ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଆକାଶରୁ ଫେରିଲା ବିମାନ
ଭୁବନେଶ୍ୱର : ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଜରୁରୀକାଳୀନ ଅବତରଣ କଲା ବିମାନ । ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯାଉଥିବା ଇଣ୍ଡିଗୋ ୬ଇ୨୦୬୫ ବିମାନ ମଝି ଆକାଶରୁ ଫେରି ପୁଣି ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିଛି । ଉଡ଼ାଣର ୨୫ ମିନିଟ ପରେଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ବମାନକୁ ତୁରନ୍ତ ବିମାନ ବନ୍ଦରରେ ଅବତରଣ କରିବା ପାଇଁ କୁହାଯାଇଥିଲା ବିମାନର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି I ବିମାନଟି ୧୮୦ ଜଣ ଯାତ୍ରୀଙ୍କୁ ନେଇ ଭୁନେଶ୍ୱରରୁ ନୂଆଦିଲ୍ଲୀକୁ ଉଡାଣ […]
ଭୁବନେଶ୍ୱର : ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଜରୁରୀକାଳୀନ ଅବତରଣ କଲା ବିମାନ । ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯାଉଥିବା ଇଣ୍ଡିଗୋ ୬ଇ୨୦୬୫ ବିମାନ ମଝି ଆକାଶରୁ ଫେରି ପୁଣି ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିଛି । ଉଡ଼ାଣର ୨୫ ମିନିଟ ପରେଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ବମାନକୁ ତୁରନ୍ତ ବିମାନ ବନ୍ଦରରେ ଅବତରଣ କରିବା ପାଇଁ କୁହାଯାଇଥିଲା ବିମାନର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି I ବିମାନଟି ୧୮୦ ଜଣ ଯାତ୍ରୀଙ୍କୁ ନେଇ ଭୁନେଶ୍ୱରରୁ ନୂଆଦିଲ୍ଲୀକୁ ଉଡାଣ କରିଥିଲା। ଏଥିରେ ଏକ ପକ୍ଷୀ ମାଡ଼ ହେବାରୁ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିବା କଥା କର୍ତୃପକ୍ଷ ସୂଚନାଦେଇଛନ୍ତି I ଡିଜିସିଏର ଅନୁମତି ପରେ ଏହି ବିମାନ ଛାଡିବ । ଏହାର ବୈଷୟିକ ଯାଞ୍ଚ କରାଯିବ । ଯାତ୍ରୀମାନଙ୍କ ଅନ୍ୟ ବିମାନରେ ନୂଆଦିଲ୍ଲୀ ଯିବା ପାଇଁ ବ୍ୟବସ୍ଥା କରାଯାଉଛି ।




