ଓଡ଼ିଶାବାସୀଙ୍କୁ ମତାଧିକାର ସାବ୍ୟସ୍ତ ପାଇଁ ଓଡ଼ିଆରେ ଟ୍ୱିଟ କରି ଉତ୍ସାହିତ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ଆଜି ଓଡ଼ିଶାରେ ସାଧାରଣ ନିର୍ବାଚନ ୨୦୨୪ ପାଇଁ ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ I ଆଜି ସକାଳ ୭ ଟାରୁ କଳାହାଣ୍ଡି,କୋରାପୁଟ,ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା ଆସନ ସହିତ ୨୮ ଟି ବିଧାନସଭା କ୍ଷେତ୍ର ପାଇଁ ମତଦାନ ହେଉଛି I ମତଦାତାଙ୍କୁ ଉତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଆରେ ଟ୍ୱିଟ କରି ମତଦାତାଙ୍କ ଉତ୍ସାହ ବୃଦ୍ଧି କରିଛନ୍ତି I ମତଦାନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆଜି ଓଡ଼ିଶାରେ ବିଧାନସଭା ନିର୍ବାଚନ […]

Samaya Live Picture
Published On

ଭୁବନେଶ୍ୱର : ଆଜି ଓଡ଼ିଶାରେ ସାଧାରଣ ନିର୍ବାଚନ ୨୦୨୪ ପାଇଁ ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ I ଆଜି ସକାଳ ୭ ଟାରୁ କଳାହାଣ୍ଡି,କୋରାପୁଟ,ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା ଆସନ ସହିତ ୨୮ ଟି ବିଧାନସଭା କ୍ଷେତ୍ର ପାଇଁ ମତଦାନ ହେଉଛି I ମତଦାତାଙ୍କୁ ଉତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଆରେ ଟ୍ୱିଟ କରି ମତଦାତାଙ୍କ ଉତ୍ସାହ ବୃଦ୍ଧି କରିଛନ୍ତି I

ମତଦାନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆଜି ଓଡ଼ିଶାରେ ବିଧାନସଭା ନିର୍ବାଚନ ଆରମ୍ଭ ହେବାକୁ ଯାଉଛି । ମୁଁ ରାଜ୍ୟବାସୀଙ୍କୁ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବାକୁ ଆହ୍ୱାନ କରୁଛି । ଆପଣଙ୍କ ଭୋଟ୍ ଆପଣଙ୍କ ସ୍ୱର-ଏହାକୁ ଦୃଢ଼ ଓ ସ୍ପଷ୍ଟ ଭାବେ ଉତ୍ତୋଳନ କରନ୍ତୁ ।

https://x.com/narendramodi/status/1789831785376837740

ସୂଚନାନୁସାରେ,ଓଡ଼ିଶାରେ ୮ଟି ଜିଲ୍ଲା (ଗଂଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡାରେ ଆଜି ହେଉଛି ମତଦାନ । ଉଭୟ ଲୋକସଭା ଓ ବିଧାନସଭା କ୍ଷେତ୍‌ର ପାଇଁ ୨୮୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୬୨ ଲକ୍ଷ ୮୭ ହଜାରରୁ ଅଧିକ ଭୋଟର। ପୁରୁଷ ଭୋଟରଙ୍କ ତୁଳନାରେ ମହିଳା ଭୋଟର ସଂଖ୍ୟା ଅଧିକ ରହିଛି। ୩୧,୮୯,୦୬୦ଜଣ ମହିଳା ଭୋଟର ଥିବାବେଳେ ୩୦,୯୭,୫୨୭ଜଣ ପୁରୁଷ ଓ ୬୩୫ଜଣ ତୃତୀୟ ଲିଙ୍ଗୀ ମତଦାତା ରହିଛନ୍ତି। ୭ ହଜାର ୩୦୩ ବୁଥରେ ଜାରି ରହିଛି ମତଦାନ। ୬୦ ପ୍ରତିଶତ ବୁଥରେ ୱେବ କାଷ୍ଟିଂ ହେବା ସହ ୧୨ ଶହ ପୋଲିଂ ବୁଥ ରେ ସକାଳ ୭ ଟାରୁ ୪ ଟା ପର୍ଯ୍ୟନ୍ତ ଭୋଟିଂ ଚାଲିଛି। ସେହିପରି ୩ ହଜାର ୫୨୨ ପୋଲିଂ ବୁଥରେ ୫ ଟା ଯାଏଁ ପୋଲିଂ ହେବା ସହ ୨୫୭୫ ମତଦାନ କେନ୍ଦ୍ରରେ ୬ ଟା ପର୍ଯ୍ୟନ୍ତ ମତଦାନ କରାଯିବ।

Tags: