ସ୍ଥଳଭାଗ ଛୁଇଁଲା ବାହ୍ୟବଳୟ
ଭୁବନେଶ୍ୱର : ବାତ୍ୟା ‘ଦାନା’କୁ ନେଇ ଆସିଲା ବଡ଼ ଖବର । ସ୍ଥଳଭାଗ ଛୁଇଁଲା ବାତ୍ୟାର ବାହ୍ୟବଳୟ । ଭଦ୍ରକ, କେନ୍ଦ୍ରାପଡ଼ାର କିଛି ଅଞ୍ଚଳରେ ବାତ୍ୟାର ବାହ୍ୟବଳୟ ସ୍ପର୍ଶ କରିଛି । ପାରାଦୀୟ ରାଡାର୍ ତଥ୍ୟରୁ ପାଣିପାଗ ବିଜ୍ଞାନୀ ଏହି ସୂଚନା ଦେଇଛନ୍ତି । ଏହା ପ୍ରଭାବରେ ଧାମରା, ପାରଦୀପରେ ବର୍ଷା ଆରମ୍ଭ ହେଲାଣି । ସେହପରି କେନ୍ଦ୍ରାପଡ଼ା ରାଜନଗରରେ ବି ବର୍ଷା ଆରମ୍ଭ ହୋଇସାରିଛି । ଆସନ୍ତାକାଲି ମଧ୍ୟରାତ୍ର ଓ ୨୫ ତାରିଖ ସକାଳ ସୁଦ୍ଧା […]
ଭୁବନେଶ୍ୱର : ବାତ୍ୟା ‘ଦାନା’କୁ ନେଇ ଆସିଲା ବଡ଼ ଖବର । ସ୍ଥଳଭାଗ ଛୁଇଁଲା ବାତ୍ୟାର ବାହ୍ୟବଳୟ । ଭଦ୍ରକ, କେନ୍ଦ୍ରାପଡ଼ାର କିଛି ଅଞ୍ଚଳରେ ବାତ୍ୟାର ବାହ୍ୟବଳୟ ସ୍ପର୍ଶ କରିଛି । ପାରାଦୀୟ ରାଡାର୍ ତଥ୍ୟରୁ ପାଣିପାଗ ବିଜ୍ଞାନୀ ଏହି ସୂଚନା ଦେଇଛନ୍ତି । ଏହା ପ୍ରଭାବରେ ଧାମରା, ପାରଦୀପରେ ବର୍ଷା ଆରମ୍ଭ ହେଲାଣି । ସେହପରି କେନ୍ଦ୍ରାପଡ଼ା ରାଜନଗରରେ ବି ବର୍ଷା ଆରମ୍ଭ ହୋଇସାରିଛି ।
ଆସନ୍ତାକାଲି ମଧ୍ୟରାତ୍ର ଓ ୨୫ ତାରିଖ ସକାଳ ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହୋଇ ଭିତରକନିକା ଓ ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବ । ସେହି ସମୟରେ ପବନର ବେଗ ୧୦୦ ରୁ ୧୧୦ ଅର୍ଥାତ୍ ଝଟକା ପବନ ୧୨୦ କିମି ରହିବା ସମ୍ଭାବନା । ସମୁଦ୍ର ଅଶାନ୍ତ ରହିଛି । ପୁରୀ, ଧାମରା, ପାରାଦୀପ ବନ୍ଦର ପାଇଁ ୧୦ ନମ୍ବର ବିପଦ ସଙ୍କେତ ଜାରି ହୋଇଥିବାବେଳେ ଗୋପାଳପୁରକୁ ଜାରି ହୋଇଛି ୮ ନମ୍ବର ବିପଦ ସଙ୍କେତ । ସେହିପରି ୨୩ ତାରିଖରେ ଭୁବନେଶ୍ବରରେ ପାଗ ମେଘୁଆ ରହିବ । ସନ୍ଧ୍ୟା ସୁଦ୍ଧା ବର୍ଷ ହେବାନେଇ ସମ୍ଭାବନା ରହିଛି I୨୪ ଓ ୨୫ତାରିଖରେ ପ୍ରବଳ ବର୍ଷା ହେବ । ଏହି ସମୟରେ ପବନର ବେଗ ୬୦ ରୁ ୭୦ ରହିବ ।
‘ଦାନା’ର ପ୍ରଭାବ ପ୍ରାୟ ୯ଟି ଜିଲ୍ଲା ଉପରେ ପଡ଼ିବ ବୋଲି ଆକଳନ କରାଯାଇଛି। ଏହାକୁ ନଜରରେ ରଖି ୯ଟି ଜିଲ୍ଲାରେ ବାତ୍ୟା ପରିଚାଳନା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଉଥିବା ପଦକ୍ଷେପଗୁଡ଼ିକର ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ୯ଜଣ ମନ୍ତ୍ରୀଙ୍କୁ ଦାୟିତ୍ବ ଦେଇଛନ୍ତି। ଏହାସହ ବାତ୍ୟା ଦ୍ବାରା ଅଧିକ ପ୍ରଭାବିତ ହେବାକୁ ଥିବା ୬ଟି ଜିଲ୍ଲା ପାଇଁ ୬ଜଣ ବରିଷ୍ଠ ଆଇଏଏସ୍ଙ୍କୁ ସ୍ବତନ୍ତ୍ର ଦାୟିତ୍ବ ଦିଆଯାଇଛି। ଜିଲ୍ଲା ପ୍ରଶାସନକୁ ସମସ୍ତ ପ୍ରକାରର ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଆଜି ମନ୍ତ୍ରୀ ଓ ଆଇଏଏସ୍ଙ୍କୁ ଦାୟିତ୍ବ ଦେଇଛନ୍ତି।
ଗଂଜାମ, ପୁରୀ, ଜଗତସିଂହପୁର, କେନ୍ଦୁଝର, ଭଦ୍ରକ, ବାଲେଶ୍ବର, ମୟୂରଭଂଜ, ଢେଙ୍କାନାଳ, ଯାଜପୁର, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ଼, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପବନ ଓ ବର୍ଷା ହେବ। ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଅଛନ୍ତି। ସହଯୋଗ ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଛନ୍ତି। ଅଗ୍ନିଶମ, ଓଡ୍ରାଫ୍, ଏନ୍ଡିଆରଏଫ୍, ତଟରକ୍ଷୀ ବାହିନୀ, ନୌସେନା ଓ ବାୟୁସେନା ପ୍ରସ୍ତତ ରହିଛି।




