ଜୟ ନାରାୟଣଙ୍କ ଆଗୁଆ ଜାମିନ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ବିଜେପିର ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ଝଟକା । ଆଗୁଆ ଜାମିନ ଆବେଦନ ଖାରଜ କଲେ ସୁପ୍ରିମ କୋର୍ଟ । ମହିଳା ଆଇଆଇସିଙ୍କୁ ଚାପୁଡ଼ା ମାରିବା ଘଟଣାରେ ଜୟ ନାରାୟଣଙ୍କ ନାଁରେ ହୋଇଥିଲା ଅଭିଯୋଗ । ଗତ ବର୍ଷ ଫେବୃଆରୀ ୧୫ ତାରିଖରେ ସମ୍ବଲପୁରରେ ଏହି ଘଟଣା ଘଟିଥିଲା । ଏକ କାର୍ଯ୍ୟକ୍ରମ ବେଳେ ଜୟନାରାୟଣ ମହିଳା ଆଇଆଇସିଙ୍କୁ ଚାପୁଡା ମାରିଥିବା ନେଇ ଅଭିଯୋଗ ହୋଇଥିଲା । ସେହିପରି ଜୟନାରାୟଣ ମଧ୍ୟ ଆଇଆଇସିଙ୍କ ନାଁରେ ଅଭିଯୋଗ […]

Samaya Live Picture
Published On

ନୂଆଦିଲ୍ଲୀ : ବିଜେପିର ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ଝଟକା । ଆଗୁଆ ଜାମିନ ଆବେଦନ ଖାରଜ କଲେ ସୁପ୍ରିମ କୋର୍ଟ । ମହିଳା ଆଇଆଇସିଙ୍କୁ ଚାପୁଡ଼ା ମାରିବା ଘଟଣାରେ ଜୟ ନାରାୟଣଙ୍କ ନାଁରେ ହୋଇଥିଲା ଅଭିଯୋଗ । ଗତ ବର୍ଷ ଫେବୃଆରୀ ୧୫ ତାରିଖରେ ସମ୍ବଲପୁରରେ ଏହି ଘଟଣା ଘଟିଥିଲା । ଏକ କାର୍ଯ୍ୟକ୍ରମ ବେଳେ ଜୟନାରାୟଣ ମହିଳା ଆଇଆଇସିଙ୍କୁ ଚାପୁଡା ମାରିଥିବା ନେଇ ଅଭିଯୋଗ ହୋଇଥିଲା । ସେହିପରି ଜୟନାରାୟଣ ମଧ୍ୟ ଆଇଆଇସିଙ୍କ ନାଁରେ ଅଭିଯୋଗ କରିଥିଲେ । ସେ କହିଛନ୍ତି ମହିଳା ଆଇଆଇସି ବିଜେଡି ସରକାରଙ୍କ ହାତବାରିସୀ ସାଜି ଜାଣି ଶୁଣି ତାଙ୍କ ପଦାକୁ ଦଳି ଦେଇଥିଲେ ।

ଏହି ଏଫଆଇଆରରେ ଗିରଫ ସମ୍ଭାବନା ଥିବାରୁ ଜୟନାରାୟଣ ପ୍ରଥମେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛିଲେ । କିନ୍ତୁ ହାଇକୋର୍ଟ ଆବେଦନକୁ ଖାରଜ କରିଦେଇଥିଲେ । ଏହା ପରେ ଜୟନାରାୟଣ ସୁପ୍ରିମକୋର୍ଟଙ୍କ ନିକଟରେ ଆବେଦନ କରିଥିଲେ । କିନ୍ତୁ କୋର୍ଟ ତାଙ୍କ ଆବେଦନ ଖାରଜ କରି ଦେଇଛନ୍ତି । ଜଣେ ଜନପ୍ରତିନିଧିଙ୍କ ବ୍ୟବହାର ଅନ୍ୟମାନଙ୍କ ପାଇଁ ଉଦାହରଣ ହେବା ଉଚିତ ବୋଲି କୋର୍ଟ ନିଜ ରାୟରେ କହିଛନ୍ତି । ଜଷ୍ଟିସ ହୃଶିକେଶ ରୟ ଓ ଏସଭିଏନ ଭଟ୍ଟି ଏହି ଆବେଦନକୁ ଖାରଜ କରିଦେଇଛନ୍ତି ।

ସୂଚନାନୁସାରେ,ଗତବର୍ଷ ଫେବ୍ରୁଆରୀ ୧୫ରେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ବେଳେ ପୋଲିସ ଏବଂ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିଲେ । ଏହି ସମୟରେ ଜୟ ନାରାୟଣ ତତ୍କାଳୀନ କାର୍ଯ୍ୟରତ ଧନୁପାଲୀ ଥାନା ଆଇଆଇସି ଅନିତା ପ୍ରଧାନ ଙ୍କୁ ଧକ୍କା ମାରିଥିବା ନେଇ ଅଭିଯୋଗ ହୋଇଥିଲେ । ଆଇଆଇସି ମଧ୍ୟ ଜୟ ନାରାୟଣଙ୍କ ପଦାକୁ ଦଳି ଦେଇଥିବାନେଇ ନେଇ ବିଜେପି ମହିଳା ମୋର୍ଚ୍ଚା ଥାନାରେ ଅଭିଯୋଗ କରିଥିଲା । ଏହି ଘଟଣା ପରେ ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା I ତେବେ ଜୟ ନାରାୟଣ ନଭେମ୍ବର ୧୬ ୨୦୨୩ରେ ହାଇକୋର୍ଟଙ୍କ ଦ୍ୱାରା ଆବେଦନ ଖାରଜ ପରେ ସୁପ୍ରିମ କୋର୍ଟରେ ଆବେଦନ କରାଯାଇଥିଲା । ପୂର୍ବରୁ କୋର୍ଟ ତାଙ୍କ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ । ଆଜି କୋର୍ଟ ଆବେଦନ ଖାରଜ କରିବା ପରେ ତାଙ୍କ ଗିରଫଦାରିର ସମ୍ଭାବନା ବଢିଯାଇଛି ।

Tags: