ରେଳ ଧାରଣାକୁ ମାଡ଼ିଗଲା ଯାତ୍ରୀବାହୀ ବସ,ଅଳ୍ପକେ ରକ୍ଷା ପାଇଲେ ଯାତ୍ରୀ
ସମ୍ବଲପୁର : ରେଳ ଧକ୍କାରୁ ଅଳ୍ପକେ ରକ୍ଷା ପାଇଲା ଯାତ୍ରୀବାହୀ ବସ I ଆଜି ସକାଳୁ ସମ୍ବଲପୁର ଜିଲ୍ଲା ଲକ୍ଷ୍ମୀ ଡୁଙ୍ଗୁରୁ ନିକଟରେ ଏକ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ରେଳ ଟ୍ରାକ ଉପରକୁ ମାଡିଯାଇଥିଲା I ଏଥିରେ ଟ୍ରାକଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବାବେଳେ ଯାତ୍ରୀବାହୀ ବସର ହେଲ୍ପର ସାମାନ୍ୟ ଆହତ ହୋଇଛନ୍ତି I ଘଟନାନୁସାରେ,ଆଜି ସକାଳେ ଭୁବନେଶ୍ୱରରୁ ବରଗଡ଼ ଅଭିମୁଖେ ଆସୁଥିବା ନଡ଼ିଆରାଣୀ ଯାତ୍ରୀବାହୀ ବସ ଟି ଲକ୍ଷ୍ମୀ ଡୁଙ୍ଗୁରୁ ଜାତୀୟ ରାଜପଥ ଅତିକ୍ରମ କରୁଥିବା […]
ସମ୍ବଲପୁର : ରେଳ ଧକ୍କାରୁ ଅଳ୍ପକେ ରକ୍ଷା ପାଇଲା ଯାତ୍ରୀବାହୀ ବସ I ଆଜି ସକାଳୁ ସମ୍ବଲପୁର ଜିଲ୍ଲା ଲକ୍ଷ୍ମୀ ଡୁଙ୍ଗୁରୁ ନିକଟରେ ଏକ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ରେଳ ଟ୍ରାକ ଉପରକୁ ମାଡିଯାଇଥିଲା I ଏଥିରେ ଟ୍ରାକଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବାବେଳେ ଯାତ୍ରୀବାହୀ ବସର ହେଲ୍ପର ସାମାନ୍ୟ ଆହତ ହୋଇଛନ୍ତି I
ଘଟନାନୁସାରେ,ଆଜି ସକାଳେ ଭୁବନେଶ୍ୱରରୁ ବରଗଡ଼ ଅଭିମୁଖେ ଆସୁଥିବା ନଡ଼ିଆରାଣୀ ଯାତ୍ରୀବାହୀ ବସ ଟି ଲକ୍ଷ୍ମୀ ଡୁଙ୍ଗୁରୁ ଜାତୀୟ ରାଜପଥ ଅତିକ୍ରମ କରୁଥିବା ସମୟରେ ବସ ଭାରସାମ୍ୟ ହରାଇ ପାଖ ରେଳ ଧାରଣା ଭିତରେ ପଶିଯାଇଥିଲା I ସେହି ସମୟରେ ବସ୍ରେ ୨୫ରୁ ୩୦ ଯାତ୍ରୀ ଥିବା ଥିଲେ । ସୌଭାଗ୍ୟବଶତଃ ସେହି ସମୟରେ କୌଣସି ରେଳ ଯାତାୟାତ କରୁ ନଥିଲା I ତେବେ ଦୁର୍ଘଟଣା ସ୍ଥଳରେ ସଂଗେ ସଂଗେ ସ୍ଥାନୀୟ ଲୋକ ପହଂଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିନେଇଥିଲେ I ବସ୍ଟି ଟ୍ରାକ ଉପରେ ବାହାରି ପାରି ନଥିବାରୁ ସେହି ଟ୍ରେନ୍ ଟ୍ରାକ୍ରେ ଆସୁଥିବା ଏକ ଟ୍ରେନ୍ ପ୍ରାୟ ୮୦୦ ମିଟର ଦୂରରେ ଅଟକି ରହିଛି ।
ସୂଚନାନୁସାରେ,ଗତ ଜୁନ ମାସ ୨ ତାରିଖରେ ବାଲେଶ୍ୱର ଜିଲ୍ଲା ବାହାନଗା ବଜାର ଷ୍ଟେସନରେ ଘଟି ଯାଇଥିଲା ଭୟଙ୍କର ରେଳ ଦୁର୍ଘଟଣା I ସିଗ୍ନାଲ ରେ ତ୍ରୁଟି ଯୋଗୁଁ ୩ଟି ଟ୍ରେନ ମଧ୍ୟରେ ହୋଇଥିଲା ସିରିଜ ଦୁର୍ଘଟଣା I ଏଥିରେ ୨୯୩ ଜଣଙ୍କ ମୃତ୍ୟୁ ଘଟିବା ସହିତ ୧୫ଶହରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇ ବିଭିନ୍ନ ହସ୍ପିଟାଲ ଗୁଡିକରେ ଚିକିତ୍ସିତ ହେଉଛନ୍ତି I ଏହା ପର ଠାରୁ ପ୍ରାୟ ଛୋଟମୋଟ ରେଳ ଦୁର୍ଘଟଣା ଖବର ସମ୍ନାକୁ ଆସୁଥିବାବେଳେ,ଗତକାଲି ଓଡ଼ିଶା ଦେଇ ହାୱଡ଼ାରୁ ସିକନ୍ଦରାବାଦ ଯାଉଥିବା ଫଲକନୁମା ଏକ୍ସପ୍ରେସ୍ର ୩ଟି ବଗି ଜଳି ଯାଇଥିଲା। ହେଲେ ସୌଭାଗ୍ୟକୁ ଏତେ ବଡ଼ ଦୁର୍ଘଟଣାରେ କାହାରି କୌଣସି କ୍ଷୟକ୍ଷତି ହୋଇନାହିଁ। ଟ୍ରେନକୁ ଅଟକାଇ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଛି ଇ ତେବେ ଏସି ବଗିରେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଜଣ ପଡିଛି I




