ଅପହୃତ ନାବାଳିକାକୁ ଉଦ୍ଧାର କରିବାକୁ ଯାଇ ଆକ୍ରମଣର ଶିକାର ହେଲେ ପୋଲିସ

ଯାଜପୁର: ଅପହୃତ ନାବାଳିକାକୁ ଉଦ୍ଧାର କରିବାକୁ ଯାଇ ଆକ୍ରମଣର ଶିକାର ହୋଇଛନ୍ତି ପୋଲିସ । ଡେଲାଙ୍ଗ ଥାନା ଅଧିକାରୀଙ୍କ ସମେତ ୪ ଜଣ ପୋଲିସ ଏବଂ ବଡ଼ଚଣା ଥାନାର ୩ ଜଣ ପୋଲିସ ଆକ୍ରମଣରେ ଆହତ ହୋଇଛନ୍ତି । ଯାଜପୁର ଜିଲ୍ଲା ବଡ଼ଚଣାରୁ ଏହି ଖବର ଆସିଛି । ସୂଚନା ଅନୁସାରେ, ଗତ ୫ ତାରିଖରେ ଡେଲାଙ୍ଗ ସଡାଗଁଇ ଅଞ୍ଚଳର ଜଣେ ନାବାଳିକାଙ୍କୁ ଯାଜପୁର ବଡ଼ଚଣାରେ ମନୋଜ କୁମାର ପଲାଇ ଅପହରଣ କରି ନେଇଥିଲେ । ନାବାଳିକାକୁ […]

Samaya Live Picture
Published On

ଯାଜପୁର: ଅପହୃତ ନାବାଳିକାକୁ ଉଦ୍ଧାର କରିବାକୁ ଯାଇ ଆକ୍ରମଣର ଶିକାର ହୋଇଛନ୍ତି ପୋଲିସ । ଡେଲାଙ୍ଗ ଥାନା ଅଧିକାରୀଙ୍କ ସମେତ ୪ ଜଣ ପୋଲିସ ଏବଂ ବଡ଼ଚଣା ଥାନାର ୩ ଜଣ ପୋଲିସ ଆକ୍ରମଣରେ ଆହତ ହୋଇଛନ୍ତି । ଯାଜପୁର ଜିଲ୍ଲା ବଡ଼ଚଣାରୁ ଏହି ଖବର ଆସିଛି ।

ସୂଚନା ଅନୁସାରେ, ଗତ ୫ ତାରିଖରେ ଡେଲାଙ୍ଗ ସଡାଗଁଇ ଅଞ୍ଚଳର ଜଣେ ନାବାଳିକାଙ୍କୁ ଯାଜପୁର ବଡ଼ଚଣାରେ ମନୋଜ କୁମାର ପଲାଇ ଅପହରଣ କରି ନେଇଥିଲେ । ନାବାଳିକାକୁ ଛାଡ଼ିବାକୁ ୫ ଲକ୍ଷ ଟଙ୍କା ଦାବି କରିଥିଲେ ମନୋଜ । ଏ ନେଇ ନାବାଳିକା ପରିବାର ପକ୍ଷରୁ ଡେଲାଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଡେଲାଙ୍ଗ ଥାନାର ଏକ ପୁଲିସ ଟିମ୍ ନାବାଳିକାଙ୍କୁ ଉଦ୍ଧାର କରିବାକୁ ବଡ଼ଚଣା ଯାଇଥିଲେ । ଦୁଇ ଥାନାର ମିଳିତ ଉଦ୍ୟମେର ଝିଅକୁ ଉଦ୍ଧାର କରି ଅଭିଯୁକ୍ତ ମନୋଜକୁ ଗିରଫ କରିବା ସମୟରେ ତାଙ୍କ ପରିବାର ଲୋକ ଏବଂ ଗ୍ରାମବାସୀ ପୁଲିସ ଉପରେ ଆକ୍ରମଣ କରିଥିଲେ । ଏପରିକି ପୋଲିସ୍ଙ୍କ ହାତକୁ କାମୁଡି ରକ୍ତାକ୍ତ କରିଦେଇଥିଲେ ଅପହରଣକାରୀଙ୍କ ଭଉଣୀ । ଫଳରେ ଉଭୟ ଥାନାର ୭ ଜଣ ପୁଲିସ ଆହତ ହୋଇଛନ୍ତି । ଡେଲାଙ୍ଗ ଥାନା ଅଧିକାରୀଙ୍କ ସମେତ ୪ ଓ ବଡ଼ଚଣା ଥାନାର ୩ ଜଣ ଆହତ ହୋଇଛନ୍ତି । ଡେଲାଙ୍ଗ ଥାନା ଅଧିକାରୀଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଆକ୍ରମଣକାରୀଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି । ବଡ଼ଚଣା ଥାନା ପକ୍ଷରୁ ଏକ ମାମଲା ରୁଜୁ ହୋଇଛି । ଘଟଣାସ୍ଥଳରୁ ଅପହରଣକାରୀ ଫେରାର ହୋଇଯାଇଥିବାବେଳେ ତାଙ୍କୁ ଧରିବା ପାଇଁ ଚଢ଼ାଉ ଜୋରଦାର କରାଯାଇଛି ।

Tags: