ମନ୍ତ୍ରିମଣ୍ଡଳରେ ସାମିଲ ହେବାପାଇଁ ଆସିଲା ଫୋନ,ଜଣାନ୍ତୁ କେଉଁମାନେ ପାଇବେ ଆସନ

ଭୁବନେଶ୍ୱର : ଆଜି ଠାରୁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ବିଜେପି ରାଜ I ଜନତା ମୈଦାନରେ ଅପରାହ୍ନ ୪ଟା ୪୫ ମିନିଟ୍ ସମୟରେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଶପଥ ନେବେ ୨ ଉପମୁଖ୍ୟମନ୍ତ୍ରୀ । ଏହାସହ ଆଜି କିଛି ମନ୍ତ୍ରୀ ମଧ୍ୟ ଶପଥ ନେବାକୁ ଯାଉଛନ୍ତି । ଏନେଇ ବିଜେପି ବିଧାୟକଙ୍କୁ ଫୋନ୍ କଲ ଆସିଥିବା ସୂଚନା ମିଳିଛି । ଜାଣନ୍ତୁ କେଉଁ ମାନଙ୍କୁ ଆସିଲା କଲ – ଲୋଇସିଂହା ବିଧାୟକ – […]

Samaya Live Picture
Published On

ଭୁବନେଶ୍ୱର : ଆଜି ଠାରୁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ବିଜେପି ରାଜ I ଜନତା ମୈଦାନରେ ଅପରାହ୍ନ ୪ଟା ୪୫ ମିନିଟ୍ ସମୟରେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଶପଥ ନେବେ ୨ ଉପମୁଖ୍ୟମନ୍ତ୍ରୀ । ଏହାସହ ଆଜି କିଛି ମନ୍ତ୍ରୀ ମଧ୍ୟ ଶପଥ ନେବାକୁ ଯାଉଛନ୍ତି । ଏନେଇ ବିଜେପି ବିଧାୟକଙ୍କୁ ଫୋନ୍ କଲ ଆସିଥିବା ସୂଚନା ମିଳିଛି । ଜାଣନ୍ତୁ କେଉଁ ମାନଙ୍କୁ ଆସିଲା କଲ –

ଲୋଇସିଂହା ବିଧାୟକ – ମୁକେଶ ମହାଲିଙ୍ଗ, ଧାମନଗର ବିଧାୟକ – ସୁରଜ ସୂର୍ଯ୍ୟବଂଶୀ ସୂରଜ, ଚିଲିକା ବିଧାୟକ-ପ୍ରଶାନ୍ତ ଜଗଦ୍ଦେବ, ଗୋପାଳପୁର ବିଧାୟକ – ବିଭୁତି ଭୂଷଣ ଜେନା, ସୁକିନ୍ଦା ବିଧାୟକ – ପ୍ରଦୀପ ବଳସାମନ୍ତ, ଉମରକୋଟ ବିଧାୟକ – ନିତ୍ୟାନନ୍ଦ ଗଣ୍ଡ, ଢେଙ୍କାନାଳ ବିଧାୟକ – କୃଷ୍ଣଚନ୍ଦ୍ର ପାତ୍ର, ଯଶିପୁର ବିଧାୟକ – ଗଣେଶ ରାମ ଖୁଣ୍ଟିଆ, ପାରାଦ୍ୱୀପ ବିଧାୟକ – ସମ୍ପଦ ସ୍ୱାଇଁ, ମୋରଡା ବିଧାୟକ – କୃଷ୍ଣଚନ୍ଦ୍ର ମହାପାତ୍ର, କୁଚିଣ୍ଡା ବିଧାୟକ – ରବି ନାଏକ, ରଣପୁର ବିଧାୟିକା – ସୁରମା ପାଢୀଙ୍କ ସହିତ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ମଧ୍ୟ ମନ୍ତ୍ରୀମଣ୍ଡଳରେ ସାମିଲ ହେବାକୁ ଫୋନ୍ କଲ ଆସିଛି । ପୃଥ୍ୱୀରାଜ ହେଉଛନ୍ତି ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ପୁଅ । ଦୀର୍ଘଦିନ ଧରି ଦଳର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ଆସିଛନ୍ତି ପୃଥ୍ୱୀରାଜ । ମନ୍ତ୍ରୀମଣ୍ଡଳରେ ସାମିଲ ହେବାକୁ ଫୋନ୍ କଲ ଆସିଥିବା ସୂଚନା ମିଳିଛି ।

Tags: