ଦୁର୍ଘଟଣାସ୍ଥଳରୁ ଶବ ସ୍ଥାନାନ୍ତର ଘଟଣା,ନିଲମ୍ବିତ ହେଲେ ଥାନା ଇନ୍ସପେକ୍ଟର

ଝାରସୁଗୁଡା : କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଲଖନପୁର ଥାନା ଇନ୍ସପେକ୍ଟର ସନ୍ଧ୍ୟାରାଣୀ ଜେନା I ଲଖନପୁର ଥାନା ଇନ୍ସପେକ୍ଟର ଥିବାବେଳେ ଏକ ଦୁର୍ଘଟଣାକୁ ନେଇ ବିବାଦୀୟ ହୋଇପଡିଥିଲେ ସନ୍ଧ୍ୟାରାଣୀ ଜେନା I ସୂଚନାନୁସାରେ, ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଥାନା ଠକଠକି ଛକ ନିକଟରେ ଗତ ୭ ତାରିଖ ରାତିରେ ଏକ କୋଇଲା ବୋଝେଇ ଟ୍ରକ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାକୁ ଚାପିବାପାଇଁ ୩ ମୃତାହତଙ୍କୁ ପିସିଆର୍‌ ଭ୍ୟାନ୍‌ରେ ଅନ୍ୟତ୍ର ନିଆଯାଇଥିଲା […]

Samaya Live Picture
Published On

ଝାରସୁଗୁଡା : କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଲଖନପୁର ଥାନା ଇନ୍ସପେକ୍ଟର ସନ୍ଧ୍ୟାରାଣୀ ଜେନା I ଲଖନପୁର ଥାନା ଇନ୍ସପେକ୍ଟର ଥିବାବେଳେ ଏକ ଦୁର୍ଘଟଣାକୁ ନେଇ ବିବାଦୀୟ ହୋଇପଡିଥିଲେ ସନ୍ଧ୍ୟାରାଣୀ ଜେନା I ସୂଚନାନୁସାରେ, ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଥାନା ଠକଠକି ଛକ ନିକଟରେ ଗତ ୭ ତାରିଖ ରାତିରେ ଏକ କୋଇଲା ବୋଝେଇ ଟ୍ରକ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାକୁ ଚାପିବାପାଇଁ ୩ ମୃତାହତଙ୍କୁ ପିସିଆର୍‌ ଭ୍ୟାନ୍‌ରେ ଅନ୍ୟତ୍ର ନିଆଯାଇଥିଲା I ଘଟଣା ସମ୍ପର୍କରେ ପ୍ରାଥମିକ ତଦନ୍ତ ରିପୋର୍ଟ ଆସିବା ପରେ ଗତ ୧୮ ତାରିଖରେ ଲଖନପୁର ଥାନାର ତତ୍କାଳୀନ ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କୁ ଜିଲ୍ଲା ପୁଲିସ୍‌ ମୁଖ୍ୟାଳୟକୁ ବଦଳି କରି ନିଆଯାଇଥିଲା।

ତେବେ ଏହି ଘଟଣାର ତଦନ୍ତ କରି ପୁଲିସ୍‌ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ ତାଙ୍କୁ ନିଲମ୍ବିତ କରିଛନ୍ତି। ଶ୍ରୀମତୀ ଜେନାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଆରମ୍ଭ ହୋଇଛି। ଉଲ୍ଲେଖଯୋଗ୍ୟ, ୪ ବର୍ଷ ତଳେ କେନ୍ଦୁଝର ଜିଲ୍ଲା ପାଟଣା ଥାନାରେ କାର୍ଯ୍ୟରତ ଥିବା ବେଳେ ଜଣେ ଅଭିଯୁକ୍ତଙ୍କୁ ମାଡ଼ ମାରିବା ଘଟଣାରେ ଶ୍ରୀମତୀ ଜେନା ନିଲମ୍ବିତ ହୋଇଥିଲେ।

Tags: