ଡିଭାଇଡର ଭାଙ୍ଗି ତଳକୁ ଖସିଲା ଯାତ୍ରୀବାହୀ ବସ,୨୦ ଆହତ

ବୌଦ୍ଧ : ଯାତ୍ରୀବାହୀ ଓଏସଆରଟିସି ବସ ଦୁର୍ଘଟଣା I ଫୁଲବାଣୀ ବୌଦ୍ଧ ସୀମା ରାଣୀପଥର ଘାଟିରେ ଏହି ଯାତ୍ରୀବାହୀ ବସଟି ଓଲଟି ପଡିଛି I ଏଥିରେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ବୁଧୁବାର ଭୋରରୁ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି I ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଛି । ଆହତ ମାନଙ୍କୁ ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ୪୦ ଜଣ ଯାତ୍ରୀଙ୍କୁ ନେଇ ଫୁଲବାଣୀରୁ ଅନୁଗୋଳ ଯାଉଥିବା […]

Samaya Live Picture
Published On

ବୌଦ୍ଧ : ଯାତ୍ରୀବାହୀ ଓଏସଆରଟିସି ବସ ଦୁର୍ଘଟଣା I ଫୁଲବାଣୀ ବୌଦ୍ଧ ସୀମା ରାଣୀପଥର ଘାଟିରେ ଏହି ଯାତ୍ରୀବାହୀ ବସଟି ଓଲଟି ପଡିଛି I ଏଥିରେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ବୁଧୁବାର ଭୋରରୁ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି I ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଛି । ଆହତ ମାନଙ୍କୁ ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ ୪୦ ଜଣ ଯାତ୍ରୀଙ୍କୁ ନେଇ ଫୁଲବାଣୀରୁ ଅନୁଗୋଳ ଯାଉଥିବା ସମୟରେ ବସଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା I ବୁଧୁବାର ଭୋର ସମୟରେ ଭାରସାମ୍ୟ ହରାଇ ବସଟି ରାଣୀପଥର ଘାଟି ଉପରେ ଡିଭାଇଡର ଭାଙ୍ଗି ଓଲଟି ପଡିଥିଲା । ଫଳରେ ଗାଡ଼ିରେ ଥିବା ପ୍ରାୟ ୪ ୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୨୦ ଜଣ ଆହତ ହୋଇଥିଲେ । ଗାଡିରେ ବୈଷୟିକ ତ୍ରୁଟି କାରଣରୁ ଦୁର୍ଘଟଣା ଘଟିଥିବା କୁହାଯାଇଛି। ଦୁର୍ଘଟଣାଗ୍ରସ୍ତ ହେବାପରେ ସ୍ଥାନୀୟ ଲୋକ ବସର କାଚକୁ ଭାଙ୍ଗି ଯାତ୍ରମୀମାନଙ୍କୁ ଉଦ୍ଧାର କରିଥିଲେ। ଏହାପରେ ଆମ୍ବୁଲାନ୍ସରେ ଆହତ ବ୍ୟକ୍ତିଙ୍କୁ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି । ସୁଦ୍ରୁକୁମ୍ପା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Tags: