭ
ବାଲେଶ୍ୱର : ବାହାନଗା ସିରିଜ ଟ୍ରେନ ଟ୍ରାଜେଡି I ନିଲାମ ହେବ ଦୁର୍ଘଟଣାଗ୍ରସ୍ତ ବଗି I ଏନେଇ ଆରମ୍ଭ ହୋଇଛି ପ୍ରକ୍ରିୟା I ପଶ୍ଚିମବଙ୍ଗର ଏକ କମ୍ପାନିକୁ ଦୁର୍ଘଟଣାଗ୍ରସ୍ତ ଡବା ଓ ଯନ୍ତ୍ରାଂଶ ନେବାକୁ ନିଲାମ୍ ଦିଆଯାଇଛି। ଆଜି ଉକ୍ତ କମ୍ପାନି ପକ୍ଷରୁ ବାହାନଗାରେ ପଡ଼ିଥିବା ଡବାଗୁଡ଼ିକୁ କାଟିବା କାମ ଆରମ୍ଭ ହୋଇଛି। ଗ୍ୟାସ୍ କଟର୍ରେ ଡବାଗୁଡିକୁ କାଟି ପଶ୍ଚିମବଙ୍ଗ ପଠାଯିବ ବୋଲି ଦକ୍ଷିଣପୂର୍ବ ରେଳବାଇ ବିଭାଗ ପକ୍ଷରୁ ସୂଚନା ମିଳିଛି। ନିଲାମ ନେଇଥିବା କମ୍ପାନୀର କର୍ମଚାରୀମାନେ […]
ବାଲେଶ୍ୱର : ବାହାନଗା ସିରିଜ ଟ୍ରେନ ଟ୍ରାଜେଡି I ନିଲାମ ହେବ ଦୁର୍ଘଟଣାଗ୍ରସ୍ତ ବଗି I ଏନେଇ ଆରମ୍ଭ ହୋଇଛି ପ୍ରକ୍ରିୟା I ପଶ୍ଚିମବଙ୍ଗର ଏକ କମ୍ପାନିକୁ ଦୁର୍ଘଟଣାଗ୍ରସ୍ତ ଡବା ଓ ଯନ୍ତ୍ରାଂଶ ନେବାକୁ ନିଲାମ୍ ଦିଆଯାଇଛି। ଆଜି ଉକ୍ତ କମ୍ପାନି ପକ୍ଷରୁ ବାହାନଗାରେ ପଡ଼ିଥିବା ଡବାଗୁଡ଼ିକୁ କାଟିବା କାମ ଆରମ୍ଭ ହୋଇଛି। ଗ୍ୟାସ୍ କଟର୍ରେ ଡବାଗୁଡିକୁ କାଟି ପଶ୍ଚିମବଙ୍ଗ ପଠାଯିବ ବୋଲି ଦକ୍ଷିଣପୂର୍ବ ରେଳବାଇ ବିଭାଗ ପକ୍ଷରୁ ସୂଚନା ମିଳିଛି। ନିଲାମ ନେଇଥିବା କମ୍ପାନୀର କର୍ମଚାରୀମାନେ ଆଜି ଘଟଣାସ୍ଥଳରେ ପହଞ୍ଚିଛନ୍ତି I ଏହି କମ୍ପାନୀ ଦୁର୍ଘଟଣା ଗ୍ରସ୍ତ ୩ଟି ଟ୍ରେନର ମୋଟ ୨୨ ଟି ବଗିକୁ କାଟି ନିଲାମ କରିବ I ଏହି ପ୍ରକ୍ରିୟା ସାରିବାକୁ ପ୍ରାୟ ୧ ମାସ ଲାଗିବ ବୋଲି ସୂଚନା ମିଳିଛି I
ସୂଚନାନୁସାରେ,ଚଳିତ ବର୍ଷ ଜୁନ୍ ୨ ତାରିଖ ସନ୍ଧ୍ୟାରେ ଘଟିଥିଲା ଏହି ସିରିଜ ଟ୍ରେନ ଦୁର୍ଘଟଣା I ବାଲେଶ୍ୱର ବାହାନଗା ଷ୍ଟେସନ୍ ନିକଟରେ କରମଣ୍ଡଳ ସୁପରଫାଷ୍ଟ, ଯଶବନ୍ତପୁର-ସାଲିମାର୍ ଏକ୍ସପ୍ରେସ ସହିତ ଏକ ମାଲବାହୀ ଟ୍ରେନ୍ ମଧ୍ୟରେ ଧକ୍କା ହୋଇଥିଲା। ଏହି ଛାତିଥରା ରେଳ ଦୁର୍ଘଟଣାରେ ୨୯୫ ଜଣଙ୍କର ମୃତ୍ୟୁ ଘଟିଥିଲା I ଭୁଲ୍ ସିଗନାଲ୍ କାରଣରୁ ଏହି ଦୁର୍ଘଟଣା ଘଟିଥିବା ତଦନ୍ତରୁ ଜଣାପଡିଥିଲା I




