୧୨ ଟଙ୍କା ବଦଳରେ ୨.୧୦ ଲକ୍ଷ ର ତଣ୍ଡ ଗଣିବେ ଠିକାଦାର
ସମ୍ବଲପୁର : ପାର୍କିଂ ଠିକାଦାରଙ୍କୁ ମହଙ୍ଗା ପଡିଲା ପଭୋକ୍ତାଙ୍କୁ ଠକେଇ I ୧୨ ଟଙ୍କା ବଦଳରେ ଗଣିବେ ୨ ଲକ୍ଷ ୧୦ ହଜାର ଟଙ୍କାର ତଣ୍ଡ I ରେଳ ଷ୍ଟେସନରେ ଗାଡି ପାର୍କିଂ ଫି’ବାବଦକୁ ଧାର୍ଯ୍ୟ ଦର ଠାରୁ ୧୨ ଟଙ୍କା ଅଧିକ ନେଇଥିଲେ ଉପଭୋକ୍ତାଙ୍କ ଠାରୁ I ଏନେଇ ତାଙ୍କୁ ଫାଇନ କରିଛି ସମ୍ବଲପୁର ଖାଉଟି ଅଦାଲତ I ସୂଚନାନୁସାରେ,ଗତ ବର୍ଷ ନଭେମ୍ବର ୧ ତାରିଖରେ ସମ୍ବଲପୁରର ପ୍ରଫୁଲ ଦାସ ନାମକ ବ୍ୟକ୍ତି ସମ୍ବଲପୁର ରେଳ […]
ସମ୍ବଲପୁର : ପାର୍କିଂ ଠିକାଦାରଙ୍କୁ ମହଙ୍ଗା ପଡିଲା ପଭୋକ୍ତାଙ୍କୁ ଠକେଇ I ୧୨ ଟଙ୍କା ବଦଳରେ ଗଣିବେ ୨ ଲକ୍ଷ ୧୦ ହଜାର ଟଙ୍କାର ତଣ୍ଡ I ରେଳ ଷ୍ଟେସନରେ ଗାଡି ପାର୍କିଂ ଫି’ବାବଦକୁ ଧାର୍ଯ୍ୟ ଦର ଠାରୁ ୧୨ ଟଙ୍କା ଅଧିକ ନେଇଥିଲେ ଉପଭୋକ୍ତାଙ୍କ ଠାରୁ I ଏନେଇ ତାଙ୍କୁ ଫାଇନ କରିଛି ସମ୍ବଲପୁର ଖାଉଟି ଅଦାଲତ I
ସୂଚନାନୁସାରେ,ଗତ ବର୍ଷ ନଭେମ୍ବର ୧ ତାରିଖରେ ସମ୍ବଲପୁରର ପ୍ରଫୁଲ ଦାସ ନାମକ ବ୍ୟକ୍ତି ସମ୍ବଲପୁର ରେଳ ଷ୍ଟେସନରେ ସ୍କୁଟର ରଖି ଟ୍ରେନରେ ଯାତ୍ରା କରିଥିଲେ । ପାର୍କିଂ ଫି’ବାବଦକୁ ୩୦ ଟଙ୍କା ଦେଇ ରସିଦ ମଧ୍ୟ କାଟିଥିଲେ । କିନ୍ତୁ ପାର୍କିଂ ଫି’୧୮ ଟଙ୍କା ବଦଳରେ ତାଙ୍କ ଠାରୁ ୩୦ ଟଙ୍କା ନେଇଥିଲେ କର୍ମଚାରୀ I
ଏହାପରେ ପ୍ରଫୁଲ୍ଲ ସେହିଦିନ ରାତି ୧୨ଟା ବେଳକୁ ଫେରି ଆସିଥିଲେ I କିନ୍ତୁ ପାର୍କିଂ ଷ୍ଟାଣ୍ଡରେ ଥିବା କର୍ମଚାରୀ ତାଙ୍କୁ ୧୮ ଟଙ୍କା ଫେରାଇବା ବଦଳରେ ମାତ୍ର ୬ ଟଙ୍କା ଫେରାଇ ଥିଲେ। ତେବେ ପ୍ରଫୁଲ୍ଲ ତାଙ୍କୁ ବାକି ଟଙ୍କା ଫେରସ୍ତ ପାଇଁ କହିବାରୁ କର୍ମଚାରୀ ଜଣଙ୍କ ପ୍ରଫୁଲ୍ଲଙ୍କୁ ଠିକାଦାରଙ୍କୁ କହିବାକୁ କହିଥିଲେ I କିନ୍ତୁ ସେହିଦିନ ପ୍ରଫୁଲ୍ଲଙ୍କ ସହିତ ଫେରିଥିବା ଅନ୍ୟ ଯାତ୍ରୀ ମାନଙ୍କ ଠାରୁ ପାର୍କିଂ କର୍ମଚାରୀ ୩୦ ଟଙ୍କା ହିଁ ନେଇଥିଲେ I
ଏହି ଘଟଣାକୁ ନେଇ ପ୍ରଫୁଲ୍ଲ ଖାଉଟି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଜି ମୋକଦ୍ଦମାର ରାୟ ଆସିବା ପରେ ପ୍ରଫୁଲ୍ଲ ଖୁସି ବ୍ୟକ୍ତ କରିଛନ୍ତି I କ୍ଷତିପୂରଣ ବାବଦକୁ ପାର୍କିଂ ଠିକାଦାର ଉପଭୋକ୍ତଙ୍କୁ ସର୍ବମୋଟ ୨ଲକ୍ଷ ୧୦ ହଜାର ଟଙ୍କା ଦେବେ । କେବଳ ଏତିକି ନୁହେଁ, consumer welfare fundରେ ମଧ୍ୟ ୧ ଲକ୍ଷ ଟଙ୍କା ଜମା କରିବାକୁ ପଡିବ। ତା’ ସହିତ ଫେରସ୍ତ କରି ନ ଥିବା ୧୨ ଟଙ୍କା ର ୧୨% ସୁଧ ସହ ଫେରାଇବାକୁ ଗାଡି ପାର୍କିଂ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସମ୍ବଲପୁର ଖାଉଟି ଅଦାଲତ I




