୨୮ ରେ ଆସିବେ ପ୍ରଧାନମନ୍ତ୍ରୀ,ସୂଚନା ଦେଲେ ବରିଷ୍ଠ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର : ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଗସ୍ତରେ ଆସିବେ । ଏନେଇ ପ୍ରେସମିଟରେ ବିସ୍ତୃତ ସୂଚନା ଦେଇଛନ୍ତି ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ । ସେ କହିଛନ୍ତି, ଡବଲ ଇଞ୍ଜିନ ସରକାର ପରେ ପ୍ରଧାନମନ୍ତ୍ରୀ ବାରମ୍ବାର ଓଡ଼ିଶା ଆସୁଛନ୍ତି । ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ସକାଳ ୧୦ଟା ୩୫ ମିନିଟରେ ପ୍ରଧାନମନ୍ତ୍ରୀ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବେ । ସେଠାରେ […]

Samaya Live Picture
Published On

ଭୁବନେଶ୍ୱର : ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଗସ୍ତରେ ଆସିବେ । ଏନେଇ ପ୍ରେସମିଟରେ ବିସ୍ତୃତ ସୂଚନା ଦେଇଛନ୍ତି ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ । ସେ କହିଛନ୍ତି, ଡବଲ ଇଞ୍ଜିନ ସରକାର ପରେ ପ୍ରଧାନମନ୍ତ୍ରୀ ବାରମ୍ବାର ଓଡ଼ିଶା ଆସୁଛନ୍ତି ।

ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ସକାଳ ୧୦ଟା ୩୫ ମିନିଟରେ ପ୍ରଧାନମନ୍ତ୍ରୀ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବେ । ସେଠାରେ ଦଳୀୟ କାର୍ଯ୍ୟକର୍ତ୍ତା ସ୍ଵାଗତ କରିବେ । ଏହା ପରେ ପ୍ରଧାନମନ୍ତ୍ରୀ ଜନତା ମୈଦାନକୁ ଯାଇ ଉତ୍କର୍ଷ ଓଡ଼ିଶା ସମ୍ମିଳନୀକୁ ଉଦ୍‌ବୋଧନ ଦେବେ । ଓଡ଼ିଶାକୁ ବିପୁଳ ପୁଞ୍ଜି ଆସିବାର ସମ୍ଭାବନା ରହିଛି ।

ପ୍ରଧାନମନ୍ତ୍ରୀ ବିଭିନ୍ନ ବର୍ଗକୁ ସମ୍ବୋଧିତ କରିବେ । ଡବଲ ଇଞ୍ଜିନ ସରକାର ପରେ ଓଡ଼ିଶାରେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ ହେଉଛି । ପୋଲିସ ଡିଜି ସମ୍ମିଳନୀ, ପ୍ରବାସୀ ଭାରତୀୟ ଦିବସ, ନୌସେନା ଦିବସ ଓଡ଼ିଶାରେ ସଫଳତାର ସହ ଆୟୋଜନ ହୋଇଛି । ଏହା ବିଶ୍ଵ ସ୍ତରରେ ଓଡ଼ିଶାର ସମ୍ମାନ ବୃଦ୍ଧି ପାଉଥିବା କହିଛନ୍ତି ପ୍ରତାପ ଷଡ଼ଙ୍ଗୀ ।

ଏବେ ସମ୍ବିଧାନ ଗୌରବ ଅଭିଯାନ କାର୍ଯ୍ୟକ୍ରମ ଚାଲିଛି । ସମ୍ବିଧାନ ନିର୍ମାତା ବାବାସାହେବ ଆମ୍ବେଦକରଙ୍କ ୧୫୦ତମ ଜୟନ୍ତୀ ପାଳନ ହେଉଛି । କଂଗ୍ରେସ ବାବାସାହେବଙ୍କ ଛବିକୁ ପୋଛି ଦେଇଥିବା ବେଳେ ମୋଦି ପୁଣି ପୁର୍ନଜୀବିତ କରିଥିବା କହିଛନ୍ତି ସାଂସଦ ।

Tags: