ପୂର୍ବ ସରକାର ଭୟରେ ମୁହଁ ଖୋଲୁ ନଥିଲେ,ଶୀଘ୍ର ନିଷ୍ପତି ନେବେ ସରକାର – ଆଇନ ମନ୍ତ୍ରୀ

ଭୁବନେଶ୍ଵର: ପୂର୍ବ ସରକାର ସମୟରେ ଥିଲା ଭୟର ବାତାବରଣ । ଭୟରେ ମୁହଁ ଖୋଲୁ ନଥିଲେ ଲୋକେ । ଏପରିକି ନବ ଦାସଙ୍କ ପରିବାର ଲୋକେ ମଧ୍ୟ ହତ୍ୟାକାଣ୍ଡକୁ ନେଇ ମୁହଁ ଖୋଲୁ ନଥିଲେ । ବର୍ତ୍ତମାନ ସରକାର ବଦଳିଛି । ଧୀରେ ଧୀରେ ଅନେକ ତଥ୍ୟ ସାମ୍ନାକୁ ଆସୁଛି । ଆଉ ସେହି ସବୁ ତଥ୍ୟକୁ ହୁଏତ ଆଗାମୀ ଦିନରେ ତଦନ୍ତ ପରିସରଭୁକ୍ତ କରାଯିବ । ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ନେଇ ଏଭଳି […]

Samaya Live Picture
Published On

ଭୁବନେଶ୍ଵର: ପୂର୍ବ ସରକାର ସମୟରେ ଥିଲା ଭୟର ବାତାବରଣ । ଭୟରେ ମୁହଁ ଖୋଲୁ ନଥିଲେ ଲୋକେ । ଏପରିକି ନବ ଦାସଙ୍କ ପରିବାର ଲୋକେ ମଧ୍ୟ ହତ୍ୟାକାଣ୍ଡକୁ ନେଇ ମୁହଁ ଖୋଲୁ ନଥିଲେ । ବର୍ତ୍ତମାନ ସରକାର ବଦଳିଛି । ଧୀରେ ଧୀରେ ଅନେକ ତଥ୍ୟ ସାମ୍ନାକୁ ଆସୁଛି । ଆଉ ସେହି ସବୁ ତଥ୍ୟକୁ ହୁଏତ ଆଗାମୀ ଦିନରେ ତଦନ୍ତ ପରିସରଭୁକ୍ତ କରାଯିବ । ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ନେଇ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ସୂଚନାନୁସାରେ,ବିଜେଡି ସରକାରର କ୍ୟାବିନେଟ ମନ୍ତ୍ରୀ ଥିବା ନବ ଦାସଙ୍କ ହତ୍ୟାକାଣ୍ଡକୁ ପୂରିବାକୁ ଯାଉଛି ୨ ବର୍ଷ । ଏହାରି ଭିତରେ ସରକାର ବଦଳି ଥିବା ବେଳେ କ୍ରାଇମବ୍ରାଞ୍ଚ ତଦନ୍ତରେ ଷଡ଼ଯନ୍ତ୍ର କରାଯାଇଥିବା ଅଭିଯୋଗ ବି ହେଉଛି । ଏ ସବୁ ଭିତରେ ତଦନ୍ତରେ ହୋଇଥିବା ଖାମଖିଆଲିକୁ ନେଇ ଆସୁଛି ଗୋଟିଏ ପରେ ଗୋଟିଏ ତଥ୍ୟ । କେବେ ନବ ପିନ୍ଧିଥିବା ଡ୍ରେସ୍ ପୋଡ଼ି ଦିଆ ଯାଇଥିବା କୁହାଯାଉଛି ତ ଆ କେବେ ବଦଳି ଯାଉଛି ମୁଖ୍ୟ ସାକ୍ଷୀଙ୍କ ଡ୍ରେସର ରଙ୍ଗ । ନବ ଦାସ ହତ୍ୟାକାଣ୍ଡ ମାମଲାରେ ସିବିଆଇ ତଦନ୍ତ କରିବାକୁ ଝିଅ ଦୀପାଳି ଦାବି କରିବା ପରେ ଏହାକୁ ନେଇ ରାଜନୈତିକ ବୟାନବାଜି ଜାରି ରହିଛି। ଏ ଘଟଣା ନବୀନ ସରକାରଙ୍କ ସମୟରେ ଘଟିବା ସହ ସେ ସରକାର ସମୟରେ ଅନେକ ମାସ ମିତିଯିବା ପରେ ବି ଏବେ ବିଜେପି ସରକାରଙ୍କୁ ଦୋଷ ଦେବାରେ ଲାଗିଛନ୍ତି ବିରୋଧୀ ଏବଂ ତାଙ୍କ ଝିଅ ଦୀପାଳି। ଏହାକୁ ନେଇ ମୁହଁ ଖୋଲିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। କହିଛନ୍ତି ଏହି ମାମଲାରେ ତଦନ୍ତ ପ୍ରକ୍ରିୟା କଣ ହେବ, ସେ ନେଇ ସରକାର ଆଗକୁ ନିଷ୍ପତ୍ତି ନେବେ, ବିଭିନ୍ନ ତଥ୍ୟ ଗୋଟି ଗୋଟି କରି ସାମ୍ନାକୁ ଆସୁଛି। ଏଥିସହ ପୂର୍ବ ବିଜେଡି ସରକାରକୁ ଟାର୍ଗେଟ୍ କରିଛନ୍ତି ପୃଥ୍ଵୀରାଜ ।

ଆଇନ୍ ମନ୍ତ୍ରୀ କହିଛନ୍ତି, ବିଭିନ୍ନ ତଥ୍ୟ ଗୋଟି ଗୋଟି କରି ସାମ୍ନାକୁ ଆସୁଛି । ପୂର୍ବ ସରକାର ସମୟରେ ଭୟର ବାତାବରଣ ଥିବାରୁ ଅନେକ ଲୋକ ମୁହଁ ଖୋଲୁ ନଥିଲେ । ଏପରିକି ନବ ଦାସଙ୍କ ପରିବାର ଲୋକ ମଧ୍ୟ ମୁହଁ ଖୋଲିବାକୁ ସାହାସ କରୁ ନଥିଲେ, ସେ ଭୟ ଦୂରେଇ ଯାଇଛି । ତେଣୁ ଅନେକ ତଥ୍ୟ ଧିରେ ଧିରେ ସାମ୍ନାକୁ ଆସିବା ଆରମ୍ଭ ହୋଇଛି । ଆଉ ସେହି ସବୁ ତଥ୍ୟକୁ ହୁଏତ ଆଗାମୀ ଦିନରେ ତଦନ୍ତ ପରିସରଭୁକ୍ତ କରାଯିବ କହିଛନ୍ତି ମନ୍ତ୍ରୀ ।

ସେପଟେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ମାମଲା ଏବେ ଆଇସୋଲେସନରେ ଅଛି । ଘଟଣା ଘଟିବା ପରେ ଅନେକ ତଥ୍ୟ ଦେଇଥିଲୁ । ପରବର୍ତ୍ତୀ ସମୟରେ ଏହି ଦିଗରେ ସମ୍ପୂର୍ଣ୍ଣ ଭାବେ ଆଲୋଚନା ହେବ ।

Tags: