ଭାରସାମ୍ୟ ହରାଇ ଓଲଟି ପଡିଲା ଯାତ୍ରୀବାହୀ ବସ ୩୦ ଆହତ
କୁଳିଅଣା : ଯାତ୍ରୀବାହୀ ବସ ଓଲଟି ୩୦ ଆହତ I ମୟୂରଭଞ୍ଜ ଜିଲ୍ଲା ଜାତୀୟ ରାଜପଥ ୧୮ର କୁଳିଅଣା ବାଲିମୁଣ୍ଡୁଳି ଛକରେ ଏହି ସଡ଼କ ଦୁର୍ଘଟଣା ଘଟିଛି I ଗୌରୀ ନାମକ ଯାତ୍ରୀବାହୀ ବସ ଟି କରଞ୍ଜିଆରୁ ବାରିପଦା ଅଭିମୂଖେ ଆସୁଥିବା ସମୟରେ କୁଳିଅଣା ନିକଟରେ ବସ ର ଚକ ଫାଟିଯାଇଥିଲା I ଫଳରେ ବସଟି ଭାରସାମ୍ୟ ହରାଇ ରାସ୍ତା ଉପରୁ ୨୦ ଫୁଟ ତଳକୁ ଖସି ପଡିଥିଲା I ଏଥିରେ ବସ ତଳେ ଯାତ୍ରୀମାନେ ଚାପି […]
କୁଳିଅଣା : ଯାତ୍ରୀବାହୀ ବସ ଓଲଟି ୩୦ ଆହତ I ମୟୂରଭଞ୍ଜ ଜିଲ୍ଲା ଜାତୀୟ ରାଜପଥ ୧୮ର କୁଳିଅଣା ବାଲିମୁଣ୍ଡୁଳି ଛକରେ ଏହି ସଡ଼କ ଦୁର୍ଘଟଣା ଘଟିଛି I ଗୌରୀ ନାମକ ଯାତ୍ରୀବାହୀ ବସ ଟି କରଞ୍ଜିଆରୁ ବାରିପଦା ଅଭିମୂଖେ ଆସୁଥିବା ସମୟରେ କୁଳିଅଣା ନିକଟରେ ବସ ର ଚକ ଫାଟିଯାଇଥିଲା I ଫଳରେ ବସଟି ଭାରସାମ୍ୟ ହରାଇ ରାସ୍ତା ଉପରୁ ୨୦ ଫୁଟ ତଳକୁ ଖସି ପଡିଥିଲା I ଏଥିରେ ବସ ତଳେ ଯାତ୍ରୀମାନେ ଚାପି ହୋଇ ପଡିବାରୁ ୩୦ ଜଣ ଆହତ ହେବା ସହିତ ୧୦ ଜଣ ଗୁରୁତ୍ତର ହୋଇଛନ୍ତି I ସମସ୍ତ ଗୁରୁତ୍ତର ଆହତଙ୍କୁ ବାରିପଦା ମେଡିକାଲ ରେ ଭର୍ତି କରାଯାଇଛି I




