ମା’କଟକ ଚଣ୍ଡିଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି

କଟକ : ୨୫ ତାରିଖ ଦିନ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ I ଗତକାଲି ନିର୍ଦ୍ଧାରିତ ସମୟ ସନ୍ଧ୍ୟା ୬ଟା ୧୦ରେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଥିଲେ। ତାଙ୍କୁ ବିମାନ ବନ୍ଦର ପରିସରରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭୁବନେଶ୍ବର ମେୟର ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ପୁଲିସ ଡିଜି ସୁନୀଲ ବଂଶଲ ପ୍ରମୁଖ ସ୍ବାଗତ […]

Samaya Live Picture
Published On

କଟକ : ୨୫ ତାରିଖ ଦିନ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ I ଗତକାଲି ନିର୍ଦ୍ଧାରିତ ସମୟ ସନ୍ଧ୍ୟା ୬ଟା ୧୦ରେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଥିଲେ। ତାଙ୍କୁ ବିମାନ ବନ୍ଦର ପରିସରରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭୁବନେଶ୍ବର ମେୟର ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ପୁଲିସ ଡିଜି ସୁନୀଲ ବଂଶଲ ପ୍ରମୁଖ ସ୍ବାଗତ କରିଥିଲେ। ଏହାପରେ ଭୁବନେଶ୍ୱର ରାଜ ଭବନରେ ରାତ୍ରି ଜାପାନ କରିଥିଲେ ରାଷ୍ଟ୍ରପତି I

ଆଜି ୨୬ ତାରିଖ ରାଜଭବନରୁ ବାହାରି ସଡ଼କ ପଥରେ ଯାଇ କଟକରେ ପହଞ୍ଚିଛନ୍ତି ରାଷ୍ଟ୍ରପତି । ଆଜି ୮ ଘଣ୍ଟା ଧରି କଟକରେ ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗଦେବେ ମହାମହିମ । କାର୍ଯ୍ୟକ୍ରମରେ ଯୋଗ ଦେବା ପୂର୍ବରୁ ରାଷ୍ଟ୍ରପତି ପ୍ରଥମେ ମା’ କଟକ ଚଣ୍ଡୀଙ୍କ ଦର୍ଶନ କରିଛନ୍ତି I ସେଠାରୁ ଶୈଳବାଳା ମହାବିଦ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ପରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବାସଭବନ ଓ ନେତାଜୀ ସଂଗ୍ରହାଳୟ ବୁଲିବା କାର୍ଯ୍ୟକ୍ରମ ରହିଛି। ୧୦ଟା ୪୫ରେ କଟକ ଇଣ୍ଡୋର ଷ୍ଟାଡିୟମରେ ପହଞ୍ଚିବେ ରାଷ୍ଟ୍ରପତି। ସେଠାରେ ଓଡ଼ିଶା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେବେ।

ପରେ ଜଷ୍ଟିସ ସଂଗ୍ରହାଳୟ ବୁଲି ଓଡ଼ିଶା ହାଇକୋର୍ଟ ଜଜ୍ ଲାଉଞ୍ଜରେ ମଧ୍ୟାହ୍ନ ଭୋଜନ କରିବେ। ପରେ ୨ଟା ୫୦ରେ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି। ଅପରାହ୍ଣ ୪ଟା ୧୫ରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ଦଶମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ସେଠାରୁ ସନ୍ଧ୍ୟା ୬ଟା ୩୦ରେ କାର୍ଯ୍ୟକ୍ରମ ସାରି ପୁଣି ରାଜଭବନ ଅଭିମୁଖେ ଫେରିବେ ରାଷ୍ଟ୍ରପତି।

Tags: