ପୋଲିସ୍ ଡିଜିଙ୍କ କ୍ଷମତା ସଙ୍କୁଚିତ
ଭୁବନେଶ୍ୱର : ରାଜ୍ୟ ଗୃହ ବିଭାଗର ବଡ଼ ନିଷ୍ପତ୍ତି । ଏଣିକି ପୋଲିସ ବିଭାଗରୁ ଉଠିଲା ବାବୁରାଜ । ପୋଲିସ୍ ଡିଜିଙ୍କ କ୍ଷମତାକୁ ସଙ୍କୁଚିତ କରିଛନ୍ତି ମୋହନ ସରକାର । ଆଉ ଡ଼ିଏସପି ରାଙ୍କ ଅଫିସରଙ୍କୁ ବଦଳି କିମ୍ବା ନିଯୁକ୍ତି କରିପାରିବେନି ପୋଲିସ୍ ଡିଜି। ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଭଳି ନିର୍ଦ୍ଦେଶନାମା ଏବେ ଡିଏସପି, ଏଏସପି, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ଡେପୁଟି କମାଣ୍ଡାଣ୍ଟଙ୍କ ବଦଳି କରିପାରିବେନି ଡିଜିପି । ଗୃହ […]
ଭୁବନେଶ୍ୱର : ରାଜ୍ୟ ଗୃହ ବିଭାଗର ବଡ଼ ନିଷ୍ପତ୍ତି । ଏଣିକି ପୋଲିସ ବିଭାଗରୁ ଉଠିଲା ବାବୁରାଜ । ପୋଲିସ୍ ଡିଜିଙ୍କ କ୍ଷମତାକୁ ସଙ୍କୁଚିତ କରିଛନ୍ତି ମୋହନ ସରକାର । ଆଉ ଡ଼ିଏସପି ରାଙ୍କ ଅଫିସରଙ୍କୁ ବଦଳି କିମ୍ବା ନିଯୁକ୍ତି କରିପାରିବେନି ପୋଲିସ୍ ଡିଜି। ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଭଳି ନିର୍ଦ୍ଦେଶନାମା ଏବେ ଡିଏସପି, ଏଏସପି, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ଡେପୁଟି କମାଣ୍ଡାଣ୍ଟଙ୍କ ବଦଳି କରିପାରିବେନି ଡିଜିପି ।
ଗୃହ ବିଭାଗ ସଚିବଙ୍କ ନେତୃତ୍ବରେ ଏକ କମିଟି ଗଢ଼ାଯିବ । ସେହି କମିଟି ହିଁ ଡିଏସପି, ଏଏସପି, ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ, ଡେପୁଟି କମାଣ୍ଡାଣ୍ଟଙ୍କର ବଦଳି ବା ନିଯୁକ୍ତି ନେଇ ନିଷ୍ପତ୍ତି ନେବ । ଗୃହ ବିଭାଗ ସଚିବଙ୍କ ବ୍ୟତୀତ ଡିଜିପି ଓ ଆଇଜି ପୋଲିସ ଏହି କମିଟିର ସଦସ୍ୟ ରହିବେ ।
ସେହିପରି ଗୃହ ବିଭାଗର ସ୍ବତନ୍ତ୍ର ସଚିବ, ଅତିରିକ୍ତ ସଚିବ କିମ୍ବା ଯୁଗ୍ମ ସଚିବ ମଧ୍ୟ ଏଥିରେ ସଦସ୍ୟ ରହିବେ । ପୂର୍ବରୁ ଡିଜିପିଙ୍କ ପାଖରେ ଥିବା ଏହି ବଡ଼ କ୍ଷମତାକୁ ଫେରାଇ ନିଆଯାଇଛି । ପୋଲିସ ବିଭାଗରେ ହେଉଥିବା ଏହି ଏକଚାଟିଆ ବାବୁରାଜ ଖତମ କରିବା ଦିଗରେ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି ।




