ଶିଶୁ ଦିବସରେ ଭାଷଣ ଦେଉଥିବାବେଳେ ଟଳି ପଡିଲେ ପ୍ରଧାନ ଶିକ୍ଷକ

କଣ୍ଟାବାଞ୍ଜି : ଶିଶୁ ଦିବସ ଅବସରରେ ଏକ ଦୁଃଖଦ ଘଟଣା । ଭାଷଣ ଦେଉଥିବା ସମୟରେ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ଟଳି ପଡିଲେ ପ୍ରଧାନ ଶିକ୍ଷକ । ସହଯୋଗୀ ଶିକ୍ଷକ ମାନେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ପ୍ରଧାନ ଶିକ୍ଷକ ହେଲେ ବଲାଙ୍ଗିର ଜିଲ୍ଲା ତୁରେଇକେଲା ବ୍ଲକ ପଲ୍ଲୀବିକାଶ ପଞ୍ଚାୟତ ହାଇସ୍କୁଲର ପର୍ଶୁରାମ ଦାସ । ତାଙ୍କ ଘର […]

Samaya Live Picture
Published On

କଣ୍ଟାବାଞ୍ଜି : ଶିଶୁ ଦିବସ ଅବସରରେ ଏକ ଦୁଃଖଦ ଘଟଣା । ଭାଷଣ ଦେଉଥିବା ସମୟରେ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ଟଳି ପଡିଲେ ପ୍ରଧାନ ଶିକ୍ଷକ । ସହଯୋଗୀ ଶିକ୍ଷକ ମାନେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ପ୍ରଧାନ ଶିକ୍ଷକ ହେଲେ ବଲାଙ୍ଗିର ଜିଲ୍ଲା ତୁରେଇକେଲା ବ୍ଲକ ପଲ୍ଲୀବିକାଶ ପଞ୍ଚାୟତ ହାଇସ୍କୁଲର ପର୍ଶୁରାମ ଦାସ । ତାଙ୍କ ଘର କଟକ ଜିଲ୍ଲାରେ ବୋଲି ଜଣାପଡ଼ିଛି । ପ୍ରଧାନ ଶିକ୍ଷକଙ୍କର ହୃଦଘାତରୁ ମୃତ୍ୟୁ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି । ଅନ୍ୟପକ୍ଷରେ ପ୍ରଧାନଶିକ୍ଷକଙ୍କ ଏପରି ଅକାଳ ବିୟୋଗରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି । କଣ୍ଟାବାଞ୍ଜି ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।

Tags: