ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ,ଦିନ ୨ ଟାରୁ କଡାକଡି ହୋଇଛି ଟ୍ରାଫିକ ବ୍ୟବସ୍ଥା

ଭୁବନେଶ୍ୱର : ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨ ଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ କରିବେ ବିଶାଳ ରୋଡ ସୋ’ । ରାଜ୍ୟ ବିଜେପି କାର୍ଯ୍ୟାଳୟ ଠାରୁ ବାଣୀବିହାର ପର୍ଯ୍ୟନ୍ତ ହେବ ରୋଡ଼ ସୋ’ । ରୋଡ଼ ସୋ’ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସେଥିପାଇଁ ନୋ-ଭେଇକିଲ୍‌ ଜୋନ୍‌ ଭାବେ ସିଲ୍‌ ହେବ ରାମ ମନ୍ଦିର ଛକରୁ ବାଣୀବିହାର ଛକ । ରାତି ୮ ରେ ମୋଦି ଭୁବନେଶ୍ୱରରେ […]

Samaya Live Picture
Published On

ଭୁବନେଶ୍ୱର : ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨ ଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ କରିବେ ବିଶାଳ ରୋଡ ସୋ’ । ରାଜ୍ୟ ବିଜେପି କାର୍ଯ୍ୟାଳୟ ଠାରୁ ବାଣୀବିହାର ପର୍ଯ୍ୟନ୍ତ ହେବ ରୋଡ଼ ସୋ’ । ରୋଡ଼ ସୋ’ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସେଥିପାଇଁ ନୋ-ଭେଇକିଲ୍‌ ଜୋନ୍‌ ଭାବେ ସିଲ୍‌ ହେବ ରାମ ମନ୍ଦିର ଛକରୁ ବାଣୀବିହାର ଛକ । ରାତି ୮ ରେ ମୋଦି ଭୁବନେଶ୍ୱରରେ ପହଞ୍ଚିବା ପରେ ରୋଡ଼ ସୋ’ ଆରମ୍ଭ ହେବ । ଏହା ‘ ରାତି ୮ ଟାରେ ଆରମ୍ଭ ହୋଇ ୯.୩୦ ପର୍ଯ୍ୟନ୍ତ ଚାଲିବ ।

ରୋଡ଼ ସୋ’ ପାଇଁ ଦିନ ୨ ଟାରୁ କଟକଣା ଲାଗିବ । ଏଥିପାଇଁ ବିଶେଷ କରି ରାମ ମନ୍ଦିରଠାରୁ ବାଣୀବିହାର ପର୍ଯ୍ୟନ୍ତ ନୋ ଫ୍ଲାଇଂ ଜୋନ୍‌ ଭାବେ ଘୋଷଣା କରାଯାଇଛି ଅର୍ଥାତ ସେହି ସମୟରେ ଆକାଶ ମାର୍ଗରେ ଉଡ଼ି ପାରିବନି ଡ୍ରୋନ୍‌, ଗ୍ୟାସ୍‌ ବେଲୁନ, କୌଣସି ଆଡଭର୍ଟାଇଜ୍‌ କାଇଟ୍‌ ବା ଆକାଶଦୀପ ଭଳି ଜିନିଷ । ଏପରିକି ବିମାନ ଚଳାଚଳ ମଧ୍ୟ ସେହି ସମୟରେ ହେବ ନାହିଁ । ରାସ୍ତାକୁ ସମ୍ପୂର୍ଣ୍ଣ ସିଲ୍‌ କରାଯିବ । ଅପରାହ୍ନ ୪ଟାରୁ ରୋଡ୍‌ ଶୋ’ ଶେଷ ହେବା ପର୍ଯ୍ୟନ୍ତ ବାଣୀବିହାରରୁ ମାଷ୍ଟରକ୍ୟାଣ୍ଟିନ୍‌ ରାସ୍ତା ବନ୍ଦ ରହିବ। ଏହା ସହ ଜନପଥକୁ ସଂଯୋଗ କରୁଥିବା କୌଣସି ଗଳିରୁ ଗାଡ଼ିଗୁଡ଼ିକୁ ରାସ୍ତାକୁ ଛଡ଼ାଯିବନାହିଁ। ରୋଡ଼ ସୋ’ ଜରିଆରେ ଭୁବନେଶ୍ୱର ବାସିନ୍ଦାଙ୍କୁ ଭେଟିବେ ମୋଦି । ମାଷ୍ଟରକ୍ୟାଣ୍ଟିନ ଠାରୁ ବାଣୀବିହାର ପର୍ଯ୍ୟନ୍ତ ସମସ୍ତ ରାସ୍ତାକୁ ସିଲ କରାଯାଇଛି । ସେହିପରି ରୋଡ଼ ସୋ’ ସରିବା ପରେ ରାଜଭବନରେ ରାତ୍ରି ଯାପନ କରିବେ ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ରାସ୍ତାକଡ଼ରେ ବ୍ୟାରିକେଡ୍‌ ଲଗାଯିବା ସହିତ ଚାରିଆଡେ ଭାଜପା ପତାକା ଏବଂ ହୋର୍ଡିଂ ଛାଉଣି ହୋଇଗଲାଣି। ମୋଦିଙ୍କ ରୋଡ୍‌ ଶୋ’ ସମୟରେ ଓଡ଼ିଆ କଳା ଓ ସଂସ୍କୃତିର ଝଲକ୍‌ ଦେଖିବାକୁ ମିଳିବ। ଭାଜପା କାର୍ଯ୍ୟାଳୟରୁ ବାଣୀବିହାର ମଧ୍ୟରେ ୧୦ଟି ସ୍ଥାନରେ ଓଡ଼ିଶା କଳା ଓ ପରମ୍ପରାର ୧୦ଟି ଆଇକନ୍‌ ରହିବ। ଭାଜପା କାର୍ଯ୍ୟାଳୟରେ କୋଣାର୍କ ଚକ୍ର ଓ ବାଣୀବିହାର ଛକରେ ଖଣ୍ଡଗିରି ଐତିହ୍ୟ ସ୍ଥାନିତ ହେବ। ଝାଞ୍ଜ ମୃଦୁଙ୍ଗରେ ମୋଦିଙ୍କୁ ସ୍ବାଗତ କରାଯିବା ସହ ସମ୍ବଲପୁରୀ ଭଳି ଏକାଧିକ ଲୋକନୃତ୍ୟ ପ୍ରଦର୍ଶନ କରାଯିବ ବୋଲି ଜଣାପଡିଛି।

ସେହିପରି ଶନିବାର ସେ ୩ଟି କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଥମେ ସକାଳ ସାଢେ ୯ଟାରେ କନ୍ଧମାଳ ଷ୍ଟାଡିୟମ ପଡ଼ିଆରେ ଏକ ସମାବେଶରେ ଯୋଗଦେବେ। ସେଠାରୁ ଯାଇ ସାଢେ ୧୧ଟାରେ ବଲାଙ୍ଗୀରରେ ସାଧାରଣ ସଭାରେ ଉଦ୍‌ବୋଧନ ଦେବେ। ଶେଷରେ ଦିନ ଗୋଟାଏ ବେଳେ ବରଗଡ଼ ଟୋଲ୍‌ଗେଟ୍‌ ପଡ଼ିଆରେ ମୋଦି ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି।

Tags: