ଗୁଳି ଫୁଟି ପୋଲିସ ଇନ୍ସପେକ୍ଟର ଗୁରୁତର

କୋରାପୁଟ : କୋରାପୁଟ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଅଭାବନୀୟ ଘଟଣା I ନିଜ ଉପରକୁ ନିଜେ ଗୁଳି ଚଳାଇଲେ ଇନ୍ସପେକ୍ଟର I ତେବେ ଅସାବଧାନତାବଶତଃ ଗୁଳି ଫୁଟିଛି ନା, ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ । ଗୁଳିଫୁଟି ଗୁରୁତର ହୋଇଥିବା ଇନ୍ସପେକ୍ଟରଙ୍କ ନାଁ ନରେନ୍ ବିଶ୍ଵାଳ। ସେ ନକ୍ସଲ ସେଲ୍‌ରେ ଥିବା ଏକ ବନ୍ଧୁକରେ ନିଜ ମୁଣ୍ଡ ଓ ବେକରେ ଗୁଳି ଫୁଟାଇ ଥିବା କୁହାଯାଉଛି I ଗୁରୁତର ଅବସ୍ଥାରେ ଇନ୍ସପେକ୍ଟରଙ୍କୁ ପ୍ରଥମେ […]

Samaya Live Picture
Published On

କୋରାପୁଟ : କୋରାପୁଟ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଅଭାବନୀୟ ଘଟଣା I ନିଜ ଉପରକୁ ନିଜେ ଗୁଳି ଚଳାଇଲେ ଇନ୍ସପେକ୍ଟର I ତେବେ ଅସାବଧାନତାବଶତଃ ଗୁଳି ଫୁଟିଛି ନା, ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ । ଗୁଳିଫୁଟି ଗୁରୁତର ହୋଇଥିବା ଇନ୍ସପେକ୍ଟରଙ୍କ ନାଁ ନରେନ୍ ବିଶ୍ଵାଳ। ସେ ନକ୍ସଲ ସେଲ୍‌ରେ ଥିବା ଏକ ବନ୍ଧୁକରେ ନିଜ ମୁଣ୍ଡ ଓ ବେକରେ ଗୁଳି ଫୁଟାଇ ଥିବା କୁହାଯାଉଛି I

ଗୁରୁତର ଅବସ୍ଥାରେ ଇନ୍ସପେକ୍ଟରଙ୍କୁ ପ୍ରଥମେ କୋରାପୁଟ ମେଡିକାଲ୍ ରେ ଭର୍ତି କରାଯାଇଥିଲା I ସେଠାରେ ଏସପି, ଡିଆଇଜି ଓ ଜିଲ୍ଲାର ବରିଷ୍ଠ ପୁଲିସ ଅଧିକାରୀମାନଙ୍କ ଉପସ୍ଥିତିରେ ଚିକିତ୍ସା ବ୍ୟବସ୍ଥା କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ସେଠାରୁ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଏସ୍କର୍ଟ ଭିତରେ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି । ଆଜି ସକାଳ ୧୧ ଟା ବେଳେ ଏହି ଘଟଣା ଘଟିଥିବାବେଳେ ଏହାର କାରଣ ଅସ୍ପଷ୍ଟ ରହିଛି । ୬ ମାସ ପୂର୍ବେ ଇନ୍ସପେକ୍ଟର ଙ୍କ ବିବାହ ହୋଇଥିବା ଜଣା ପଡିଛି I

Tags: