ଲକ୍ଷ୍ମୀ ବସ୍‌ ଚଳାଚଳକୁ ନେଇ ତାତିଲେ ଘରୋଇ ବସ୍‌ ମାଲିକ ସଂଘ, ୧୦ରୁ କରିବେ ଧର୍ମଘଟ

ଭୁବନେଶ୍ୱର : ଆସନ୍ତା ଅକ୍ଟୋବର ୨ରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ ସେବା I ୨ ତାରିଖରୁ ମାଲକାନଗିରିରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ ହେବ I ସବୁ ପଞ୍ଚାୟତରୁ ଜିଲ୍ଲା ମୁଖ୍ୟାଳୟକୁ ଗଡ଼ିବ ଏହି ସରକାରୀ ବସ୍ । ତେବେ ‘ଲକ୍ଷ୍ମୀ’ ବସ ଯୋଜନାକୁ ବିରୋଧ କରିଛନ୍ତି ଘରୋଇ ବସ ମାଲିକ ସଂଘ I ଅକ୍ଟୋବର ୧୦ ତାରିଖରୁ ବସ ଧର୍ମଘଟ କରିବେ ଏବଂ ଘରୋଇ ବସ୍‌ ସଂସ୍ଥା ବିନା ସରକାର […]

Samaya Live Picture
Published On

ଭୁବନେଶ୍ୱର : ଆସନ୍ତା ଅକ୍ଟୋବର ୨ରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ ସେବା I ୨ ତାରିଖରୁ ମାଲକାନଗିରିରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ ହେବ I ସବୁ ପଞ୍ଚାୟତରୁ ଜିଲ୍ଲା ମୁଖ୍ୟାଳୟକୁ ଗଡ଼ିବ ଏହି ସରକାରୀ ବସ୍ । ତେବେ ‘ଲକ୍ଷ୍ମୀ’ ବସ ଯୋଜନାକୁ ବିରୋଧ କରିଛନ୍ତି ଘରୋଇ ବସ ମାଲିକ ସଂଘ I ଅକ୍ଟୋବର ୧୦ ତାରିଖରୁ ବସ ଧର୍ମଘଟ କରିବେ ଏବଂ ଘରୋଇ ବସ୍‌ ସଂସ୍ଥା ବିନା ସରକାର ଲକ୍ଷ୍ମୀ ବସ୍‌ରେ କେମିତି ପୂରା ରାଜ୍ୟର ଯାତ୍ରୀ ପରିବହନ ସମ୍ଭାଳିବେ? ଆମେ ଦେଖିବୁ ବୋଲି ସରକାରଙ୍କୁ ଧମକ ଦେଇଛନ୍ତି I

ଗାଁରୁ ବ୍ଲକ ହେଡ୍‌କ୍ୱାର୍ଟରକୁ ଯାତ୍ରୀ ପରିବହନ ସୁଗମ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଲକ୍ଷ୍ମୀ ବସ୍ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଯାହାକି ଘରୋଇ ବସ୍ ମାଲିକଙ୍କୁ ଘୋର କ୍ଷତି ପହଞ୍ଚାଇବା ସହ ଏହା ଉପରେ ନିର୍ଭର କରି ଚଳୁଥିବା ହଜାର ହଜାର କର୍ମଚାରୀଙ୍କ ପେଟ ପାଟଣାକୁ ଲାତ ବୋଲି କହିଛି ଘରୋଇ ବସ୍ ମାଲିକ ସଂଘ।

ଓଡିଶା ବସ୍‌ ମାଲିକ ସଂଘ ପକ୍ଷରୁ ଏକ ପ୍ରତିନିଧି ଦଳ ବୁଧବାର ପୂର୍ବାହ୍ଣରେ ପରିବହନ ସଚିବଙ୍କୁ ଭେଟିଥିଲେ । ସେଠାରେ କିଛି ନିର୍ଯ୍ୟାସ ନ ବାହାରିବାରୁ ଅପରାହ୍ଣରେ ସିଆର୍‌ପି ଛକ ଏକ କଲ୍ୟାଣମଣ୍ଡପରେ ବୈଠକରେ ବିଚାର ବିମର୍ଶ ହୋଇଥିଲା । ବୈଠକ ପରେ ସଂଘ ସଭାପତି ଲୋକନାଥ ପାଣି କହିଛନ୍ତି, ହଜାର ହଜାର ଘରୋଇ ବସ୍‌କୁ ଲକ୍ଷ୍ମୀ ଯୋଜନାରେ ମିଶାଇବାକୁ ଆମେ ପୂର୍ବରୁ ପ୍ରସ୍ତାବ ଦେଇଥିଲୁ । ହେଲେ ସରକାର ଲକ୍ଷ୍ମୀ ଯୋଜନାରେ ଅଣଓଡିଆ କର୍ପୋରେଟ୍‌ ସଂସ୍ଥା ମୁଣ୍ଡରେ ସୁନା କଳସ ଢାଳିବାରେ ବ୍ୟସ୍ତ । ସ୍ଥାନୀୟ ଆର୍‌ଟିଓ ଓ ଆଞ୍ଚଳିକ ବସ୍‌ ସଂଘ ପ୍ରତିନିଧିଙ୍କୁ ନେଇ କମିଟି ଗଢ଼ି ଲକ୍ଷ୍ମୀ ବସ୍‌,ଘରୋଇ ବସ୍‌ ଚଳାଚଳର ସମୟସୀମା, ରୁଟ୍‌ ନିର୍ଦ୍ଧାରଣ ପାଇଁ ମଧ୍ୟ ଦାବି କରାଯାଇଥିଲା । ହେଲେ ପ୍ରତିଥର ସରକାର ବୈଠକକୁ ଡାକି ସମୟ ଗଡ଼ାଇ ଚାଲିଛନ୍ତି ।

ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ ଅଭିଯୋଗ ବାଢ଼ିଛନ୍ତି,ପ୍ରାୟ ୪୦ ବର୍ଷ ଧରି ଯାତ୍ରୀ ପରିବହନର ମେରୁଦଣ୍ଡ ପାଲଟିଛି ଘରୋଇ ବସ୍‌ ସେବା । ଲକ୍ଷ ଲକ୍ଷ ପରିବାର ଚଳୁଛି । ଏମିତିରେ ସହର ଭିତରେ ‘ମୋ ବସ୍‌’ ଚଳାଇବେ କହି ଏବେ ପୁରୀ, କୋଣାର୍କ, ସାଲେପୁର, ଆଠଗଡ଼, ଡେଲାଙ୍ଗ ଆଡ଼େ ମାଡି଼ ଗଲାଣି। ଏବେ ଗାଁ ଗଣ୍ଡାରେ ବସ୍‌ ଗଡି଼ଲେ, ଆମ ବେଳା ବୁଡି଼ଯିବ ।

Tags: