୨ ଦିନିଆ ଓଡିଶା ଗସ୍ତରେ ଆସି ପହଁଚିଲେ ସିଙ୍ଗାପୁର ରାଷ୍ଟ୍ରପତି

ଭୁବନେଶ୍ୱର : ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ବିମାନବନ୍ଦରରେ ପହଁଚିଲେ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ । ଆଜି ଥର୍ମନ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ସ୍ବାଗତ କରିଛନ୍ତି । ୨୮ ଏବଂ ୨୯ରେ ରାଜ୍ୟରେ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା ସମ୍ମଳନୀ ପୂର୍ବରୁ ସିଙ୍ଗାପୁର ରାଷ୍ଟ୍ରପତିଙ୍କ ରାଜ୍ୟ ଗସ୍ତକୁ ଗୁରତ୍ୱପୂର୍ଣ୍ଣ ଭାବେ ବିବେଚନା କରାଯାଉଛି। ତାଙ୍କ ସହ କେତେକ ଉଚ୍ଚ […]

Samaya Live Picture
Published On

ଭୁବନେଶ୍ୱର : ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ବିମାନବନ୍ଦରରେ ପହଁଚିଲେ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ । ଆଜି ଥର୍ମନ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ସ୍ବାଗତ କରିଛନ୍ତି । ୨୮ ଏବଂ ୨୯ରେ ରାଜ୍ୟରେ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା ସମ୍ମଳନୀ ପୂର୍ବରୁ ସିଙ୍ଗାପୁର ରାଷ୍ଟ୍ରପତିଙ୍କ ରାଜ୍ୟ ଗସ୍ତକୁ ଗୁରତ୍ୱପୂର୍ଣ୍ଣ ଭାବେ ବିବେଚନା କରାଯାଉଛି। ତାଙ୍କ ସହ କେତେକ ଉଚ୍ଚ ପଦସ୍ଥ ଅଧିକାରୀ ମଧ୍ୟ ଓଡ଼ିଶା ଆସିଛନ୍ତି।

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଥର୍ମନ ସନଗୁମରତ୍ନମ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଅପରାହ୍ନ ୪ଟାରେ ବିଶ୍ୱ ଦକ୍ଷତା ବିକାଶ କେନ୍ଦ୍ରରେ ରାଜ୍ୟ ସରକାରଙ୍କ ସହିତ ବୁଝାମଣାପତ୍ର ସ୍ଵାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ୱାର୍ଲ୍ଡ ସ୍କିଲ ସେଣ୍ଟର ମଧ୍ୟ ବୁଲି ଦେଖିବେ ସିଙ୍ଗାପୁର ରାଷ୍ଟ୍ରପତି । ହରାଞ୍ଚଳ ଯୋଜନା, ବନ୍ଦର ପରିଚାଳନା, ଗ୍ରୀନ ଏନର୍ଜିରେ ସହଯୋଗ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଆଗକୁ ଯିବ, ସିଙ୍ଗାପୁର ସହ ସମ୍ପର୍କ ବଢ଼ିବ ବୋଲି ମଧ୍ୟ କହିଛନ୍ତି।

ସେହିପରି ଆସନ୍ତାକାଲି ୧୮ ତାରିଖରେ ରଘୁରାଜପୁର ହେରିଟେଜ ଭିଲେଜ ବୁଲି ଦେଖିବା ସହ ଆଇଓସିଏଲ ଇଣ୍ଟରପେସନ ପରିଦର୍ଶନ କରିବେ । ଏହି ସମୟରେ ପୁରୀ ଗସ୍ତ କରି କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

Tags: