ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି

ଭୁବନେଶ୍ୱର : ମହାମହିମ ରାଷ୍ଟ୍ରପତିଙ୍କ ୩ୟ ଦିନର ଓଡିଶା ଗସ୍ତ କାର୍ଯ୍ୟକ୍ରମରେ ସେ ଆଜି ଗଞ୍ଜାମ ଓ କଟକ ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଆୟୋଜିତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇଛନ୍ତି ରାଷ୍ଟ୍ରପତି । ଏଥିରେ ସ୍ୱର୍ଣ୍ଣ ପଦକ ପାଇବାକୁ ଥିବା ୧୦ଜଣଙ୍କୁ ପଦକ ପ୍ରଦାନ କରିବେ । ଏହାସହ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ମଧ୍ୟ ଦେବେ ରାଷ୍ଟ୍ରପତି ।ଏଥି ପାଇଁ ସୁରକ୍ଷା ବ୍ୟବସ୍ଥା ବ୍ୟାପକ […]

Samaya Live Picture
Published On

ଭୁବନେଶ୍ୱର : ମହାମହିମ ରାଷ୍ଟ୍ରପତିଙ୍କ ୩ୟ ଦିନର ଓଡିଶା ଗସ୍ତ କାର୍ଯ୍ୟକ୍ରମରେ ସେ ଆଜି ଗଞ୍ଜାମ ଓ କଟକ ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଆୟୋଜିତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇଛନ୍ତି ରାଷ୍ଟ୍ରପତି । ଏଥିରେ ସ୍ୱର୍ଣ୍ଣ ପଦକ ପାଇବାକୁ ଥିବା ୧୦ଜଣଙ୍କୁ ପଦକ ପ୍ରଦାନ କରିବେ । ଏହାସହ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ମଧ୍ୟ ଦେବେ ରାଷ୍ଟ୍ରପତି ।ଏଥି ପାଇଁ ସୁରକ୍ଷା ବ୍ୟବସ୍ଥା ବ୍ୟାପକ କରାଯାଇଥିବା ବେଳେ ଦିନ ୧୦ଟା ୧୫ରେ ସେ ବ୍ରହ୍ମପୁର ପହଞ୍ଚିବା ପରେ ସେଠାରୁ ଭଞ୍ଜବିହାର ଯାଇ ବିଶ୍ୱବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ।
ଏହା ପରେ ରାଷ୍ଟ୍ରପତି ଦିନ ୧୨ଟାରେ ଭୁବନେଶ୍ୱର ଫେରି ରାଜଭବନରେ ମଧ୍ୟାହ୍ନ ଭୋଜନ କରିବେ। ସନ୍ଧ୍ୟାରେ କଟକସ୍ଥିତ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ସାମିଲ ହୋଇ ପୁଣି ରାଜଭବନ ଫେରି ସେଠାରେ ରାତ୍ରି ଯାପନ କରିବେ ।

ସୂଚନାଯୋଗ୍ୟ ଯେ, ଗତ ୨୮ ତାରିଖ ବୁଧବାରଠାରୁ ଓଡ଼ିଶା ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତେବେ ପ୍ରଥମ ଦିନରେ ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିଥିବା ବେଳେ ଦ୍ୱିତୀୟ ଦିନରେ କେନ୍ଦୁଝର ଜିଲ୍ଲା ଗସ୍ତରେ ଥିଲେ । ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ପରେ ସନ୍ଧ୍ୟାରେ ଭୁବନେଶ୍ୱରରେ ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମିଲ ହୋଇଥିଲେ। ସେହିପରି ତୃତୀୟ ଦିନରେ ଗଂଜାମ ଓ କଟକ ଗସ୍ତରେ ଯିବାର କାର୍ଯ୍ୟକ୍ରମ ଥିବା ବେଳେ ଆସନ୍ତାକାଲି ସମ୍ବଲପୁର ଜିଲ୍ଲା ଗସ୍ତରେ ଯାଇ ସନ୍ଥକବି ଭୀମଭୋଇଙ୍କ ସହ ଜଡ଼ିତ ବିଭିନ୍ନ ସ୍ଥାନ ପରିଦର୍ଶନ କରି ମହିମା ଧର୍ମାବଲମ୍ବୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

Tags: