ଡିଜି ସମ୍ମିଳନୀର ୨ୟ ଦିନରେ ଲୋକସେବା ଭବନ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ଦେଶ ସୁରକ୍ଷା ପ୍ରସଙ୍ଗରେ ଭୁବନେଶ୍ବରରେ ଐତିହାସିକ ବୈଠକ । ଡିଜିପି/ଆଇଜିପି ସମ୍ମିଳନୀର ଆଜି ଦ୍ବିତୀୟ ଦିନ । ଲୋକସେବା ଭବନ କନଭେନସନ୍ ସେଣ୍ଟର ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମ୍ମିଳନୀରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହିତ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ସମସ୍ତ ରାଜ୍ୟର ପୁଲିସ ମହାନିର୍ଦ୍ଦେଶକ, ଆଇଜି ଏବଂ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହି ସମ୍ବିଳନୀକୁ ସମ୍ବୋଧିତ […]

Samaya Live Picture
Published On

ଭୁବନେଶ୍ୱର : ଦେଶ ସୁରକ୍ଷା ପ୍ରସଙ୍ଗରେ ଭୁବନେଶ୍ବରରେ ଐତିହାସିକ ବୈଠକ । ଡିଜିପି/ଆଇଜିପି ସମ୍ମିଳନୀର ଆଜି ଦ୍ବିତୀୟ ଦିନ । ଲୋକସେବା ଭବନ କନଭେନସନ୍ ସେଣ୍ଟର ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମ୍ମିଳନୀରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହିତ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ସମସ୍ତ ରାଜ୍ୟର ପୁଲିସ ମହାନିର୍ଦ୍ଦେଶକ, ଆଇଜି ଏବଂ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହି ସମ୍ବିଳନୀକୁ ସମ୍ବୋଧିତ କରିବେ।

ଲୋକସେବା ଭବନର କନଭେନସନ ହଲରେ ୩ ଦିନ ଧରି ଚାଲିବ ଏହି ସମ୍ମିଳନୀ । ଏହି ଉଚ୍ଚସ୍ତରୀୟ ବୈଠକର ଏଜେଣ୍ଡାରେ ନକ୍ସଲବାଦ ଓ ଆତଙ୍କବାଦର ମୂଳୋତ୍ପଟନ ଏକ ପ୍ରମୁଖ ବିଷୟ ରହିବ। ପୂର୍ବରୁ ୨୦୨୬ ସୁଦ୍ଧା ଦେଶରୁ ମାଓବାଦ ସମାପ୍ତ କରିବାକୁ ଘୋଷଣା କରିସାରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ତେଣୁ ଏହି ବୈଠକରେ ତାର ଚୂଡ଼ାନ୍ତ ରଣନୀତି ପ୍ରସ୍ତୁତ ହେବ। ସେହିପରି ଆତଙ୍କବାଦର ମୁକାବିଲା ନେଇ ଏହି ସମ୍ମିଳନୀରେ ବନାଯିବ ଷ୍ଟ୍ରାଟେଜି। ଏହା ସହ ସାଇବର ଅପରାଧର ମୁକାବିଲା ଏହି ଡିଜିପି ବୈଠକର ଏକ ବଡ଼ ଏଜେଣ୍ଡା ରହିଛି।

ଭୁବନେଶ୍ୱର ସ୍ଥିତ ଲୋକସେବା ଭବନ କନଭେନସନ ସେଣ୍ଟରରେ ଆୟୋଜିତ ଏହି ସମ୍ମିଳନୀକୁ ଗତକାଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଉଦଘାଟନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହିତ ଗତକାଲି ତାଙ୍କ ବିଭିନ୍ନ ପ୍ରକାରର ଓଡ଼ିଆ ଓ ଗୁଜରାତୀ ଖାଦ୍ୟର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ଏକ କାର୍ଯ୍ୟକ୍ରମରେ ଜନତାଙ୍କୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଓଡ଼ିଆ ଭାଷାରେ ଭାଷଣ ଦେଇ ଜନତାଙ୍କ ହୃଦୟ ଜିତିପାରିଥିଲେ ।

Tags: